ଭିଡିଓ ଜାରି କରି ପଞ୍ଜାବ ପୁଲିସଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲା ଅମୃତପାଲ୍

The Sakala Picture
Published On

ଚଣ୍ଡିଗଡ଼: ଆତ୍ମସମର୍ପଣ କଳ୍ପନାଜଳ୍ପନା ମଧ୍ୟରେ ପଳାତକ ଖଲିସ୍ତାନ ସମର୍ଥକ ଅମୃତପାଲ ସିଂ ଏକ ଭିଡିଓ ଜାରି କରିଛନ୍ତି । ଅମୃତପାଲ ତାଙ୍କ ଭିଡିଓରେ ପଞ୍ଜାବ ପୋଲିସ ଏବଂ ସରକାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ତାଙ୍କର ଗୋଟିଏ ବି କେଶ କେହି ବଙ୍କା କରିପାରିବେ ନାହିଁ ବୋଲି କହିଛନ୍ତି ଅମୃତପାଲ । ଭିଡିଓରେ ଅମୃତପାଲ କହିଛନ୍ତି ଯେ, ଏହି ପ୍ରସଙ୍ଗ କେବଳ ତାଙ୍କ ଗିରଫଦାରୀ ଉପରେ ନୁହେଁ । ତାଙ୍କ ଉପରେ ଲଗାଯାଇଥିବା ଅଭିଯୋଗକୁ ମଧ୍ୟ ବିରୋଧ କରିଛନ୍ତି […]

ଚଣ୍ଡିଗଡ଼: ଆତ୍ମସମର୍ପଣ କଳ୍ପନାଜଳ୍ପନା ମଧ୍ୟରେ ପଳାତକ ଖଲିସ୍ତାନ ସମର୍ଥକ ଅମୃତପାଲ ସିଂ ଏକ ଭିଡିଓ ଜାରି କରିଛନ୍ତି । ଅମୃତପାଲ ତାଙ୍କ ଭିଡିଓରେ ପଞ୍ଜାବ ପୋଲିସ ଏବଂ ସରକାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ତାଙ୍କର ଗୋଟିଏ ବି କେଶ କେହି ବଙ୍କା କରିପାରିବେ ନାହିଁ ବୋଲି କହିଛନ୍ତି ଅମୃତପାଲ ।

ଆହୁରି ପଢ଼ନ୍ତୁ: ୟୁରୋପରେ ଇତିହାସର ସବୁଠାରୁ ଭୟଙ୍କର ଗ୍ରୀଷ୍ମପ୍ରବାହ: ତରଳୁଛି ଟ୍ରାମ ଧାରଣା, ସୂର୍ଯ୍ୟ କିରଣରେ ରାନ୍ଧୁଛନ୍ତି ଲୋକେ

ଭିଡିଓରେ ଅମୃତପାଲ କହିଛନ୍ତି ଯେ, ଏହି ପ୍ରସଙ୍ଗ କେବଳ ତାଙ୍କ ଗିରଫଦାରୀ ଉପରେ ନୁହେଁ । ତାଙ୍କ ଉପରେ ଲଗାଯାଇଥିବା ଅଭିଯୋଗକୁ ମଧ୍ୟ ବିରୋଧ କରିଛନ୍ତି । ଷଡ଼ଯନ୍ତ୍ର କରି ତାଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଇଛି । ମୁଁ ଶିଖ୍ ସମ୍ପ୍ରଦାୟର ଅଧିକାର ପାଇଁ ଲଢ଼େଇ କରୁଛି ବୋଲି କହିଛନ୍ତି ଅମୃତପାଲ ।

ଆହୁରି ପଢ଼ନ୍ତୁ: ମୃତ୍ୟୁର ୪ ମାସ ପରେ ଆୟାତୁଲ୍ଲା ଅଲି ଖାମେନେଇଙ୍କୁ ଦିଆଯିବ କବର, ୩୦୦୦ କିଲୋମିଟର ଲମ୍ବା ହେବ ଶୋଭାଯାତ୍ରା

ବୈଶାଖୀ ଅବସରରେ ସରବତ୍ ଖାଲସା କରିବାକୁ ଅମୃତପାଲ ସିଂ ଭିଡିଓରେ ନିବେଦନ କରିଛନ୍ତି । ସାରା ଦେଶ ତଥା ବିଦେଶରୁ ଶିଖ୍ ସମ୍ପ୍ରଦାୟର ଲୋକ ଏହି ସରବତ ଖାଲସାରେ ଅଂଶଗ୍ରହଣ କରିବା ଉଚିତ ଓ ସେଠାରେ ସମ୍ପ୍ରଦାୟର ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ଉଚିତ ବୋଲି ସେ ଭିଡିଓରେ କହିଛନ୍ତି ।

ଆହୁରି ପଢ଼ନ୍ତୁ: 'ଦୁଇ ଦେଶକୁ ଆଣିଥିଲେ ନିକଟତର': ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା

ସୂଚନା ଅନୁସାରେ, ଅମୃତପାଲ ସିଂ ବୁଧବାର ଆତ୍ମସମର୍ପଣ କରିବେ ବୋଲି ଅନୁମାନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ପଞ୍ଜାବର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ଆଲର୍ଟ ମୋଡରେ ରହିଛି । ଭାଇରାଲ ହେଉଥିବା ଏହି ଭିଡିଓରେ ଅମୃତପାଲ ପଞ୍ଜାବୀରେ କଥା ହେଉଛି । ଏହି ଭିଡିଓରେ ସେ କହିଛନ୍ତି ’ମୋର ଗିରଫଦାରୀ ଓ୍ୱାହେଗୁରୁଙ୍କ ହାତରେ ଅଛି । ମୋର କେହି କିଛି କହିପାରିବେ ନାହିଁ ବୋଲି କହିଛି ଅମୃତପାଲ ।

29 Mar 2023 By The Sakala

ଭିଡିଓ ଜାରି କରି ପଞ୍ଜାବ ପୁଲିସଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲା ଅମୃତପାଲ୍

ଚଣ୍ଡିଗଡ଼: ଆତ୍ମସମର୍ପଣ କଳ୍ପନାଜଳ୍ପନା ମଧ୍ୟରେ ପଳାତକ ଖଲିସ୍ତାନ ସମର୍ଥକ ଅମୃତପାଲ ସିଂ ଏକ ଭିଡିଓ ଜାରି କରିଛନ୍ତି । ଅମୃତପାଲ ତାଙ୍କ ଭିଡିଓରେ ପଞ୍ଜାବ ପୋଲିସ ଏବଂ ସରକାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ତାଙ୍କର ଗୋଟିଏ ବି କେଶ କେହି ବଙ୍କା କରିପାରିବେ ନାହିଁ ବୋଲି କହିଛନ୍ତି ଅମୃତପାଲ ।

ଭିଡିଓରେ ଅମୃତପାଲ କହିଛନ୍ତି ଯେ, ଏହି ପ୍ରସଙ୍ଗ କେବଳ ତାଙ୍କ ଗିରଫଦାରୀ ଉପରେ ନୁହେଁ । ତାଙ୍କ ଉପରେ ଲଗାଯାଇଥିବା ଅଭିଯୋଗକୁ ମଧ୍ୟ ବିରୋଧ କରିଛନ୍ତି । ଷଡ଼ଯନ୍ତ୍ର କରି ତାଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଇଛି । ମୁଁ ଶିଖ୍ ସମ୍ପ୍ରଦାୟର ଅଧିକାର ପାଇଁ ଲଢ଼େଇ କରୁଛି ବୋଲି କହିଛନ୍ତି ଅମୃତପାଲ ।

ବୈଶାଖୀ ଅବସରରେ ସରବତ୍ ଖାଲସା କରିବାକୁ ଅମୃତପାଲ ସିଂ ଭିଡିଓରେ ନିବେଦନ କରିଛନ୍ତି । ସାରା ଦେଶ ତଥା ବିଦେଶରୁ ଶିଖ୍ ସମ୍ପ୍ରଦାୟର ଲୋକ ଏହି ସରବତ ଖାଲସାରେ ଅଂଶଗ୍ରହଣ କରିବା ଉଚିତ ଓ ସେଠାରେ ସମ୍ପ୍ରଦାୟର ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ଉଚିତ ବୋଲି ସେ ଭିଡିଓରେ କହିଛନ୍ତି ।

ସୂଚନା ଅନୁସାରେ, ଅମୃତପାଲ ସିଂ ବୁଧବାର ଆତ୍ମସମର୍ପଣ କରିବେ ବୋଲି ଅନୁମାନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ପଞ୍ଜାବର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ଆଲର୍ଟ ମୋଡରେ ରହିଛି । ଭାଇରାଲ ହେଉଥିବା ଏହି ଭିଡିଓରେ ଅମୃତପାଲ ପଞ୍ଜାବୀରେ କଥା ହେଉଛି । ଏହି ଭିଡିଓରେ ସେ କହିଛନ୍ତି ’ମୋର ଗିରଫଦାରୀ ଓ୍ୱାହେଗୁରୁଙ୍କ ହାତରେ ଅଛି । ମୋର କେହି କିଛି କହିପାରିବେ ନାହିଁ ବୋଲି କହିଛି ଅମୃତପାଲ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର