ସିଏମ୍ଆଇଇ ରିପୋର୍ଟ: ଦେଶରେ ପୁଣି ବଢ଼ିଲା ବେକାରି ହାର, ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ବଢ଼ୁଛି ବେକାରୀ ସମସ୍ୟା

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ବଢ଼ିବାରେ ଲାଗିଛି ବେକାରି ହାର। ବିଶେଷକରି ଦେଶର ଗ୍ରାମାଞ୍ଚଳ କ୍ଷେତ୍ରରେ ଅଧିକ ଲୋକ କାମ ଧନ୍ଦା ନ ପାଇବା ଯୋଗୁ ବେକାରି ସଂଖ୍ୟାରେ ବୃଦ୍ଧି ଘଟି ଜୁନ୍‌ରେ ବେକାରି ହାର ବଢ଼ିଯାଇଛି। ଇତିମଧ୍ୟରେ ଜୁନ୍ ମାସରେ ହାରାହାରି ବେକାରି ହାର ୮.୪୫ ପ୍ରତିଶତରେ ପହଞ୍ଚିଛି। ଚଳିତବର୍ଷର ପ୍ରଥମ ୬ ମାସ ମଧ୍ୟରେ ଏହା ହେଉଛି ତୃତୀୟ ଥର ଯେତେବେଳେ କି ଦେଶରେ ହାରାହାରି ବେକାରି ହାର ୮ ପ୍ରତିଶତ ଉପରେ ରହିଥିବା […]

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ବଢ଼ିବାରେ ଲାଗିଛି ବେକାରି ହାର। ବିଶେଷକରି ଦେଶର ଗ୍ରାମାଞ୍ଚଳ କ୍ଷେତ୍ରରେ ଅଧିକ ଲୋକ କାମ ଧନ୍ଦା ନ ପାଇବା ଯୋଗୁ ବେକାରି ସଂଖ୍ୟାରେ ବୃଦ୍ଧି ଘଟି ଜୁନ୍‌ରେ ବେକାରି ହାର ବଢ଼ିଯାଇଛି। ଇତିମଧ୍ୟରେ ଜୁନ୍ ମାସରେ ହାରାହାରି ବେକାରି ହାର ୮.୪୫ ପ୍ରତିଶତରେ ପହଞ୍ଚିଛି। ଚଳିତବର୍ଷର ପ୍ରଥମ ୬ ମାସ ମଧ୍ୟରେ ଏହା ହେଉଛି ତୃତୀୟ ଥର ଯେତେବେଳେ କି ଦେଶରେ ହାରାହାରି ବେକାରି ହାର ୮ ପ୍ରତିଶତ ଉପରେ ରହିଥିବା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି (ସିଏମ୍ଆଇଇ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏକ ଲକ୍ଷ ସରକାରୀ ଚାକିରି ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇ ପ୍ରଶାସନର ବିଶ୍ୱସନୀୟତାକୁ ବଢ଼ାଇବାକୁ ଚେଷ୍ଟା କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଏହି ରିପୋର୍ଟ ଏକ ଚିନ୍ତାର ବିଷୟ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ରିପୋର୍ଟ ଅନୁଯାୟୀ, ଗ୍ରାମାଞ୍ଚଳରେ ନିର୍ଦ୍ଦିଷ୍ଟ ଭାବେ ଋତୁକାଳୀନ ବେକାରି ସଂଖ୍ୟାରେ ବୃଦ୍ଧି ହେତୁ ଚଳିତ ବର୍ଷ ତୃତୀୟ ଥର ପାଇଁ ବେକାରି ହାର ୮ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ବିଶେଷ କଥା ହେଉଛି କି ସହରାଞ୍ଚଳରେ ବେକାରି ହାରରେ ହ୍ରାସ ଘଟିଥିବାବେଳେ ଗ୍ରାମାଞ୍ଚଳରେ ବେକାରି ହାର ବଢ଼ିଛି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ସିଏମ୍ଆଇଇ ରିପୋର୍ଟ ଅନୁଯାୟୀ, ଜୁନ୍‌ରେ ବେକାରୀ ହାର ପୂର୍ବ ମାସ ଅର୍ଥାତ୍ ମେ’ର ୭.୬୮ ପ୍ରତିଶତରୁ ୮.୪୫ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ମାସରେ, ସହରାଞ୍ଚଳ କ୍ଷେତ୍ରରେ ବେକାରି ହାର ୭.୮୭ ପ୍ରତିଶତକୁ ହ୍ରାସ ପାଇଥିବାବେଳେ ଗ୍ରାମାଞ୍ଚଳ କ୍ଷେତ୍ରରେ ଦୁଇ ବର୍ଷ ମଧ୍ୟରେ ସର୍ବାଧିକ ବେକାରି ହାର ୮.୭୩ ପ୍ରତିଶତ ରହିଥିଲା। ଅପରପକ୍ଷେ ଜୁନ୍‌ରେ ସାଧାରଣତଃ କୃଷି କ୍ଷେତ୍ର ମାନ୍ଦା ରହିଥାଏ, ଯାହାକି ଦେଶର ଗ୍ରାମାଞ୍ଚଳ ଲୋକମାନଙ୍କ ପାଇଁ ଜୀବିକା ନିର୍ବାହର ମୁଖ୍ୟ ଉତ୍ସ। ତେଣୁ ଜୁନ୍‌ରେ ଗ୍ରାମୀଣ କ୍ଷେତ୍ରରେ ବେରୋଜଗାରି ବୃଦ୍ଧି ପାଇଥାଏ। ଏହାର କାରଣ ହେଉଛି ମେ’ରେ ଫସଲ ଅମଳ ଶେଷ ହୋଇଥାଏ। ମୌସୁମୀର ଅଗ୍ରଗତି ସହ ନୂଆ ଫସଲ ବୁଣିବା କେବଳ ଜୁଲାଇରେ ବୃଦ୍ଧି ପାଇଥାଏ।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର