ଆର୍ଥିକ ସଙ୍କଟ: କାଗଜ କିଣିବାକୁ ଟଙ୍କା ନାହିଁ, ବାତିଲ ହେଲା ପରୀକ୍ଷା

The Sakala Picture
Published On

ନୂଆଦିଲ୍ଲୀ: କାଗଜ କିଣିବାକୁ ସକ୍ଷମ ନ ହେବାରୁ ଦେଶରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାତିଲ କରାଯାଇଛି। ଏଭଳି ଦୁଃଖଦ ଚିତ୍ର ଦେଖିବାକୁ ମିଳିଛି ପଡୋଶୀ ଦେଶ ଶ୍ରୀଲଙ୍କାରେ। ବର୍ତ୍ତମାନ ଶ୍ରୀଲଙ୍କା ଏକ ବଡ଼ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ତେବେ ବାତିଲ ହୋଇଥିବା ପରୀକ୍ଷା କେବେ ହେବ ସେନେଇ କୌଣସି ସୂଚନା ଦିଆଯାଇ ନାହିଁ। ଏକ ଆକଳନ ଅନୁଯାୟୀ, ଶ୍ରୀଲଙ୍କାରେ ୪.୫ ମିଲିୟନ ସ୍କୁଲ ଛାତ୍ର ଅଛନ୍ତି। ଶ୍ରୀଲଙ୍କାରେ ଟେଷ୍ଟ ଟର୍ମ ହେଉଛି ଏକ ପ୍ରକାର […]

ନୂଆଦିଲ୍ଲୀ: କାଗଜ କିଣିବାକୁ ସକ୍ଷମ ନ ହେବାରୁ ଦେଶରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାତିଲ କରାଯାଇଛି। ଏଭଳି ଦୁଃଖଦ ଚିତ୍ର ଦେଖିବାକୁ ମିଳିଛି ପଡୋଶୀ ଦେଶ ଶ୍ରୀଲଙ୍କାରେ। ବର୍ତ୍ତମାନ ଶ୍ରୀଲଙ୍କା ଏକ ବଡ଼ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ତେବେ ବାତିଲ ହୋଇଥିବା ପରୀକ୍ଷା କେବେ ହେବ ସେନେଇ କୌଣସି ସୂଚନା ଦିଆଯାଇ ନାହିଁ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ଏକ ଆକଳନ ଅନୁଯାୟୀ, ଶ୍ରୀଲଙ୍କାରେ ୪.୫ ମିଲିୟନ ସ୍କୁଲ ଛାତ୍ର ଅଛନ୍ତି। ଶ୍ରୀଲଙ୍କାରେ ଟେଷ୍ଟ ଟର୍ମ ହେଉଛି ଏକ ପ୍ରକାର ଚୂଡାନ୍ତ ପରୀକ୍ଷଣ ଯେଉଁଥିରେ ଛାତ୍ର ପରବର୍ତ୍ତୀ ଶ୍ରେଣୀକୁ ଯାଇପାରିବେ କି ନାହିଁ ତାହା ମୂଲ୍ୟାଙ୍କନ ପ୍ରକ୍ରିୟା ଦ୍ୱାରା ସ୍ଥିର କରାଯାଇଥାଏ। ଏହା ହେଉଛି ବର୍ଷର ଶେଷ ପରୀକ୍ଷା।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ଶିକ୍ଷା ଅଧିକାରୀଙ୍କ କହିବାନୁଯାୟୀ, ଦେଶ ବାହାରେ କାଗଜ କିଣିବା ପାଇଁ ଡଲାର ନାହିଁ। ସୋମବାରଠାରୁ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ହେବାକୁ ଯାଉଛି। କିନ୍ତୁ ଦେଶରେ କାଗଜପତ୍ରର ଅଭାବ ହେତୁ ପରୀକ୍ଷା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ପଶ୍ଚିମ ପ୍ରଦେଶର ଶିକ୍ଷା ବିଭାଗ କହିଛି ଯେ ଦେଶରେ ବୈଦେଶିକ ମୁଦ୍ରା ଅଭାବରୁ କାଗଜ ଏବଂ ଇଙ୍କ ବାହାରୁ ଆମଦାନୀ ହୋଇପାରିବ ନାହିଁ, ଯେଉଁଥିପାଇଁ କୌଣସି ବିଦ୍ୟାଳୟ ପକ୍ଷରୁ ପରୀକ୍ଷାର ବ୍ୟବସ୍ଥା ହୋଇପାରିବ ନାହିଁ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର