ପୁଣିଥରେ ‘ଉରି’ରେ ବଡଧରଣର ହମଲା ପାଇଁ ଆତଙ୍କବାଦୀଙ୍କ ଯୋଜନା, ଫୋନ୍‌-ଇଣ୍ଟରନେଟ୍‌ ଜାମ୍‌ କରି ସର୍ଚ୍ଚ ଅପରେସନ ଜାରି

The Sakala Picture
Published On

ଜମ୍ମୁ-କାଶ୍ମୀର : ପୁଣିଥରେ ଉରିରେ ହୋଇପାରେ ବଡଧରଣର ଆତଙ୍କବାଦୀ ହମଲା। ବିପୁଳ ଅସ୍ତ୍ରଶସ୍ତ୍ର ସହ ଭାରତରେ ପ୍ରବେଶ କରିବା ଲାଗି ଆତଙ୍କବାଦୀଙ୍କ ସବୁଠାରୁ ବଡ ଉଦ୍ୟମ କରିଛନ୍ତି। ଏନେଇ ଗୁଇନ୍ଦା ସୂଚନା ମିଳିବା ପରେ ଜାମ୍ମୁ ଓ କାଶ୍ମୀରର ଉରି ସେକ୍ଟରରେ ବ୍ୟାପକ ସତର୍କତା ଜାରି କରାଯିବା ସହ ହାଇ ଆଲର୍ଟ ଜାରି କରାଯାଇଛି। ଉରି ସେକ୍ଟରରେ ପ୍ରଥମ ଥର ଲାଗି ଇଣ୍ଟରନେଟ ଓ ମୋବାଇଲ ଫୋନ ସେବାକୁ ୭୨ ଘଣ୍ଟା ଲାଗି ରଦ୍ଦ କରାଯାଇଛି। ଅଞ୍ଚଳରେ […]

ଜମ୍ମୁ-କାଶ୍ମୀର : ପୁଣିଥରେ ଉରିରେ ହୋଇପାରେ ବଡଧରଣର ଆତଙ୍କବାଦୀ ହମଲା। ବିପୁଳ ଅସ୍ତ୍ରଶସ୍ତ୍ର ସହ ଭାରତରେ ପ୍ରବେଶ କରିବା ଲାଗି ଆତଙ୍କବାଦୀଙ୍କ ସବୁଠାରୁ ବଡ ଉଦ୍ୟମ କରିଛନ୍ତି। ଏନେଇ ଗୁଇନ୍ଦା ସୂଚନା ମିଳିବା ପରେ ଜାମ୍ମୁ ଓ କାଶ୍ମୀରର ଉରି ସେକ୍ଟରରେ ବ୍ୟାପକ ସତର୍କତା ଜାରି କରାଯିବା ସହ ହାଇ ଆଲର୍ଟ ଜାରି କରାଯାଇଛି। ଉରି ସେକ୍ଟରରେ ପ୍ରଥମ ଥର ଲାଗି ଇଣ୍ଟରନେଟ ଓ ମୋବାଇଲ ଫୋନ ସେବାକୁ ୭୨ ଘଣ୍ଟା ଲାଗି ରଦ୍ଦ କରାଯାଇଛି। ଅଞ୍ଚଳରେ ଫୋନ ଜାମ କରିଦିଆଯାଇଥିବା ବେଳେ ଇଣ୍ଟରନେଟ୍‌ ମଧ୍ୟ ବନ୍ଦ ରହିଛି।

ଆହୁରି ପଢ଼ନ୍ତୁ: ଅମରତ୍ୱ ସନ୍ଧାନରେ ପୁଟିନ୍‌: ୧୫୦ ବର୍ଷ ବଞ୍ଚିବା ପାଇଁ ରୁଷର ୨୬ ବିଲିୟନ ଡଲାରର ମାଷ୍ଟର ପ୍ଲାନ୍‌

ଗତ ୨୦୧୬ ସେପ୍ଟେମ୍ବର ୧୮ରେ ଉରି ସେକ୍ଟରର ଏକ ସାମରିକ କ୍ୟାମ୍ପରେ ଦୁଇ ଜଣ ଆତ୍ମଘାତୀ ବାହିନୀ ବିସ୍ଫୋରଣ ଘଟାଇଥିଲେ। ଏବଂ ଏଥିରେ ୧୯ଜଣ ଯବାନ ସହିଦ ହୋଇଥିଲେ। ଏହି ଲୋମହର୍ଷକ ଘଟଣାର ଷଷ୍ଠ ବାର୍ଷିକୀରେ ଆତଙ୍କବାଦୀ ପୁଣି ହମଲା କରିବାକୁ ଯୋଜନା କରୁଛନ୍ତି ବୋଲି ସୂଚନା ମିଳିବା ପରେ ସେନାବାହିନୀ ସତର୍କ ହୋଇଛି।ନିୟନ୍ତ୍ରଣ ରେଖା ବା ଏଲଓସି ଦେଇ ଏହି ଆତଙ୍କବାଦୀମାନେ ପଶିବା ଲାଗି ଉଦ୍ୟମ କରିଛନ୍ତି ବୋଲି ଗୁଇନ୍ଦା ତଥ୍ୟ ଆସିବା ପରେ ଏହି ପଦକ୍ଷେପ ନିଆଯାଇଛି। ଉରି ସେକ୍ଟରର ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ, ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ଆରମ୍ଭ ହୋଇଛି। ବ୍ୟାପକ ଅଞ୍ଚଳରେ କର୍ଡନ ବ୍ୟବସ୍ଥା କରାଯାଇ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଲେଫ୍ଟନାଣ୍ଟ ଜେନରାଲ ଡି.ପି. ପାଣ୍ଡେ କହିଛନ୍ତି ଉରି ସେକ୍ଟରରେ ପ୍ରବେଶ କରିବା ଲାଗି ଆତଙ୍କବାଦୀ ଉଦ୍ୟମ କରିଛନ୍ତି। ସେମାନଙ୍କ ସମ୍ଭାବ୍ୟ ମୁକାବିଲା ଲାଗି ସେନାବାହିନୀ ସତର୍କ ରହିଛି। ପ୍ରାୟ ୬ ଜଣ ଆତଙ୍କବାଦୀ କୌଣସି ମତେ ଭାରତରେ ପଶିଛନ୍ତି ଏବଂ ସେମାନଙ୍କ ଗୁଳିରେ ଜଣେ ଯବାନ ଆହତ ହୋଇଛନ୍ତି ବୋଲି କୁହାଯାଇଛି। ତେବେ ମିଳୁଥିବା ସୂଚନା ଅନୁସାରେ ସେନା ଅପରେସନରେ ୪ ଜଣ ଆତଙ୍କବାଦୀ ପୁଣି ପାକିସ୍ତାନୀ ସୀମାକୁ ଫେରିଯାଇଛନ୍ତି। ହେଲେ ବାକି ୨ ଜଣ ଆତଙ୍କବାଦୀ ଭାରତସୀମାରେ ରହିଛନ୍ତି। ସେମାନଙ୍କୁ ଧରିବା ପାଇଁ ସନ୍ଧାନ ଜାରି ରହିଛି।

ଆହୁରି ପଢ଼ନ୍ତୁ: ସିବିଏସ୍ଇ ରିଭାଲୁଏସନ୍ ପୋର୍ଟାଲ୍ ଉପରେ ସାଇବର ଆକ୍ରମଣ: ୨ ମିନିଟରେ ୧୫ ଲକ୍ଷ ଥର ହ୍ୟାକ୍ ଉଦ୍ୟମ

21 Sep 2021 By The Sakala

ପୁଣିଥରେ ‘ଉରି’ରେ ବଡଧରଣର ହମଲା ପାଇଁ ଆତଙ୍କବାଦୀଙ୍କ ଯୋଜନା, ଫୋନ୍‌-ଇଣ୍ଟରନେଟ୍‌ ଜାମ୍‌ କରି ସର୍ଚ୍ଚ ଅପରେସନ ଜାରି

ଜମ୍ମୁ-କାଶ୍ମୀର : ପୁଣିଥରେ ଉରିରେ ହୋଇପାରେ ବଡଧରଣର ଆତଙ୍କବାଦୀ ହମଲା। ବିପୁଳ ଅସ୍ତ୍ରଶସ୍ତ୍ର ସହ ଭାରତରେ ପ୍ରବେଶ କରିବା ଲାଗି ଆତଙ୍କବାଦୀଙ୍କ ସବୁଠାରୁ ବଡ ଉଦ୍ୟମ କରିଛନ୍ତି। ଏନେଇ ଗୁଇନ୍ଦା ସୂଚନା ମିଳିବା ପରେ ଜାମ୍ମୁ ଓ କାଶ୍ମୀରର ଉରି ସେକ୍ଟରରେ ବ୍ୟାପକ ସତର୍କତା ଜାରି କରାଯିବା ସହ ହାଇ ଆଲର୍ଟ ଜାରି କରାଯାଇଛି। ଉରି ସେକ୍ଟରରେ ପ୍ରଥମ ଥର ଲାଗି ଇଣ୍ଟରନେଟ ଓ ମୋବାଇଲ ଫୋନ ସେବାକୁ ୭୨ ଘଣ୍ଟା ଲାଗି ରଦ୍ଦ କରାଯାଇଛି। ଅଞ୍ଚଳରେ ଫୋନ ଜାମ କରିଦିଆଯାଇଥିବା ବେଳେ ଇଣ୍ଟରନେଟ୍‌ ମଧ୍ୟ ବନ୍ଦ ରହିଛି।

ଗତ ୨୦୧୬ ସେପ୍ଟେମ୍ବର ୧୮ରେ ଉରି ସେକ୍ଟରର ଏକ ସାମରିକ କ୍ୟାମ୍ପରେ ଦୁଇ ଜଣ ଆତ୍ମଘାତୀ ବାହିନୀ ବିସ୍ଫୋରଣ ଘଟାଇଥିଲେ। ଏବଂ ଏଥିରେ ୧୯ଜଣ ଯବାନ ସହିଦ ହୋଇଥିଲେ। ଏହି ଲୋମହର୍ଷକ ଘଟଣାର ଷଷ୍ଠ ବାର୍ଷିକୀରେ ଆତଙ୍କବାଦୀ ପୁଣି ହମଲା କରିବାକୁ ଯୋଜନା କରୁଛନ୍ତି ବୋଲି ସୂଚନା ମିଳିବା ପରେ ସେନାବାହିନୀ ସତର୍କ ହୋଇଛି।ନିୟନ୍ତ୍ରଣ ରେଖା ବା ଏଲଓସି ଦେଇ ଏହି ଆତଙ୍କବାଦୀମାନେ ପଶିବା ଲାଗି ଉଦ୍ୟମ କରିଛନ୍ତି ବୋଲି ଗୁଇନ୍ଦା ତଥ୍ୟ ଆସିବା ପରେ ଏହି ପଦକ୍ଷେପ ନିଆଯାଇଛି। ଉରି ସେକ୍ଟରର ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ, ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ଆରମ୍ଭ ହୋଇଛି। ବ୍ୟାପକ ଅଞ୍ଚଳରେ କର୍ଡନ ବ୍ୟବସ୍ଥା କରାଯାଇ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଲେଫ୍ଟନାଣ୍ଟ ଜେନରାଲ ଡି.ପି. ପାଣ୍ଡେ କହିଛନ୍ତି ଉରି ସେକ୍ଟରରେ ପ୍ରବେଶ କରିବା ଲାଗି ଆତଙ୍କବାଦୀ ଉଦ୍ୟମ କରିଛନ୍ତି। ସେମାନଙ୍କ ସମ୍ଭାବ୍ୟ ମୁକାବିଲା ଲାଗି ସେନାବାହିନୀ ସତର୍କ ରହିଛି। ପ୍ରାୟ ୬ ଜଣ ଆତଙ୍କବାଦୀ କୌଣସି ମତେ ଭାରତରେ ପଶିଛନ୍ତି ଏବଂ ସେମାନଙ୍କ ଗୁଳିରେ ଜଣେ ଯବାନ ଆହତ ହୋଇଛନ୍ତି ବୋଲି କୁହାଯାଇଛି। ତେବେ ମିଳୁଥିବା ସୂଚନା ଅନୁସାରେ ସେନା ଅପରେସନରେ ୪ ଜଣ ଆତଙ୍କବାଦୀ ପୁଣି ପାକିସ୍ତାନୀ ସୀମାକୁ ଫେରିଯାଇଛନ୍ତି। ହେଲେ ବାକି ୨ ଜଣ ଆତଙ୍କବାଦୀ ଭାରତସୀମାରେ ରହିଛନ୍ତି। ସେମାନଙ୍କୁ ଧରିବା ପାଇଁ ସନ୍ଧାନ ଜାରି ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର