ସେନା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ୍‌ ବିପିନ୍ ରାଓ୍ୱତ ଏବଂ ଅନ୍ୟ ୧୨ ଜଣଙ୍କ ପାର୍ଥିବ ଶରୀର ନେଇ ଆସୁଥିବା ଆମ୍ବୁଲାନ୍ସ ସାମାନ୍ୟ ଦୁର୍ଘଟଣାଗ୍ରସ୍ତ

The Sakala Picture
Published On

ନୂଆଦିଲ୍ଲୀ: ଗତକାଲି ଅର୍ଥାତ ବୁଧବାର ତାମିଲନାଡୁର କୁନ୍ନୁରରେ ଭାରତୀୟ ବାୟୁ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାଣ ହରାଇଥିବା ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାଓ୍ୱତ, ତାଙ୍କ ପତ୍ନୀଙ୍କ ସହ ମୋଟ ୧୩ ଜଣଙ୍କ ପାର୍ଥିବ ଶରୀର ନେଇ ଆସୁଥିବା ତିନୋଟି ଆମ୍ବୁଲାନ୍ସ ମଧ୍ୟରୁ ଗୋଟିଏ ଆମ୍ବୁଲାନ୍ସ ସାମାନ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । କୋଏମ୍ବଟୁରର ମେଟ୍ଟାପଳୟମ ନିକଟ ଘାଟି ରାସ୍ତାରେ ହୋଇଛି ଏହି ଦୁର୍ଘଟଣା । ଆମ୍ବୁଲାନ୍ସ ଦୁର୍ଘଟଣା ହେବା […]

ନୂଆଦିଲ୍ଲୀ: ଗତକାଲି ଅର୍ଥାତ ବୁଧବାର ତାମିଲନାଡୁର କୁନ୍ନୁରରେ ଭାରତୀୟ ବାୟୁ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାଣ ହରାଇଥିବା ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାଓ୍ୱତ, ତାଙ୍କ ପତ୍ନୀଙ୍କ ସହ ମୋଟ ୧୩ ଜଣଙ୍କ ପାର୍ଥିବ ଶରୀର ନେଇ ଆସୁଥିବା ତିନୋଟି ଆମ୍ବୁଲାନ୍ସ ମଧ୍ୟରୁ ଗୋଟିଏ ଆମ୍ବୁଲାନ୍ସ ସାମାନ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । କୋଏମ୍ବଟୁରର ମେଟ୍ଟାପଳୟମ ନିକଟ ଘାଟି ରାସ୍ତାରେ ହୋଇଛି ଏହି ଦୁର୍ଘଟଣା ।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ଆମ୍ବୁଲାନ୍ସ ଦୁର୍ଘଟଣା ହେବା ପରେ ପାର୍ଥିବ ଶରୀରକୁ ଆଉ ଏକ ଆମ୍ବୁଲାନ୍ସରେ ପଠାଯାଇଥିଲା । ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ହୋଇଛି ତାହାର ସୂଚନା ଏପର୍ଯ୍ୟନ୍ତ ମିଳିପାରି ନାହିଁ । ସୂଚନା ଅନୁସାରେ ବୁଧବାର ତାମିଲନାଡୁର କୁନ୍ନୁରରେ ଭାରତୀୟ ବାୟୁ ସେନାର ଏକ ହେଲିକପ୍ଟର ଦୁର୍ଘଟଣାରେ ସହିଦ ହୋଇଥିଲେ ସିଡିଏସ୍‌ ବିପିନ ରାଓ୍ୱତ । ବିପିନ ରାଓ୍ୱତ, ତାଙ୍କ ପତ୍ନୀଙ୍କ ସହ ମୋଟ ୧୩ ଜଣ ଏହି ଦୁର୍ଘଟଣାରେ ସହିଦ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର