ଜମ୍ମୁ -କାଶ୍ମୀରରେ ବଢିବ ଆଉ ୭ଟି ବିଧାନସଭା ସିଟ୍, ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷଣ ରହିବ ଆସନ

The Sakala Picture
Published On

ଜମ୍ମୁ -କାଶ୍ମୀରରେ ସୀମା ପୁନଃନିର୍ଦ୍ଧାରଣ ପରେ ୭ଟି ବିଧାନସଭା ଆସନ ବୃଦ୍ଧି ପାଇବ। ଏହା ପରେ ବିଧାନସଭାରେ ୮୩ଟି ସିଟ୍ ବଦଳରେ ୯୦ଟି ସିଟ୍ ରହିବ। ମାର୍ଚ୍ଚ ୨୦୨୨ ସୁଦ୍ଧା ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ସମାପ୍ତ ହେବ। ଏ ନେଇ ସୀମା ନିର୍ଦ୍ଧାରଣ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ମଧ୍ଯ ଉପସ୍ଥିତ ଥିଲେ। ୨୦୧୧ ଜନଗଣନା ଆଧାରରେ ଏହି ସୀମା ନିର୍ଦ୍ଧାରଣ କରାଯିବ […]

ଜମ୍ମୁ -କାଶ୍ମୀରରେ ସୀମା ପୁନଃନିର୍ଦ୍ଧାରଣ ପରେ ୭ଟି ବିଧାନସଭା ଆସନ ବୃଦ୍ଧି ପାଇବ। ଏହା ପରେ ବିଧାନସଭାରେ ୮୩ଟି ସିଟ୍ ବଦଳରେ ୯୦ଟି ସିଟ୍ ରହିବ। ମାର୍ଚ୍ଚ ୨୦୨୨ ସୁଦ୍ଧା ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ସମାପ୍ତ ହେବ। ଏ ନେଇ ସୀମା ନିର୍ଦ୍ଧାରଣ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ମଧ୍ଯ ଉପସ୍ଥିତ ଥିଲେ। ୨୦୧୧ ଜନଗଣନା ଆଧାରରେ ଏହି ସୀମା ନିର୍ଦ୍ଧାରଣ କରାଯିବ ବୋଲି ସୁଶୀଲ ଚନ୍ଦ୍ରା କହିଛନ୍ତି।

ଆହୁରି ପଢ଼ନ୍ତୁ: ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା: ଅନୁପ୍ରବେଶକାରୀଙ୍କୁ ଗ୍ରହଣ କରିବାକୁ ବିଜିବିର ମନା, ବିଏସଏଫ୍ ସହ ମୁହାଁମୁହିଁ

ଜମ୍ମୁ-କାଶ୍ମୀରରେ ସୀମା ପୁନଃନିର୍ଦ୍ଧାରଣ ନେଇ ପ୍ରସ୍ତୁତି ଚାଲିଛି । ସୀମା ପୁନଃନିର୍ଦ୍ଧାରଣ ଆୟୋଗ ଏବେ ଜମ୍ମୁ-କାଶ୍ମୀରରେ ଅଛନ୍ତି । ଶୁକ୍ରବାର ଦିନ ସୀମା ପୁନଃନିର୍ଦ୍ଧାରଣ ଆୟୋଗ ଜମ୍ମୁ ଗସ୍ତ କରିଛନ୍ତି ।  ସେ କହିଛନ୍ତି କି ପ୍ରଥମଥର ପାଇଁ ଜମ୍ମୁ-କାଶ୍ମୀରରେ ଅନୁସୂଚିତ ଜନଜାତିଙ୍କ ପାଇଁ ଆସନ ସଂରକ୍ଷଣ କରାଯିବ ।

ଆହୁରି ପଢ଼ନ୍ତୁ: ଶାଶୁଙ୍କୁ ପ୍ରେମ କରିବସିଲେ ଜ୍ୱାଇଁ: ସବୁ ସମ୍ପର୍କ ଭୁଲି ଘରୁ ଫେରାର୍ ହୋଇଗଲେ, କଲେ କୋର୍ଟ ମ୍ୟାରେଜ

ସାମ୍ବାଦିକ ସମ୍ମିଳନୀରେ ସୁଶିଲ ଚନ୍ଦ୍ରା କହିଛନ୍ତି ଯେ,  ୧୯୯୫ ମସିହାରେ ଜମ୍ମୁ-କାଶ୍ମୀରରେ ମୋଟ ୧୨ ଟି ଜିଲ୍ଲା ଥିବା ବେଳେ ଏବେ ଜିଲ୍ଲା ସଂଖ୍ୟା ୨୦ କୁ ବୃଦ୍ଧି ପାଇଛି । ଏହାସହ ତହସିଲ ସଂଖ୍ୟା ବି ବଢିଛି । ଏହାସହ ୨୦୧୧ ଜନସଂଖ୍ୟା ତୁଳନାରେ ସୀମା ପୁନଃନିର୍ଦ୍ଧାରଣ କରାଯାଉଥିବା କଥା ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଆମେରିକା କୋର୍ଟଙ୍କ ବଡ଼ ନିଷ୍ପତ୍ତି: ବେଆଇନ ଘୋଷିତ ହେଲା ଟ୍ରମ୍ପଙ୍କ ୧ ଲକ୍ଷ ଡଲାରର H-1B ଭିସା ଫି', ଭାରତୀୟଙ୍କ ପାଇଁ ଆଶ୍ୱସ୍ତି

ଏହାସହ ଜମ୍ମୁ-କାଶ୍ମୀରରେ ଥିବା ମୋଟ ବିଧାନସଭା ଆସନ ସହିତ ଏବେ ୭ ଟି ଆସନ ଯୋଡିବାକୁ ପ୍ରକ୍ରିୟା ଚାଲିଛି ଓ ଏସ.ଟି କାଟାଗୋରୀ ପାଇଁ ବି ଆସନ ସଂରକ୍ଷିତ କରାଯିବା ଉପରେ ବିଚାର କରୁଛି ସୀମା ପୁନଃନିର୍ଦ୍ଧାରଣ ଆୟୋଗ । ଏହାସହ ପାକ୍ ଅଧିକୃତ କାଶ୍ମୀର (ପିଓକେ) ପାଇଁ ଅଲଗା ୨୪ ଟି ଆସନ ରହିବ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି ।

09 Jul 2021 By The Sakala

ଜମ୍ମୁ -କାଶ୍ମୀରରେ ବଢିବ ଆଉ ୭ଟି ବିଧାନସଭା ସିଟ୍, ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷଣ ରହିବ ଆସନ

ଜମ୍ମୁ -କାଶ୍ମୀରରେ ସୀମା ପୁନଃନିର୍ଦ୍ଧାରଣ ପରେ ୭ଟି ବିଧାନସଭା ଆସନ ବୃଦ୍ଧି ପାଇବ। ଏହା ପରେ ବିଧାନସଭାରେ ୮୩ଟି ସିଟ୍ ବଦଳରେ ୯୦ଟି ସିଟ୍ ରହିବ। ମାର୍ଚ୍ଚ ୨୦୨୨ ସୁଦ୍ଧା ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ସମାପ୍ତ ହେବ। ଏ ନେଇ ସୀମା ନିର୍ଦ୍ଧାରଣ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ମଧ୍ଯ ଉପସ୍ଥିତ ଥିଲେ। ୨୦୧୧ ଜନଗଣନା ଆଧାରରେ ଏହି ସୀମା ନିର୍ଦ୍ଧାରଣ କରାଯିବ ବୋଲି ସୁଶୀଲ ଚନ୍ଦ୍ରା କହିଛନ୍ତି।

ଜମ୍ମୁ-କାଶ୍ମୀରରେ ସୀମା ପୁନଃନିର୍ଦ୍ଧାରଣ ନେଇ ପ୍ରସ୍ତୁତି ଚାଲିଛି । ସୀମା ପୁନଃନିର୍ଦ୍ଧାରଣ ଆୟୋଗ ଏବେ ଜମ୍ମୁ-କାଶ୍ମୀରରେ ଅଛନ୍ତି । ଶୁକ୍ରବାର ଦିନ ସୀମା ପୁନଃନିର୍ଦ୍ଧାରଣ ଆୟୋଗ ଜମ୍ମୁ ଗସ୍ତ କରିଛନ୍ତି ।  ସେ କହିଛନ୍ତି କି ପ୍ରଥମଥର ପାଇଁ ଜମ୍ମୁ-କାଶ୍ମୀରରେ ଅନୁସୂଚିତ ଜନଜାତିଙ୍କ ପାଇଁ ଆସନ ସଂରକ୍ଷଣ କରାଯିବ ।

ସାମ୍ବାଦିକ ସମ୍ମିଳନୀରେ ସୁଶିଲ ଚନ୍ଦ୍ରା କହିଛନ୍ତି ଯେ,  ୧୯୯୫ ମସିହାରେ ଜମ୍ମୁ-କାଶ୍ମୀରରେ ମୋଟ ୧୨ ଟି ଜିଲ୍ଲା ଥିବା ବେଳେ ଏବେ ଜିଲ୍ଲା ସଂଖ୍ୟା ୨୦ କୁ ବୃଦ୍ଧି ପାଇଛି । ଏହାସହ ତହସିଲ ସଂଖ୍ୟା ବି ବଢିଛି । ଏହାସହ ୨୦୧୧ ଜନସଂଖ୍ୟା ତୁଳନାରେ ସୀମା ପୁନଃନିର୍ଦ୍ଧାରଣ କରାଯାଉଥିବା କଥା ସେ କହିଛନ୍ତି ।

ଏହାସହ ଜମ୍ମୁ-କାଶ୍ମୀରରେ ଥିବା ମୋଟ ବିଧାନସଭା ଆସନ ସହିତ ଏବେ ୭ ଟି ଆସନ ଯୋଡିବାକୁ ପ୍ରକ୍ରିୟା ଚାଲିଛି ଓ ଏସ.ଟି କାଟାଗୋରୀ ପାଇଁ ବି ଆସନ ସଂରକ୍ଷିତ କରାଯିବା ଉପରେ ବିଚାର କରୁଛି ସୀମା ପୁନଃନିର୍ଦ୍ଧାରଣ ଆୟୋଗ । ଏହାସହ ପାକ୍ ଅଧିକୃତ କାଶ୍ମୀର (ପିଓକେ) ପାଇଁ ଅଲଗା ୨୪ ଟି ଆସନ ରହିବ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର