ୟୁକ୍ରେନକୁ ୩୩ ବିଲିୟନ ଡଲାର ସହାୟତା ଘୋଷଣା କଲେ ଆମେରିକା ରାଷ୍ଟ୍ରପତି ବାଇଡେନ

The Sakala Picture
Published On

କିଭ୍: ଋଷ ଆକ୍ରମଣ କରିବା ପରଠାରୁ ୟୁକ୍ରେନ୍‌କୁ ଖୋଲାଖୋଲି ସମର୍ଥନ ଦେଇଆସୁଛି ଆମେରିକା ।ଋଷର ଆକ୍ରମଣ ପରେ ୟୁକ୍ରେନ ନିଜକୁ କେମିତି ସଶକ୍ତ କରିବ ସେଥିପାଇଁ ଆମେରିକା ସବୁବେଳେ ସହଯୋଗ କରିଆସୁଛି । ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ୟୁକ୍ରେନ୍‌କୁ ୩୩ ବିଲିୟନ ଡଲାରର ସହାୟତା ଘୋଷଣା କରିଛନ୍ତି । ଏଥିରେ ୨୦ ବିଲିୟନ ଡଲାର ୟୁକ୍ରେନ୍‌ ସେନା, ୮.୫ ବିଲିୟନ ଡଲାର ଆର୍ଥିକ ସ୍ଥିତିକୁ ମଜଭୁତ କରିବା ଏବଂ ତିନି ବିଲିୟନ ଡଲାର […]

କିଭ୍: ଋଷ ଆକ୍ରମଣ କରିବା ପରଠାରୁ ୟୁକ୍ରେନ୍‌କୁ ଖୋଲାଖୋଲି ସମର୍ଥନ ଦେଇଆସୁଛି ଆମେରିକା ।ଋଷର ଆକ୍ରମଣ ପରେ ୟୁକ୍ରେନ ନିଜକୁ କେମିତି ସଶକ୍ତ କରିବ ସେଥିପାଇଁ ଆମେରିକା ସବୁବେଳେ ସହଯୋଗ କରିଆସୁଛି । ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ୟୁକ୍ରେନ୍‌କୁ ୩୩ ବିଲିୟନ ଡଲାରର ସହାୟତା ଘୋଷଣା କରିଛନ୍ତି ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ଏଥିରେ ୨୦ ବିଲିୟନ ଡଲାର ୟୁକ୍ରେନ୍‌ ସେନା, ୮.୫ ବିଲିୟନ ଡଲାର ଆର୍ଥିକ ସ୍ଥିତିକୁ ମଜଭୁତ କରିବା ଏବଂ ତିନି ବିଲିୟନ ଡଲାର ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଖର୍ଚ୍ଚ ହେବ । ଦଳ ଗତ ନିର୍ବିଶେଷ ୟୁକ୍ରେନ୍‌କୁ ସହାୟତା କରିବା ପାଇଁ ଆଗେଇ ଆସିବାକୁ ବାଇଡେନ୍‌ ଆମେରିକାର ସିନେଟରେ ଉଦବୋଧନ ଦେଇଛନ୍ତି । ୟୁକ୍ରେନ୍‌କୁ ଆମେରିକା ସବୁ ପ୍ରକାର ସହାୟତା ଦେଉଥିବା ବେଳେ ଆମେରିକା ଋଷ୍‌ ଉପରେ କାହିଁକି ଆକ୍ରମଣ କରୁନାହିଁ ବୋଲି ପ୍ରଶ୍ନ ଉଠୁଛି ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ସେପଟେ, ଋଷ୍‌ରେ ଆକ୍ରମଣ କଲେ ଯୁଦ୍ଧ ଆହୁରି ଭୟାନକ ହେବ ବୋଲି ଆମେରିକାର ଜଣେ ସାଂସଦ କହିଛନ୍ତି । ଆଉ ପ୍ରତିବଦଳରେ ୟୁକ୍ରେନ୍‌କୁ ଋଷ୍‌ର ସମକକ୍ଷ କରିବା ପାଇଁ ଚେଷ୍ଟା କରାଯାଉଛି । ଏହାଦ୍ବାରା ଆଗକୁ ଋଷ୍‌ ସହ କଡାକଡ଼ି ଭାବେ ମୁକାବିଲା କରିପାରିବ ୟୁକ୍ରେନ୍‌ । ଆଗକୁ ମଧ୍ୟ ଆର୍ଥିକ ସହାୟତା ଜାରି ରହିବ ବୋଲି ଆମେରିକା କହିଛି ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର