ଯୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର କରିବ ବାୟୁସେନା, ଆଣିବାକୁ ଯିବ ସି-୧୭ ଗ୍ଲୋବମାଷ୍ଟର

The Sakala Picture
Published On

ନୂଆଦିଲ୍ଲୀ : ୟୁକ୍ରେନରୁ ଏୟାରଲିଫ୍ଟ ହେବେ ଭାରତୀୟ । ଏଥିପାଇଁ ଭାରତୀୟ ବାୟୁସେନାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏୟାରଲିଫ୍ଟ କରିବା ପାଇଁ ଅପରେସନ ଗଙ୍ଗାରେ ସାମିଲ ହେବ ସି-୧୭ ବିମାନ । ୟୁକ୍ରେନରେ ପରିସ୍ଥିତି ଧିରେଧିରେ ଗମ୍ଭୀର ହେବାରେ ଲାଗିଥିବାବେଳେ ସେଠାରେ ଫସିଥିବା ନାଗରିକଙ୍କୁ ନେଇ ଚିନ୍ତିତ ହୋଇପଡିଛନ୍ତି ଭାରତ ସରକାର । ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିବା ‘ଅପରେସନ୍ ଗଙ୍ଗା’ରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ […]

ନୂଆଦିଲ୍ଲୀ : ୟୁକ୍ରେନରୁ ଏୟାରଲିଫ୍ଟ ହେବେ ଭାରତୀୟ । ଏଥିପାଇଁ ଭାରତୀୟ ବାୟୁସେନାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏୟାରଲିଫ୍ଟ କରିବା ପାଇଁ ଅପରେସନ ଗଙ୍ଗାରେ ସାମିଲ ହେବ ସି-୧୭ ବିମାନ । ୟୁକ୍ରେନରେ ପରିସ୍ଥିତି ଧିରେଧିରେ ଗମ୍ଭୀର ହେବାରେ ଲାଗିଥିବାବେଳେ ସେଠାରେ ଫସିଥିବା ନାଗରିକଙ୍କୁ ନେଇ ଚିନ୍ତିତ ହୋଇପଡିଛନ୍ତି ଭାରତ ସରକାର ।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିବା ‘ଅପରେସନ୍ ଗଙ୍ଗା’ରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ବାୟୁସେନାକୁ ନିର୍ଦ୍ଦେଶ ଦେଇଛନ୍ତି। ବାୟୁସେନା ବିମାନ ଏହି ମିଶନରେ ସାମିଲ ହେଲେ ଭାରତୀୟଙ୍କ ଉଦ୍ଧାର ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସହିତ ଭାରତରୁ ପଠାଯାଉଥିବା ରିଲିଫ୍ ସାମଗ୍ରୀ ମଧ୍ୟ ଶୀଘ୍ର ପହଞ୍ଚିବ । ଭାରତୀୟ ବାୟୁସେନାର ସି -୧୭ ବିମାନ ଆଜି ଅପରେସନ୍ ଗଙ୍ଗା ମିଶନ ଅଧୀନରେ ଉଡ଼ାଣ ଆରମ୍ଭ କରିବ ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ଆଜି ମଧ୍ୟାହ୍ଣ ସୁଦ୍ଧା ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ସେଠାରୁ ଫେରାଇ ଆଣିବା ପାଇଁ ଅତି କମ୍‌ରେ ୩ଟି ବିମାନ ୟୁକ୍ରେନ୍‌କୁ ଯାତ୍ରା କରିପାରେ। ଏଥିରେ ରୋମାନିଆର ରାଜଧାନୀ ବୁଖାରେଷ୍ଟରୁ ଦୁଇଟି ବିମାନ ଏବଂ ହଙ୍ଗେରୀର ରାଜଧାନୀ ବୁଡାପେଷ୍ଟରୁ ଗୋଟିଏ ବିମାନ ସାମିଲ ଅଛି। ଏହି ବିମାନଗୁଡ଼ିକ ମୁମ୍ବାଇ ଏବଂ ଦିଲ୍ଲୀରେ ପହଞ୍ଚିବ। ହଙ୍ଗେରୀ, ପୋଲାଣ୍ଡ, ସ୍ଲୋଭାକିଆ ସମେତ ୫ଟି ଦେଶ ଦେଇ ନାଗରିକମାନଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ ଭାରତ ସରକାର କାର୍ଯ୍ୟ କରୁଛନ୍ତି। ଏପର୍ଯ୍ୟନ୍ତ ୬ଟି ବିମାନ ଭାରତୀୟଙ୍କୁ ଆଣିଥିବାବେଳେ ଏହି ଅଭିଯାନକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ବାୟୁସେନାକୁ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଲୋକଙ୍କୁ ସି-୧୭ ଗ୍ଲୋବମାଷ୍ଟର ବିମାନ ମାଧ୍ୟମରେ ଭାରତକୁ ଅଣାଯିବ ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

ଅନ୍ୟପଟେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ରାଷ୍ଟ୍ରପତି ରାମନାଧ କୋବିନ୍ଦଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୟୁକ୍ରେନର ସ୍ଥିତି ସଂପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କରିଛନ୍ତି ମୋଦୀ । ଏପରିକି ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ସରକାର କଣସବୁ ପଦକ୍ଷେପ ନେଇଛନ୍ତି, ସେ ବାବଦରେ ଅବଗତ କରାଇଥିବା ଜଣାପଡିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର