ଋଷ ବିପକ୍ଷରେ ଆହୁରି ଶକ୍ତିଶାଳୀ ହେବ ୟୁକ୍ରେନ ସେନା; ଆମେରିକାଠାରୁ ଦେବ ୩୧ଟି ଶକ୍ତିଶାଳୀ M1 ଆବ୍ରାହମସ୍ ଟ୍ୟାଙ୍କ

The Sakala Picture
Published On

କିଭ୍: ଶକ୍ତିଶାଳୀ ହେବ ୟୁକ୍ରେନ ସେନା । ଏଣିକି ୟୁକ୍ରେନକୁ ଟକ୍କର ଦେବା ଋଷ ପକ୍ଷେ ହୋଇପାରେ କଷ୍ଟକର । କାରଣ ଖୁବ୍ ଶୀଘ୍ର ଆମେରିକାଠାରୁ ୟୁକ୍ରେନ ପାଇବ ୩୧ଟି ଶକ୍ତିଶାଳୀ M1 ଆବ୍ରାହମସ୍ ଟ୍ୟାଙ୍କ । ଏନେଇ ଘୋଷଣା କରିଛି ଆମେରିକା । ସେପଟେ ଲିଓପାର୍ଡ ଟ୍ୟାଙ୍କ ଯୋଗାଇବାକୁ ବି ଜର୍ମାନୀ ଘୋଷଣା କରିଛି । ଯୁଦ୍ଧ ପ୍ରସଙ୍ଗରେ ଅନୁଷ୍ଠିତ ପ୍ରମୁଖ ୟୁରୋପୀୟ ରାଷ୍ଟ୍ରଙ୍କ ବୈଠକରେ ୟୁକ୍ରେନକୁ ଟ୍ୟାଙ୍କ ଯୋଗାଣ ନେଇ ଘୋଷଣା କରିଛନ୍ତି ଆମେରିକା […]

କିଭ୍: ଶକ୍ତିଶାଳୀ ହେବ ୟୁକ୍ରେନ ସେନା । ଏଣିକି ୟୁକ୍ରେନକୁ ଟକ୍କର ଦେବା ଋଷ ପକ୍ଷେ ହୋଇପାରେ କଷ୍ଟକର । କାରଣ ଖୁବ୍ ଶୀଘ୍ର ଆମେରିକାଠାରୁ ୟୁକ୍ରେନ ପାଇବ ୩୧ଟି ଶକ୍ତିଶାଳୀ M1 ଆବ୍ରାହମସ୍ ଟ୍ୟାଙ୍କ । ଏନେଇ ଘୋଷଣା କରିଛି ଆମେରିକା । ସେପଟେ ଲିଓପାର୍ଡ ଟ୍ୟାଙ୍କ ଯୋଗାଇବାକୁ ବି ଜର୍ମାନୀ ଘୋଷଣା କରିଛି । ଯୁଦ୍ଧ ପ୍ରସଙ୍ଗରେ ଅନୁଷ୍ଠିତ ପ୍ରମୁଖ ୟୁରୋପୀୟ ରାଷ୍ଟ୍ରଙ୍କ ବୈଠକରେ ୟୁକ୍ରେନକୁ ଟ୍ୟାଙ୍କ ଯୋଗାଣ ନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏହି ଟ୍ୟାଙ୍କ ଯୋଗାଣ ପୂର୍ବରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ୧୯୮୦ ଦଶକରେ ପ୍ରଥମ ଥର ଲାଗି ଏହି ଧରଣର ଟ୍ୟାଙ୍କର ବ୍ୟବହାର କରିଥିଲା ଆମେରିକା । ୧୨୦ ମିଲିମିଟିର ମେନ୍ ଗନ ଓ ୫୦ କାଲିବର କ୍ଷମତା ବିଶିଷ୍ଟ ଟ୍ୟାଙ୍କର ୧୫୦୦ ହର୍ଷ ପାଓ୍ବାର ଟର୍ବାଇନ ଇଞ୍ଜିନ ରହିଛି ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ତେବେ ୟୁକ୍ରେନରେ ଆବ୍ରାହମସ ଟ୍ୟାଙ୍କ ବ୍ୟବହାରର ଯଥାର୍ଥତାକୁ ନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି ଆମେରିକୀୟ ପ୍ରତିରକ୍ଷା କର୍ମକର୍ତ୍ତା । ଇନ୍ଧନର ପର୍ଯ୍ୟାପ୍ତ ଆବଶ୍ୟକତା ଓ ତାଲିମ ପ୍ରଦାନ କଷ୍ଟକର ହୋଇଥିବାରୁ ସେମାନେ ଟ୍ୟାଙ୍କ ଯୋଗାଣକୁ ନେଇ ପ୍ରଶ୍ନ କରିଛନ୍ତି । ସେପଟେ ୟୁକ୍ରେନର ବାରମ୍ବାର ଅନୁରୋଧ ଓ ସହଯୋଗୀ ରାଷ୍ଟ୍ରର ଚାପ ଯୋଗୁ ୧୪ଟି ଲିଓପାର୍ଡ ୨ A6 ଟ୍ୟାଙ୍କ ଯୋଗାଇବାକୁ ଜର୍ମାନୀ ଘୋଷଣା କରିଛି । ଏହି ଟ୍ୟାଙ୍କ ପରିଚାଳନା ଲାଗି ଜର୍ମାନୀରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହେବ ବୋଲି କହିଛନ୍ତି ଚାନସେଲର ଓଲାଫ ସ୍କଜ । ସେପଟେ ଫିନଲ୍ୟାଣ୍ଡ ଓ ପୋଲାଣ୍ଡ ମଧ୍ଯ ୟୁକ୍ରେନକୁ ଅସ୍ତ୍ର ଦେବାକୁ ଘୋଷଣା କରିଛନ୍ତି । ତେଣେ ଏହି ଟ୍ୟାଙ୍କ ଯୋଗାଣ ଘୋଷଣାକୁ ବିରୋଧ କରିଛନ୍ତି କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସକୋଭ ।

ଆହୁରି ପଢ଼ନ୍ତୁ: ପତ୍ନୀଙ୍କୁ ମାରିବାକୁ ସ୍ୱାମୀର ଭୟଙ୍କର ଷଡ଼ଯନ୍ତ୍ର: ୩ ଥର ବିଷ ଦେଇ ବିଫଳ ହେବା ପରେ ୧ ଲକ୍ଷର ସୁପାରି ଦେଇ ହତ୍ୟା

26 Jan 2023 By The Sakala

ଋଷ ବିପକ୍ଷରେ ଆହୁରି ଶକ୍ତିଶାଳୀ ହେବ ୟୁକ୍ରେନ ସେନା; ଆମେରିକାଠାରୁ ଦେବ ୩୧ଟି ଶକ୍ତିଶାଳୀ M1 ଆବ୍ରାହମସ୍ ଟ୍ୟାଙ୍କ

କିଭ୍: ଶକ୍ତିଶାଳୀ ହେବ ୟୁକ୍ରେନ ସେନା । ଏଣିକି ୟୁକ୍ରେନକୁ ଟକ୍କର ଦେବା ଋଷ ପକ୍ଷେ ହୋଇପାରେ କଷ୍ଟକର । କାରଣ ଖୁବ୍ ଶୀଘ୍ର ଆମେରିକାଠାରୁ ୟୁକ୍ରେନ ପାଇବ ୩୧ଟି ଶକ୍ତିଶାଳୀ M1 ଆବ୍ରାହମସ୍ ଟ୍ୟାଙ୍କ । ଏନେଇ ଘୋଷଣା କରିଛି ଆମେରିକା । ସେପଟେ ଲିଓପାର୍ଡ ଟ୍ୟାଙ୍କ ଯୋଗାଇବାକୁ ବି ଜର୍ମାନୀ ଘୋଷଣା କରିଛି । ଯୁଦ୍ଧ ପ୍ରସଙ୍ଗରେ ଅନୁଷ୍ଠିତ ପ୍ରମୁଖ ୟୁରୋପୀୟ ରାଷ୍ଟ୍ରଙ୍କ ବୈଠକରେ ୟୁକ୍ରେନକୁ ଟ୍ୟାଙ୍କ ଯୋଗାଣ ନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏହି ଟ୍ୟାଙ୍କ ଯୋଗାଣ ପୂର୍ବରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ୧୯୮୦ ଦଶକରେ ପ୍ରଥମ ଥର ଲାଗି ଏହି ଧରଣର ଟ୍ୟାଙ୍କର ବ୍ୟବହାର କରିଥିଲା ଆମେରିକା । ୧୨୦ ମିଲିମିଟିର ମେନ୍ ଗନ ଓ ୫୦ କାଲିବର କ୍ଷମତା ବିଶିଷ୍ଟ ଟ୍ୟାଙ୍କର ୧୫୦୦ ହର୍ଷ ପାଓ୍ବାର ଟର୍ବାଇନ ଇଞ୍ଜିନ ରହିଛି ।

ତେବେ ୟୁକ୍ରେନରେ ଆବ୍ରାହମସ ଟ୍ୟାଙ୍କ ବ୍ୟବହାରର ଯଥାର୍ଥତାକୁ ନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି ଆମେରିକୀୟ ପ୍ରତିରକ୍ଷା କର୍ମକର୍ତ୍ତା । ଇନ୍ଧନର ପର୍ଯ୍ୟାପ୍ତ ଆବଶ୍ୟକତା ଓ ତାଲିମ ପ୍ରଦାନ କଷ୍ଟକର ହୋଇଥିବାରୁ ସେମାନେ ଟ୍ୟାଙ୍କ ଯୋଗାଣକୁ ନେଇ ପ୍ରଶ୍ନ କରିଛନ୍ତି । ସେପଟେ ୟୁକ୍ରେନର ବାରମ୍ବାର ଅନୁରୋଧ ଓ ସହଯୋଗୀ ରାଷ୍ଟ୍ରର ଚାପ ଯୋଗୁ ୧୪ଟି ଲିଓପାର୍ଡ ୨ A6 ଟ୍ୟାଙ୍କ ଯୋଗାଇବାକୁ ଜର୍ମାନୀ ଘୋଷଣା କରିଛି । ଏହି ଟ୍ୟାଙ୍କ ପରିଚାଳନା ଲାଗି ଜର୍ମାନୀରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହେବ ବୋଲି କହିଛନ୍ତି ଚାନସେଲର ଓଲାଫ ସ୍କଜ । ସେପଟେ ଫିନଲ୍ୟାଣ୍ଡ ଓ ପୋଲାଣ୍ଡ ମଧ୍ଯ ୟୁକ୍ରେନକୁ ଅସ୍ତ୍ର ଦେବାକୁ ଘୋଷଣା କରିଛନ୍ତି । ତେଣେ ଏହି ଟ୍ୟାଙ୍କ ଯୋଗାଣ ଘୋଷଣାକୁ ବିରୋଧ କରିଛନ୍ତି କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସକୋଭ ।

https://www.thesakala.in/national-international/america-will-send-battle-tanks-to-ukraine/article-18446
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର