ଆମେରିକାରେ ‘ଆର୍କଟିକ୍‌’ ବିସ୍ଫୋରଣ; ବିଯୁକ୍ତ ୭୯ ଡିଗ୍ରୀରେ ପହଞ୍ଚିଲା ତାପମାତ୍ରା, ୪୨ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

The Sakala Picture
Published On

ମାସାଚୁସେଟ୍ସ: ଆମେରିକାରେ ଭୀଷଣ ଥଣ୍ଡା ଅନୁଭୂତ ହୋଇଛି। ଏହା ମଧ୍ୟରେ ଶୁକ୍ରବାର ଆର୍କଟିକ୍‌ ବ୍ଲାଷ୍ଟ ହୋଇଛି। ବରଫ ଝଡ଼ ଯୋଗୁଁ କ୍ଷେତ୍ରର ତାପମାତ୍ରା ରେକର୍ଡ ହ୍ରାସ ପାଇଛି। ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାତାୟାତ ପ୍ରଭାବିତ ହୋଇଛି। ନ୍ୟୁ ହ୍ୟାମ୍ପସାୟରର ମାଉଣ୍ଟ ୱାଶିଂଟନରେ ତାପମାତ୍ରା ବିଯୁକ୍ତ ୭୯ ଡିଗ୍ରୀରେ ପହଞ୍ଚି ଯାଇଛି। ଶୀତ ୪୨ ବର୍ଷରେ ରେକର୍ଡ ଭାଙ୍ଗିଦେଇଛି। ତାପମାତ୍ରା ହ୍ରାସକୁ ଦେଖି ନ୍ୟୁ ଇଂଲଣ୍ଡର ମାସାଚୁସେଟ୍ସ, କନେକ୍ଟିକଟ, ରୋଡ ଆଇଲାଣ୍ଡ, ନ୍ୟୁ […]

ମାସାଚୁସେଟ୍ସ: ଆମେରିକାରେ ଭୀଷଣ ଥଣ୍ଡା ଅନୁଭୂତ ହୋଇଛି। ଏହା ମଧ୍ୟରେ ଶୁକ୍ରବାର ଆର୍କଟିକ୍‌ ବ୍ଲାଷ୍ଟ ହୋଇଛି। ବରଫ ଝଡ଼ ଯୋଗୁଁ କ୍ଷେତ୍ରର ତାପମାତ୍ରା ରେକର୍ଡ ହ୍ରାସ ପାଇଛି। ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାତାୟାତ ପ୍ରଭାବିତ ହୋଇଛି। ନ୍ୟୁ ହ୍ୟାମ୍ପସାୟରର ମାଉଣ୍ଟ ୱାଶିଂଟନରେ ତାପମାତ୍ରା ବିଯୁକ୍ତ ୭୯ ଡିଗ୍ରୀରେ ପହଞ୍ଚି ଯାଇଛି। ଶୀତ ୪୨ ବର୍ଷରେ ରେକର୍ଡ ଭାଙ୍ଗିଦେଇଛି। ତାପମାତ୍ରା ହ୍ରାସକୁ ଦେଖି ନ୍ୟୁ ଇଂଲଣ୍ଡର ମାସାଚୁସେଟ୍ସ, କନେକ୍ଟିକଟ, ରୋଡ ଆଇଲାଣ୍ଡ, ନ୍ୟୁ ହାମ୍ପସାୟର ଏବଂ ମେନର ପ୍ରାୟ ୧୬ ନିୟୁତ ଲୋକଙ୍କ ପାଇଁ ଚେତାବନୀ ଜାରି କରାଯାଇଛି। ବୋଷ୍ଟରେ ଜରୁରୀକାଳୀନ ସ୍ଥିତି ଘୋଷଣା ହୋଇଛି। ଅନେକ ରାଜ୍ୟରେ ସ୍କୁଲ୍‌ ବନ୍ଦ କରିଦିଆଯାଇଛି।

ଆହୁରି ପଢ଼ନ୍ତୁ: ସେନାକୁ ତ୍ରୁଟିପୂର୍ଣ୍ଣ ଗୋଳାବାରୁଦ ଯୋଗାଣ ଯୋଗୁଁ ୬୨.୧୦ କୋଟି କ୍ଷତି, 'ଧନୁଷ' ପ୍ରକଳ୍ପ ବିଳମ୍ବ ନେଇ PAC ର ଉଦ୍‌ବେଗ

ମେନ୍‌ରେ ୧୯୮୧ ପରେ ପ୍ରଥମ ଥର ପାଇଁ ଏପରି ଥଣ୍ଡା ପଡୁଛି। ରାଜ୍ୟର ଲୋକଙ୍କ ପାଇଁ ୧୫୦ ଆଶ୍ରୟ ସ୍ଥଳ ଖୋଲାଯାଇଛି। ଶୀତ ଯୋଗୁଁ ସମସ୍ତ କାର୍ଯ୍ୟକ୍ରମକୁ ବନ୍ଦ କରିଦିଆଯାଇଛି। ସୂଚନା ଅନୁଯାୟୀ ଉତ୍ତର ମେରୁର ଆଖପାଖ ଅଞ୍ଚଳ ଆର୍କଟିକ ନାମରେ ପରିଚିତ। ଆର୍କଟିକ୍‌ ବ୍ଲାଷ୍ଟରେ ଏହି ଅଞ୍ଚଳର ଥଣ୍ଡା ପବନ କାନାଡା ଦେଇ ଆମେରିକାରେ ପହଞ୍ଚି ଯାଇଥାଏ। ଏହା ଦ୍ବାରା ଆମେରିକାର ଅଧିକାଂଶ କ୍ଷେତ୍ରରେ ଘଣ୍ଟାଏ ମଧ୍ୟରେ ତାପମାତ୍ରା ପ୍ରାୟ ୧୧ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ହ୍ରାସ ପାଇଥାଏ।

ଆହୁରି ପଢ଼ନ୍ତୁ: ପେପର ଲିକ୍ ମାମଲା ପାଇଁ ଗଠନ ହେବ ଫାଷ୍ଟଟ୍ରାକ୍ କୋର୍ଟ, ଦେଶବ୍ୟାପୀ ବିକ୍ଷୋଭ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ଘୋଷଣା

05 Feb 2023 By The Sakala

ଆମେରିକାରେ ‘ଆର୍କଟିକ୍‌’ ବିସ୍ଫୋରଣ; ବିଯୁକ୍ତ ୭୯ ଡିଗ୍ରୀରେ ପହଞ୍ଚିଲା ତାପମାତ୍ରା, ୪୨ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

ମାସାଚୁସେଟ୍ସ: ଆମେରିକାରେ ଭୀଷଣ ଥଣ୍ଡା ଅନୁଭୂତ ହୋଇଛି। ଏହା ମଧ୍ୟରେ ଶୁକ୍ରବାର ଆର୍କଟିକ୍‌ ବ୍ଲାଷ୍ଟ ହୋଇଛି। ବରଫ ଝଡ଼ ଯୋଗୁଁ କ୍ଷେତ୍ରର ତାପମାତ୍ରା ରେକର୍ଡ ହ୍ରାସ ପାଇଛି। ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାତାୟାତ ପ୍ରଭାବିତ ହୋଇଛି। ନ୍ୟୁ ହ୍ୟାମ୍ପସାୟରର ମାଉଣ୍ଟ ୱାଶିଂଟନରେ ତାପମାତ୍ରା ବିଯୁକ୍ତ ୭୯ ଡିଗ୍ରୀରେ ପହଞ୍ଚି ଯାଇଛି। ଶୀତ ୪୨ ବର୍ଷରେ ରେକର୍ଡ ଭାଙ୍ଗିଦେଇଛି। ତାପମାତ୍ରା ହ୍ରାସକୁ ଦେଖି ନ୍ୟୁ ଇଂଲଣ୍ଡର ମାସାଚୁସେଟ୍ସ, କନେକ୍ଟିକଟ, ରୋଡ ଆଇଲାଣ୍ଡ, ନ୍ୟୁ ହାମ୍ପସାୟର ଏବଂ ମେନର ପ୍ରାୟ ୧୬ ନିୟୁତ ଲୋକଙ୍କ ପାଇଁ ଚେତାବନୀ ଜାରି କରାଯାଇଛି। ବୋଷ୍ଟରେ ଜରୁରୀକାଳୀନ ସ୍ଥିତି ଘୋଷଣା ହୋଇଛି। ଅନେକ ରାଜ୍ୟରେ ସ୍କୁଲ୍‌ ବନ୍ଦ କରିଦିଆଯାଇଛି।

ମେନ୍‌ରେ ୧୯୮୧ ପରେ ପ୍ରଥମ ଥର ପାଇଁ ଏପରି ଥଣ୍ଡା ପଡୁଛି। ରାଜ୍ୟର ଲୋକଙ୍କ ପାଇଁ ୧୫୦ ଆଶ୍ରୟ ସ୍ଥଳ ଖୋଲାଯାଇଛି। ଶୀତ ଯୋଗୁଁ ସମସ୍ତ କାର୍ଯ୍ୟକ୍ରମକୁ ବନ୍ଦ କରିଦିଆଯାଇଛି। ସୂଚନା ଅନୁଯାୟୀ ଉତ୍ତର ମେରୁର ଆଖପାଖ ଅଞ୍ଚଳ ଆର୍କଟିକ ନାମରେ ପରିଚିତ। ଆର୍କଟିକ୍‌ ବ୍ଲାଷ୍ଟରେ ଏହି ଅଞ୍ଚଳର ଥଣ୍ଡା ପବନ କାନାଡା ଦେଇ ଆମେରିକାରେ ପହଞ୍ଚି ଯାଇଥାଏ। ଏହା ଦ୍ବାରା ଆମେରିକାର ଅଧିକାଂଶ କ୍ଷେତ୍ରରେ ଘଣ୍ଟାଏ ମଧ୍ୟରେ ତାପମାତ୍ରା ପ୍ରାୟ ୧୧ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ହ୍ରାସ ପାଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର