ଚଳିତ ବର୍ଷ ଶେଷ ସୁଦ୍ଧା ଦେଶରେ ସମସ୍ତଙ୍କୁ ଦିଆଯିବ କରୋନା ଟିକା : କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର

The Sakala Picture
Published On

୨୦୨୧ ଶେଷ ସୁଦ୍ଧା ଭାରତରେ ସମସ୍ତଙ୍କୁ କରୋନା ଟିକାକରଣ କରାଯିବ। ଏ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଶୁକ୍ରବାର ଘୋଷଣା କରିଛନ୍ତି। କରୋନା ଟିକାକକରଣର ମନ୍ଥରତାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଏକ ଟ୍ୱିଟ ର ଜାବାବ ଦେଇ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ସୂଚନା ଥାଉକି ଶୁକ୍ରବାର ଗଣମାଧ୍ୟମ ଭିଡିଓ କନଫରେନ୍ସିଂ କଥା ହେଲା ବେଳେ କରୋନା ପରିଚଳାନା ଓ ଟିକାକରଣକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। […]

୨୦୨୧ ଶେଷ ସୁଦ୍ଧା ଭାରତରେ ସମସ୍ତଙ୍କୁ କରୋନା ଟିକାକରଣ କରାଯିବ। ଏ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଶୁକ୍ରବାର ଘୋଷଣା କରିଛନ୍ତି। କରୋନା ଟିକାକକରଣର ମନ୍ଥରତାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଏକ ଟ୍ୱିଟ ର ଜାବାବ ଦେଇ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ସୂଚନା ଥାଉକି ଶୁକ୍ରବାର ଗଣମାଧ୍ୟମ ଭିଡିଓ କନଫରେନ୍ସିଂ କଥା ହେଲା ବେଳେ କରୋନା ପରିଚଳାନା ଓ ଟିକାକରଣକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଏମିତି ଫାର୍ସ(ନୌଟଙ୍କି) ପାଇଁ ଦେଶରେ କରୋନାର ଦ୍ୱିତୀୟ ଲହର ବଢ଼ିଲା। ପ୍ରଧାନମନ୍ତ୍ରୀ ଜଣେ ଇଭେଣ୍ଟ ମ୍ୟାନେଜର। ସେ କେବଳ ଗୋଟିଏ ସମୟରେ ଗୋଟିଏ ହିଁ କାର୍ଯ୍ୟ କରନ୍ତି। ତାଙ୍କୁ ମୁକାବିଲା କରିବା ଜଣା ନାହିଁ ବୋଲି ରାହୁଲ କହିଥିଲେ। ତା ସହିତ ସାମାଜିକ ଦୂରତା ଓ ମାସ୍କ ଦ୍ୱାରା କରୋନା ଯୁଦ୍ଧ ଜିତାଯାଇପାରିବ ନାହିଁ ଏଥିପାଇଁ ଭ୍ୟାକ୍ସିନ ସ୍ଥାୟୀ ବ୍ୟବସ୍ଥା ବୋଲି କହିଥିଲେ ରାହୁଲ।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ଚଳିତ ବର୍ଷ ଶେଷ ହେବା ପୂର୍ବରୁ ଭାରତରେ ଟିକାକରଣ ସମ୍ପୂର୍ଣ୍ଣ ହେବ। ଏହାସହିତ ଶ୍ରୀ ଜାଭଡେକର ଟିକାକରଣ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଥିବା ନେତାଙ୍କ ଉପରେ କାଉଣ୍ଟର ମଧ୍ୟ କରିଛନ୍ତି। “କଂଗ୍ରେସ ଟୁଲ୍କିଟ” କୁ ସୂଚାଇ ଏକ ଅନଲାଇନ୍ ଡକ୍ୟୁମେଣ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ସରକାରଙ୍କୁ ଅସମ୍ମାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର