ଟ୍ବିଟର, ମେଟା ପରେ ଛଟେଇ କରିବ ଆମାଜନ: ଭାରତରେ ଶହ ଶହ କର୍ମଚାରୀଙ୍କ ଯିବ ଚାକିରି

The Sakala Picture
Published On

ନୂଆଦିଲ୍ଲୀ: ଏବେ ଯେମିତି ଚାଲିଛି ଛଟେଇ ଧାରା। କିଛି ଦିନ ତଳେ ଟ୍ବିଟରକୁ ଏଲନ ମସ୍କ ଅକ୍ତିଆର କରିବା ପରେ ବିଶ୍ବସ୍ତରରେ ହଜାର ହଜାର ଟ୍ବିଟରର ବରିଷ୍ଠ ଅଧିକାରୀଙ୍କ ଠାରୁ ଆରମ୍ଭ କରି କର୍ମଚାରୀଙ୍କୁ ଛଟେଇ କରିଥିଲେ। ଏହି ଘଟଣାର ମାତ୍ର ଅଳ୍ପ ଦିନ ପରେ ଫେସ୍‌ବୁକ୍ ମେଟା ପ୍ଳାଟଫର୍ମରେ କାର୍ଯ୍ୟ କରୁଥିବା ପ୍ରାୟ ୮ ହଜାର କର୍ମଚାରୀଙ୍କୁ ଏହାର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଛଟେଇ କରିବାକୁ ଘୋଷଣା କରିଥିଲା। ଏହାକୁ କିଛି ଦିନ ବିତିଛି କି […]

ନୂଆଦିଲ୍ଲୀ: ଏବେ ଯେମିତି ଚାଲିଛି ଛଟେଇ ଧାରା। କିଛି ଦିନ ତଳେ ଟ୍ବିଟରକୁ ଏଲନ ମସ୍କ ଅକ୍ତିଆର କରିବା ପରେ ବିଶ୍ବସ୍ତରରେ ହଜାର ହଜାର ଟ୍ବିଟରର ବରିଷ୍ଠ ଅଧିକାରୀଙ୍କ ଠାରୁ ଆରମ୍ଭ କରି କର୍ମଚାରୀଙ୍କୁ ଛଟେଇ କରିଥିଲେ। ଏହି ଘଟଣାର ମାତ୍ର ଅଳ୍ପ ଦିନ ପରେ ଫେସ୍‌ବୁକ୍ ମେଟା ପ୍ଳାଟଫର୍ମରେ କାର୍ଯ୍ୟ କରୁଥିବା ପ୍ରାୟ ୮ ହଜାର କର୍ମଚାରୀଙ୍କୁ ଏହାର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଛଟେଇ କରିବାକୁ ଘୋଷଣା କରିଥିଲା। ଏହାକୁ କିଛି ଦିନ ବିତିଛି କି ନାହିଁ , ବିଶ୍ବର ସର୍ବବୃହତ ଅନଲାଇନ୍ ପ୍ଲାଟଫର୍ମ ଆମାଜନ ସପ୍ତାହକ ମଧ୍ୟରେ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛି। ଏହିକ୍ରମରେ ଭାରତରେ କାର୍ଯ୍ୟ କରୁଥିବା ଆମାଜନ କମ୍ପାନୀର ଶହ ଶହ କର୍ମଚାରୀ ନିଯୁକ୍ତି ହାରାଇବାକୁ ଯାଉଛନ୍ତି।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ବର୍ତ୍ତମାନ ଭାରତରେ ଆମାଜନ ଇ-କମର୍ସ, ୱେବ୍ ସର୍ଭିସ ଏବଂ ଭିଡିଓ ଷ୍ଟ୍ରିମିଂ ଆଦି ପରିଚାଳନା କରୁଥିବା ବେଳେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ପ୍ରାୟ ୧୧ ଲକ୍ଷ ଲୋକ କାର୍ଯ୍ୟ କରୁଛନ୍ତି। କିନ୍ତୁ କମ୍ପାନୀର ଏଭଳି ଘୋଷଣାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ସପ୍ତାହକ ମଧ୍ୟରେ ବିଶ୍ବ ସ୍ତରରେ ୧୦ ହଜାର କର୍ମଚାରୀଙ୍କୁ କାଢିବା ଲାଗି କମ୍ପାନୀ ଘୋଷଣା କରିଥିଲେ ହେଁ ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି। ଏହିକ୍ରମରେ ଭାରତରେ ହଜାର ହଜାର କର୍ମଚାରୀ ନିଯୁକ୍ତି ହାରାଇବାର ମଧ୍ୟ ଆଶଙ୍କା ଉପୁଜିଛି। ଫେସବୁକ୍ ମେଟା ପ୍ଲାଟଫର୍ମରୁ ଯେତିକି କର୍ମଚାରୀ ଛଟେଇ ହୋଇଛନ୍ତି ତାହା ଠାରୁ ଅଧିକ କର୍ମଚାରୀ ଆମାଜନରୁ ବିଦା ହୋଇପାରନ୍ତି ବୋଲି ଇକୋନୋମିକ୍ସ ଟାଇମ୍ସ ପକ୍ଷରୁ କରାଯାଇଥିବା ଏକ ଆକଳନରୁ ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ବିଶେଷକରି ଆମାଜନରେ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ପ୍ରାୟ ୧ ଲକ୍ଷ କର୍ମଚାରୀ ଅଧିକ ଭାବେ ପ୍ରଭାବିତ ହୋଇପାରନ୍ତି ବୋଲି କୁହାଯାଉଛି। ବର୍ତ୍ତମାନ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ବେଙ୍ଗାଲୁରୁରେ ରହିଛି। ଏଠାରେ ଇଞ୍ଜିନିୟରିଂ ଠାରୁ ଆରମ୍ଭ କରି ୱେବ ସର୍ଭିସ ଏବଂ ଅନ୍ୟାନ୍ୟ ପ୍ରମୁଖ ବିଭାଗ କାର୍ଯ୍ୟ କରୁଥିବା ବେଳେ ହଜାର ହଜାର କର୍ମଚାରୀ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ହେଲେ ଏବେ ପ୍ରାୟ ସବୁ ବିଭାଗରୁ କର୍ମଚାରୀଙ୍କୁ ଛଟେଇ କରାଯିବାର ଆଶଙ୍କା ଦେଖାଯାଇଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର