ହୁ ହୁ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା : ଦେଶରେ ୬ ହଜାର ଟପିଲା-ରାଜ୍ୟରେ ୧୦୦ ଟପିଲା, ଏପ୍ରିଲ ୧୦ ଓ ୧୧ରେ ହେବ ‘ମକ୍ ଡ୍ରିଲ୍’

The Sakala Picture
Published On

ନୂଆଦିଲ୍ଲୀ/ଭୁବନେଶ୍ବର : କିଛି ଦିନ ପରେ ପୁଣିଥରେ ବଢିବା ଆରମ୍ଭ କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ନୂଆ ନୂଆ ଭ୍ୟାରିଆଣ୍ଟ ସହ କରୋନା କାୟା ମେଲାଉଥିବା କାରଣରୁ ପୁଣି ଚିନ୍ତା ବଢିଯାଇଛି। କରୋନା ନେଇ ସତର୍କ ରହିବାକୁ କେନ୍ଦ୍ର ତଥା ରାଜ୍ୟର ସ୍ବାସ୍ଥ୍ୟ ବିଭାଗ ସତର୍କ ହୋଇଯାଇଛନ୍ତି। ଦେଶର କିଛି ରାଜ୍ୟ ମଧ୍ୟ ପୁଣିଥରେ କରୋନା କଟକଣା ଲଗାଇବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଦେଲେଣି। ଏହାରି ମଧ୍ୟରେ ଗତକାଲିଠାରୁ ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୧୩% […]

ନୂଆଦିଲ୍ଲୀ/ଭୁବନେଶ୍ବର : କିଛି ଦିନ ପରେ ପୁଣିଥରେ ବଢିବା ଆରମ୍ଭ କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ନୂଆ ନୂଆ ଭ୍ୟାରିଆଣ୍ଟ ସହ କରୋନା କାୟା ମେଲାଉଥିବା କାରଣରୁ ପୁଣି ଚିନ୍ତା ବଢିଯାଇଛି। କରୋନା ନେଇ ସତର୍କ ରହିବାକୁ କେନ୍ଦ୍ର ତଥା ରାଜ୍ୟର ସ୍ବାସ୍ଥ୍ୟ ବିଭାଗ ସତର୍କ ହୋଇଯାଇଛନ୍ତି। ଦେଶର କିଛି ରାଜ୍ୟ ମଧ୍ୟ ପୁଣିଥରେ କରୋନା କଟକଣା ଲଗାଇବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଦେଲେଣି।

ଆହୁରି ପଢ଼ନ୍ତୁ: ପୃଥିବୀକୁ ବଞ୍ଚାଇବାକୁ ମହାକାଶୀୟ ଜିଓ-ଇଞ୍ଜିନିୟରିଂ ଆବଶ୍ୟକ, ନହେଲେ ୫୦ ବର୍ଷ ପରେ ପୃଥିବୀର ଅସ୍ତିତ୍ୱ ଧ୍ୱଂସ ପାଇଯିବ: ଏଲନ୍‌ ମସ୍କ

ଏହାରି ମଧ୍ୟରେ ଗତକାଲିଠାରୁ ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୧୩% ବୃଦ୍ଧି ପାଇ ୬,୦୦୦ ଟପି ଯାଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୮,୦୦୦ ଉପରେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୬,୦୫୦ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୬,୦୫୦ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୭,୪୫,୧୦୪ରେ ପହଞ୍ଚିଛି। ଗତ ୨୪ ‌ଘଣ୍ଟାରେ ୧୪ଟି ମୃତ୍ୟୁ ରିପୋର୍ଟ କରାଯିବା ଫଳରେ ଦେଶରେ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୦,୯୪୩କୁ ବୃଦ୍ଧି ପାଇଛି। ଦେଶରେ ଦୈନିକ କୋଭିଡ୍‌-୧୯ ‘ପଜିଟିଭିଟି’ ହାର ୩.୩୯% ଥିବା ବେଳେ ସାପ୍ତାହିକ ‘ପଜିଟିଭିଟି’ ହାର ୩.୦୨% ରହିଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୪୧,୮୫,୮୫୮। ସମ୍ପ୍ରତି ଦେଶରେ ସୁସ୍ଥତା ହାର ୯୮.୭୫% ରହିଛି। ଏହାଛଡ଼ା, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୮,୩୦୩କୁ ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି। ଏହା ହେଉଛି ଦେଶର ସମୁଦାୟ ସଂକ୍ରମଣର ୦.୦୬%।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

୬ ମାସ ପରେ ଓଡ଼ିଶାରେ ୩ ଅଙ୍କ ଛୁଇଁଛି ସଂକ୍ରମଣ

ଓଡ଼ିଶାରେ ମାସ ପରେ କରୋନା ସଂକ୍ରମଣ ୩ ଅଙ୍କ ଛୁଇଁଛି । ଗତ ୨୪ ଘଣ୍ଟାରେ ୧୦୪ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମୋଟ୍ ସକ୍ରିୟ ସଂଖ୍ୟା ୪୨୯କୁ ବୃଦ୍ଧି ହୋଇଛି । ଦିନକରେ ୩୪ ରୋଗୀ ସୁସ୍ଥ ହୋଇଛନ୍ତି । ଦୈନିକ ଟେଷ୍ଟିଂ ବୃଦ୍ଧି ପାଉଥିବାରୁ ସଂକ୍ରମଣ ଉପରମୁହାଁ ହୋଇଛି । ଦେଶ ଓ ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ସର୍ଭେଲାନ୍ସ ବଢ଼ାଇବା ସହ ଅନେକ ଗୁଡ଼ିଏ ଆଗୁଆ ପଦକ୍ଷେପ ନେଇଛି । ଲକ୍ଷଣ ଥିବା ରୋଗୀ ତୁରନ୍ତ ନିଜର କରୋନା ଟେଷ୍ଟ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଅପିଲ୍ କରିଛି । ସଂକ୍ରମଣ ବୃଦ୍ଧି ପାଇଥିଲେ ବି ଭୟଭୀତ ହେବାର କାରଣ ନାହିଁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ନଭେମ୍ବରରେ ଓଡ଼ିଶାରରେ ପିକ୍ ଛୁଇଁଥିଲା କରୋନା । ସଂକ୍ରମଣ ବୃଦ୍ଧି ହେଉଥିଲେ ବି ରୋଗୀ ଗୁରୁତର ହେଉନାହାନ୍ତି, ଡାକ୍ତରଖାନାରେ ଆଡମିଟ୍ ବି ହେଉନାହାନ୍ତି ।

ରାଜ୍ୟମାନଙ୍କୁ ସତର୍କ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ

ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ରାଜ୍ୟମାନଙ୍କୁ ସତର୍କ ରହିବା ସହ କୋଭିଡ୍-୧୯ ପରିଚାଳନା ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି। ଦେଶରେ କୋଭିଡ-୧୯ ସ୍ଥିତିର ସମୀକ୍ଷା ପାଇଁ ମାଣ୍ଡବୀୟ ଶୁକ୍ରବାର ସବୁ ରାଜ୍ୟ ଓ‌ କେନ୍ଦ୍ର ଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀ ମାନଙ୍କ ସହ ଏକ ଭର୍ଚୁଆଲ ବୈଠକ କରିଥିଲେ ‌। ଅଧିକ ମାମଲା ରିପୋର୍ଟ ହେଉଥିବା ଅଞ୍ଚଳ ଗୁଡ଼ିକୁ ଚିହ୍ନଟ କରିବା, ଟେଷ୍ଟିଂ ବୃଦ୍ଧି କରିବା ଓ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ିକର ପ୍ରସ୍ତୁତି ନିଶ୍ଚିତ କରିବାକୁ ରାଜ୍ୟମାନଙ୍କୁ କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ଏହାଛଡ଼ା ସେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜିନୋମ ସିକ୍ୱେନ୍ସିଂ ଏବଂ ପଜିଟିଭ୍ ନମୁନାଗୁଡ଼ିକର ପୁରା ଜିନୋମ ସିକ୍ବେନ୍ସିଂ ବଢ଼ାଇବା ସହିତ କୋଭିଡ୍ ନିୟମ ପାଳନ କରିବା ପାଇଁ ସଚେତନତା ସୃଷ୍ଟି କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ମାଣ୍ଡବୀୟ କହିଛନ୍ତି ଯେ ଗତ ଥର କୋଭିଡ-୧୯ର ପ୍ରତିଷେଧକ ବ୍ୟବସ୍ଥା ଏବଂ ପରିଚାଳନା ସମୟରେ କେନ୍ଦ୍ର ଏବଂ ରାଜ୍ୟ ଯେପରି ମିଳିତ ଭାବେ କାର୍ଯ୍ୟ କରିଥିଲେ ତାହା ଜାରି ରହିବା ଆବଶ୍ୟକ। ଏପ୍ରିଲ ୧୦ ଓ ୧୧ରେ ସମସ୍ତ ଡ଼ାକ୍ତରଖାନାରେ ‘ମକ୍ ଡ୍ରିଲ୍’ କରିବା ସହ ଏପ୍ରିଲ୍ ୮, ୯ରେ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ପ୍ରସ୍ତୁତି ସମୀକ୍ଷା କରିବାକୁ ସେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କୁ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର