କୁନୋ ପାର୍କରେ ଆଉ ଏକ ଚିତାର ମୃତ୍ୟୁ

The Sakala Picture
Published On

ଭୋପାଳ: କୁନୋ ପାର୍କରେ ଆଉ ଏକ ଚିତାର ମୃତ୍ୟୁ ଘଟିଛି।  ଗତ ୪ ମାସରେ ୮ ଚିତାଙ୍କ ମୃତ୍ୟୁ ଏହେ ଚିନ୍ତାର କାରଣ ପାଲଟିଛି। ଲାଗୁଛି ଆଫ୍ରିକାରୁ ଆସିଥିବା ଚିତା ଯେପର୍ ଭାରତରେ ବଞ୍ଚିପାରିବେ ନାହିଁ। କାରଣ ଗୋଟିଏ ପରେ ଗୋଟିଏ ଚିତାଙ୍କର ମୃତ୍ୟୁ ହେବାରେ ଲାଗିଛି। କିଛିଦିନ ତଳେ ୪ ବର୍ଷର ଚିତା ତେଜସର ମୃତ୍ୟୁ ହୋଇଥିବା ବେଳେ ଏବେ ସୂରଜ ବି ମୃତ୍ୟୁ ହୋଇଛି। ଖବର ଲେଖାଯିବା ସୁଦ୍ଧା ମୃତ୍ୟୁ ନେଇ ଖବର ଆସିଥିବା […]

ଭୋପାଳ: କୁନୋ ପାର୍କରେ ଆଉ ଏକ ଚିତାର ମୃତ୍ୟୁ ଘଟିଛି।  ଗତ ୪ ମାସରେ ୮ ଚିତାଙ୍କ ମୃତ୍ୟୁ ଏହେ ଚିନ୍ତାର କାରଣ ପାଲଟିଛି। ଲାଗୁଛି ଆଫ୍ରିକାରୁ ଆସିଥିବା ଚିତା ଯେପର୍ ଭାରତରେ ବଞ୍ଚିପାରିବେ ନାହିଁ। କାରଣ ଗୋଟିଏ ପରେ ଗୋଟିଏ ଚିତାଙ୍କର ମୃତ୍ୟୁ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

କିଛିଦିନ ତଳେ ୪ ବର୍ଷର ଚିତା ତେଜସର ମୃତ୍ୟୁ ହୋଇଥିବା ବେଳେ ଏବେ ସୂରଜ ବି ମୃତ୍ୟୁ ହୋଇଛି। ଖବର ଲେଖାଯିବା ସୁଦ୍ଧା ମୃତ୍ୟୁ ନେଇ ଖବର ଆସିଥିବା ବେଳେ ଏହାର କାରଣ ଜଣାପଡ଼ି ନାହିଁ। ଏହାକୁ ମିଶାଇ ଗତ ୪ ମାସରେ ଚିତା ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ଚିତା ବଂଶ ବୃଦ୍ଧି ଉଦ୍ଦେଶ୍ୟରେ ପ୍ରାୟ ୭୦ ବର୍ଷ ପରେ ଭାରତକୁ ଅଣାଯାଇଥିଲା ଚିତା। ଗତ ବର୍ଷ ସେପ୍ଟେମ୍ବରରେ ପ୍ରଥମ ପର୍ଯ୍ୟାୟରେ ଭାରତକୁ ନାମିବ୍ୟାରୁ ଆସିଥିଲେ ୭ ଚିତା। ଏମାନଙ୍କ ମଧ୍ୟରେ ଥିଲେ ୩ ଅଣ୍ଡିରା ଏବଂ ୪ ମାଈ । ଏକ ସ୍ବତନ୍ତ୍ର ବିମାନ ଯୋଗେ ଚିତାଗୁଡ଼ିକୁ ନାମିବ୍ୟାରୁ ଆଣାଯାଇଥିଲା। ଖୋଦ୍‌ ପ୍ରଧାନମନ୍ତ୍ରୀ ମୋଦୀ ନିଜ ଜନ୍ମ ଦିନରେ ଚିତାଙ୍କୁ କୁନୋ ପାର୍କରେ ଛାଡ଼ିଥିଲେ। ଦ୍ୱିତୀୟ ପର୍ୟ୍ୟାୟରେ ଚଳିତ ବର୍ଷ ଫେବ୍ରୁଆରୀରେ ଦକ୍ଷିଣ ଆଫ୍ରିକାରୁ ଆଉ ୧୨ ଚିତା ଅଣାଯାଇଥିଲା । ଫଳରେ କୁନୋରେ ସମୁଦାୟ ଚିତାଙ୍କ ସଂଖ୍ୟା ୧୯ ହୋଇଥିଲା। ଚିତାଗୁଡ଼କର ନାମକରଣ ବି ହୋଇଥିଲା।ତେବେ ନାମିବ୍ୟାରୁ ଆସିଥିବା ଚିତା ଜ୍ୱାଲା ମାର୍ଚ୍ଚରେ ଚାରି ଶାବକଙ୍କୁ ଜନ୍ମ ଦେବା ପରେ ଖୁସୀର ଲହରି ଖେଳିଯାଇଥିଲା। କୁନୋ ପାର୍କର କର୍ତ୍ତୃପକ୍ଷ ଭାବିଥିଲେ ପ୍ରୋଜେକ୍ଟ ଚିତା ସଫଳ ହେବ। କିନ୍ତୁ ଏବେ ପା୪ ମାସରେ ୮ ଚିତାଙ୍କ ମୃତ୍ୟୁ ଚିନ୍ତାର କାରଣ ପାଲଟିଲାଣି।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର