ଜୁଲାଇରେ ବ୍ଲୁ ଅରିଜିନ୍ ବିମାନରେ ମହାକାଶକୁ ଯାତ୍ରା କରିବେ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ

The Sakala Picture
Published On

ମହାକାଶ ଯାତ୍ରାରେ ଯିବେ ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ । ଆସନ୍ତା ଜୁଲାଇ ୨୦ ତାରିଖରେ ବ୍ଲୁ ଅରିଜିନ୍ ବିମାନରେ ସେ ଏହି ଯାତ୍ରା କରିବେ ବୋଲି ସୂଚନା ଦେଇଛନ୍ତି । ତେବେ ଯଦି ଜେଫ୍ ବେଜୋସ ମହାକାଶକୁ ଯାତ୍ରା କରନ୍ତି, ତେବେ ସେ ପ୍ରଥମ ଅରବପତି ଭାବେ ମହାକାଶ ଯାତ୍ରା କରିବେ । ଜେଫ୍ ବେଜୋସ ଆମାଜନର ପ୍ରତିଷ୍ଠାତା ଭାବେ ବେଶ ଜଣାଶୁଣା । ଏଥିସହ ସେ ବିଶ୍ୱର ଧନୀବ୍ୟକ୍ତିଙ୍କ ତାଲିକାରେ ମଧ୍ୟ ରହିଥାନ୍ତି । […]

ମହାକାଶ ଯାତ୍ରାରେ ଯିବେ ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ । ଆସନ୍ତା ଜୁଲାଇ ୨୦ ତାରିଖରେ ବ୍ଲୁ ଅରିଜିନ୍ ବିମାନରେ ସେ ଏହି ଯାତ୍ରା କରିବେ ବୋଲି ସୂଚନା ଦେଇଛନ୍ତି । ତେବେ ଯଦି ଜେଫ୍ ବେଜୋସ ମହାକାଶକୁ ଯାତ୍ରା କରନ୍ତି, ତେବେ ସେ ପ୍ରଥମ ଅରବପତି ଭାବେ ମହାକାଶ ଯାତ୍ରା କରିବେ ।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ଜେଫ୍ ବେଜୋସ ଆମାଜନର ପ୍ରତିଷ୍ଠାତା ଭାବେ ବେଶ ଜଣାଶୁଣା । ଏଥିସହ ସେ ବିଶ୍ୱର ଧନୀବ୍ୟକ୍ତିଙ୍କ ତାଲିକାରେ ମଧ୍ୟ ରହିଥାନ୍ତି । ତେଣୁ ତାଙ୍କର ଏହି ମହାକାଶ ଯାତ୍ରାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେ ତାଙ୍କର ବହୁ ଦିନର ସ୍ୱପ୍ନ ପୂରଣ କରିବାକୁ ଯାଉଛନ୍ତି ବୋଲି ସେ କହିଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ପୋଷ୍ଟ କରି ଲେଖିଛନ୍ତି, ଯେତେବେଳେ ତାଙ୍କୁ ମାତ୍ର ୫ ବର୍ଷ ହୋଇଥିଲା ସେ ମହାକାଶକୁ ଯିବାକୁ ସ୍ୱପ୍ନ ଦେଖିଥିଲେ । ଆସନ୍ତା ଜୁଲାଇ ୨୦ ତାରିଖରେ ସେ ତାଙ୍କ ଭାଇଙ୍କ ସହିତ ମହାକାଶ ଯାତ୍ରା କରିବାକୁ ଯାଉଛନ୍ତି ବୋଲି ସେ ଲେଖିଛନ୍ତି ।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର