ବାଂଲାଦେଶ ହିଂସା: ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ଶାସନ ଭାର ହାତକୁ ନେଲା ସେନା, ବିଏସ୍‌ଏଫ୍‌କୁ ହାଇ ଆଲର୍ଟ ଜାରି

The Sakala Picture
Published On

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ପରେ ଶାସନ ଭାର ହାତକୁ ନେଲା ସେନା । ଶାସନ ଭାର ଗ୍ରହଣ ସହ ସବୁ ଦଳର ପ୍ରତିନିଧିଙ୍କୁ ଡାକି ଆଲୋଚନା କରିଛନ୍ତି। ହିଂସା ବନ୍ଦ କରିବାକୁ ଯୁବବର୍ଗଙ୍କୁ ଅପିଲ କଲେ ବାଂଲା ସେନା ମୁଖ୍ୟ । ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ପ୍ରଧାନମନ୍ତ୍ରୀ ଶେଖ ହସିନା ଶେଷରେ ସେନା ଚାପରେ ସୋମବାର ଇସ୍ତଫା ଦେଇଛନ୍ତି। ସେନାର ଚେତାବନୀ ପରେ ସେ ପ୍ରଧାନମନ୍ତ୍ରୀ […]

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ପରେ ଶାସନ ଭାର ହାତକୁ ନେଲା ସେନା । ଶାସନ ଭାର ଗ୍ରହଣ ସହ ସବୁ ଦଳର ପ୍ରତିନିଧିଙ୍କୁ ଡାକି ଆଲୋଚନା କରିଛନ୍ତି। ହିଂସା ବନ୍ଦ କରିବାକୁ ଯୁବବର୍ଗଙ୍କୁ ଅପିଲ କଲେ ବାଂଲା ସେନା ମୁଖ୍ୟ । ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ପ୍ରଧାନମନ୍ତ୍ରୀ ଶେଖ ହସିନା ଶେଷରେ ସେନା ଚାପରେ ସୋମବାର ଇସ୍ତଫା ଦେଇଛନ୍ତି। ସେନାର ଚେତାବନୀ ପରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସାଉଦି ଆରବର କିଙ୍ଗ ଫାହଦ ବିମାନବନ୍ଦର ଉପରେ ଅତର୍କିତ ଡ୍ରୋନ୍ ଆକ୍ରମଣ: ଏକାଧିକ ବିମାନର ଗତିପଥ ପରିବର୍ତ୍ତନ

ବାଂଲାଦେଶ ହିଂସା ନେଇ ବିଏସ୍‌ଏଫ୍‌କୁ ହାଇ ଆଲର୍ଟ ଜାରି କରାଯାଇଛି। ବାଂଲାଦେଶ ସୀମାରେ ମୁତୟନ ବିଏସ୍‌ଏଫ୍‌ର ସବୁ ୟୁନିଟ୍‌କୁ ଆଲର୍ଟ ଜାରି କରାଯାଇଛି। ବାଂଲାଦେଶକୁ ଲାଗିଥିବା ଭାରତର ୪୦୯୬ କିମି ସୀମାରେ ଆଲର୍ଟ ଜାରି ହୋଇଛି।

ଆହୁରି ପଢ଼ନ୍ତୁ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡାଟା ଲିକ୍: ଡାର୍କ ୱେବରେ ୩,୮୯୭ ଗ୍ରାହକଙ୍କ ତଥ୍ୟ, ପାଣ୍ଠି ସୁରକ୍ଷିତ ଥିବା ନେଇ ବ୍ୟାଙ୍କର ସ୍ପଷ୍ଟୀକରଣ

ସୂଚନା ଅନୁଯାୟୀ,  ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଭାରତରେ ଶରଣ ପସିଛନ୍ତି ଶେଖ ହସିନା । ଅଗ୍ରତାଲାରେ ପହଞ୍ଚିବା ପରେ ତାଙ୍କୁ ଦିଲ୍ଲୀ ଅଣାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ବାଂଲାଦେଶରେ ସେ ରହୁଥିବା ବାସଭବନରେ ଉପଦ୍ରବକାରୀମାନେ ଧସେଇ ପଶିବା ପୂର୍ବରୁ ସେ ଦେଶ ଛାଡି ଦେଇଥିଲେ । ଆଉ ସୁରକ୍ଷିତ ଭାବେ ଭାରତ ଚାଲିଆସିଥିବା ଚର୍ଚ୍ଚା ।

ଆହୁରି ପଢ଼ନ୍ତୁ: ଆମେରିକାରେ ଭାରତୀୟ ବଂଶୋଦ୍ଭବ ଲ୍ୟାବ୍ ମାଲିକଙ୍କ ବିରୋଧରେ ୬୬ ନିୟୁତ ଡଲାରର କୋଭିଡ୍ ଟେଷ୍ଟ୍ ଜାଲିଆତି ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର