କାରରେ ବସିଥିବାବେଳେ କାର୍‌ ସହ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଭଉଣୀଙ୍କୁ କ୍ରେନ ଦ୍ୱାରା ଉଠାଇନେଲା ପୁଲିସ

The Sakala Picture
Published On

ହାଇଦ୍ରାବାଦ: କାର୍‌ ସହ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ୍‌ ଶରମିଲାଙ୍କୁ କ୍ରେନ ଦ୍ୱାରା ଉଠାଇ ନେଇଛି ପୁଲିସ୍‌। ହାଇଦ୍ରାବାଦ ରାଜରାସ୍ତାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତେବେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ କାର୍‌ ଭିତରେ ଥିବା ବେଳେ ଏପରି ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହାପରେ ଶର୍ମିଲାଙ୍କୁ ପୋଲିସ ହେପାଜତକୁ ନିଆଯାଇଛି । ସୂଚନା ଅନୁସାରେ, କେ.ଚନ୍ଦ୍ରଶେଖର ରାଓ ସରକାରଙ୍କ ବିରୋଧରେ ଶର୍ମିଲାଙ୍କ ୱାଇଏସଆର ତେଲେଙ୍ଗାନା ପାର୍ଟି ପକ୍ଷରୁ ଏକ ପଦଯାତ୍ରା […]

ହାଇଦ୍ରାବାଦ: କାର୍‌ ସହ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ୍‌ ଶରମିଲାଙ୍କୁ କ୍ରେନ ଦ୍ୱାରା ଉଠାଇ ନେଇଛି ପୁଲିସ୍‌। ହାଇଦ୍ରାବାଦ ରାଜରାସ୍ତାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତେବେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ କାର୍‌ ଭିତରେ ଥିବା ବେଳେ ଏପରି ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହାପରେ ଶର୍ମିଲାଙ୍କୁ ପୋଲିସ ହେପାଜତକୁ ନିଆଯାଇଛି ।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ସୂଚନା ଅନୁସାରେ, କେ.ଚନ୍ଦ୍ରଶେଖର ରାଓ ସରକାରଙ୍କ ବିରୋଧରେ ଶର୍ମିଲାଙ୍କ ୱାଇଏସଆର ତେଲେଙ୍ଗାନା ପାର୍ଟି ପକ୍ଷରୁ ଏକ ପଦଯାତ୍ରା ଆରମ୍ଭ କରିଥି‌ଲା। ଗତକାଲି ପଦଯାତ୍ରା ପରେ କରାଯାଉଥିବା ଏକ ସଭାରେ ଶାସକ ତେଲେଙ୍ଗାନା ରାଷ୍ଟ୍ରିୟ ସମିତି (ଟିଆରଏସ) ଏବଂ ୱାଇଏସଆର ତେଲେଙ୍ଗାନା ପାର୍ଟି କର୍ମୀମାନେ ୱାରଙ୍ଗଲରେ ମୁହାଁମୁହିଁ ହୋଇଥିଲେ। ଏହା ପରେ ଉଭୟ ଦଳର କର୍ମୀଙ୍କୁ କିଛି ସମୟ ପାଇଁ ଅଟକ ରଖିଥିଲା ପୁଲିସ। ଏଥିରେ ଶର୍ମିଲା ମଧ୍ୟ ସାମିଲ ଥିଲେ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ଆଜି ସକାଳେ ସେ ପୁଣିଥରେ ଦଳ ପକ୍ଷରୁ ଆୟୋଜିତ ବିକ୍ଷୋଭ ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ଏହି ଶୋଭାଯାତ୍ରା ମୁଖ୍ୟମନ୍ତ୍ରୀ କେସିଆରଙ୍କ ସରକାରୀ ଘର ପ୍ରଗତି ଭବନ ଅଭିମୁଖେ ଯିବାର ଥିଲା। ମାତ୍ର ଶର୍ମିଲା ତାଙ୍କ କାରରେ ବସିବା ପରେ ପୋଲିସ ଏକ କ୍ରେନ୍ ନେଇ ଆସିଥିଲା ​​ଏବଂ ତାଙ୍କ କାରକୁ ଟାଣି ନେଇଥିଲା । ସେ କାର୍‌ ଭିତରେ ଥିଲେ ମଧ୍ୟ ପୁଲିସ୍‌ କ୍ରେନ ଦ୍ୱାରା ରାଜରାସ୍ତାରେ ଏହାକୁ ଘୋଷାଡ଼ି ନେଇ ଚାଲି ଯାଇଥିଲା। ଶରମିଲାଙ୍କ ସହ ଏପରି ଘଟଣାକୁ ତାଙ୍କ ସମର୍ଥକମାନେ ବିରୋଧ କରିଛନ୍ତି। କ୍ରେନ ଲଗାଇ ପୁଲିସ୍‌ ତାଙ୍କ ଗାଡ଼ି ଆଗକୁ ନେଉଥିବା ବେଳେ ତାଙ୍କ ସମର୍ଥକମାନେ ପଛେପଛରେ ଦୌଡ଼ୁଥିବାରୁ ଦୃଶ୍ୟ ସାମ୍ନାକୁ ଆସିଛି।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର