ଦୀର୍ଘ ତିନି ଦଶନ୍ଧିର ଅପେକ୍ଷା ପରେ ବଡ଼ ପରଦାରେ ସିନେମା ଦେଖିବେ କାଶ୍ମୀରବାସୀ

The Sakala Picture
Published On

ଶ୍ରୀନଗର: କାଶ୍ମୀରବାସୀଙ୍କ ପାଇଁ ଖୁସି ଖବର | ପ୍ରାୟ ଦୀର୍ଘ ୩୨ ବର୍ଷ ପରେ କାଶ୍ମୀରବାସୀ ବଡ଼ ପରଦାରେ ଦେଖିବେ ସିନେମା । ୧୮୮୯-୯୦ ମସିହାରେ ଆତଙ୍କବାଦୀଙ୍କ ଧମକ ଯୋଗୁଁ କାଶ୍ମୀରର ସମସ୍ତ ଫିଲ୍ମ ହଲକୁ ବନ୍ଦ କରିଦିଆଯାଇଥିଲା ।ଲେଫ୍ଟନାଣ୍ଟ ଜେନେରାଲ ମନୋଜ ସିହ୍ନା ମଙ୍ଗଳବାର ଉପତ୍ୟକାର ପ୍ରଥମ ମଲ୍ଟିପ୍ଲେକ୍ସର ଉଦଘାଟନ କରିଛନ୍ତି। ଏହା ପୂର୍ବରୁ ସିହ୍ନା ରବିବାର ଦକ୍ଷିଣ କାଶ୍ମୀରର ଶୋପିଆନ୍ ଓ ପୁଲୱାମା ଜିଲ୍ଲାରେ ସିନେମା ହଲ୍ ଉଦଘାଟନ କରିଥିଲେ। ସୂଚନାଯୋଗ୍ୟ, ଆଇନକ୍ସ ଚେନର […]

ଶ୍ରୀନଗର: କାଶ୍ମୀରବାସୀଙ୍କ ପାଇଁ ଖୁସି ଖବର | ପ୍ରାୟ ଦୀର୍ଘ ୩୨ ବର୍ଷ ପରେ କାଶ୍ମୀରବାସୀ ବଡ଼ ପରଦାରେ ଦେଖିବେ ସିନେମା । ୧୮୮୯-୯୦ ମସିହାରେ ଆତଙ୍କବାଦୀଙ୍କ ଧମକ ଯୋଗୁଁ କାଶ୍ମୀରର ସମସ୍ତ ଫିଲ୍ମ ହଲକୁ ବନ୍ଦ କରିଦିଆଯାଇଥିଲା ।ଲେଫ୍ଟନାଣ୍ଟ ଜେନେରାଲ ମନୋଜ ସିହ୍ନା ମଙ୍ଗଳବାର ଉପତ୍ୟକାର ପ୍ରଥମ ମଲ୍ଟିପ୍ଲେକ୍ସର ଉଦଘାଟନ କରିଛନ୍ତି। ଏହା ପୂର୍ବରୁ ସିହ୍ନା ରବିବାର ଦକ୍ଷିଣ କାଶ୍ମୀରର ଶୋପିଆନ୍ ଓ ପୁଲୱାମା ଜିଲ୍ଲାରେ ସିନେମା ହଲ୍ ଉଦଘାଟନ କରିଥିଲେ। ସୂଚନାଯୋଗ୍ୟ, ଆଇନକ୍ସ ଚେନର ଏହି ମଲ୍ଟିପ୍ଲେକ୍ସରେ ଆମିର ଖାନଙ୍କ ଅଭିନୀତ ‘ଲାଲ ସିଂ ଚଢା’ର ପ୍ରିମିୟର ହେବ |

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଏହି ମଲ୍ଟିପ୍ଲେକ୍ସରେ ତିନୋଟି ସ୍କ୍ରିନ ରହିବ ଏବଂ ୫୨୨ ଦର୍ଶକ ଏକା ସଙ୍ଗେ ଫିଲ୍ମ ଦେଖିପାରିବେ | ପ୍ରଥମେ କାଶ୍ମୀରରେ ହିଁ ଆଂଶିକ ସୁଟିଂ ହୋଇଥିବା ଆମୀର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଢା’ ଏଠାରେ ପ୍ରଦର୍ଶିତ ହେବ। ଏହା ପରେ ସୈଫ ଅଲି ଖାନ ଏବଂ ହ୍ରିତିକ ରୋଶନଙ୍କ ‘ବିକ୍ରମ ବେଧା’ ୩୦ ସେପ୍ଟେମ୍ବରରେ ମୁକ୍ତିଲାଭ କରିବ। ବର୍ତ୍ତମାନ ଦିନକୁ ସକାଳ ୯ ଟାରୁ ୬ଟା ମଧ୍ୟରେ ତିନିଟି ଶୋ ଚାଲିବ | ପରବର୍ତ୍ତୀ ସମୟରେ ଦର୍ଶକଙ୍କ ସଂଖ୍ୟା ଦେଖି ଶୋ’ ଞବଢ଼ାଯିବ|

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

କାଶ୍ମୀରରେ ୧୯୯୦ ମସିହାରେ ମଧ୍ୟ କିଛି ସିନେମା ହଲ୍ ଖୋଲିବା ପାଇଁ ପଦକ୍ଷେପ ନିଆଯାଇଥିଲା | ତେବେ ଆତଙ୍କବାଦ ଯୋଗୁଁ ଏହି ପ୍ରୟାସ ସମ୍ପୂର୍ଣ୍ଣ ସଫଳ ହୋଇପାରିନଥିଲା। ସେପ୍ଟେମ୍ବର ୧୯୯୯ରେ ଆତଙ୍କବାଦୀମାନେ ଲାଲ ଚୌକରେ ରିଗାଲ ସିନେମା ଉପରେ ଗ୍ରେନେଡ୍ ଆକ୍ରମଣ କରିଥିଲେ। ୮୦ ଦଶକ ପର୍ଯ୍ୟନ୍ତ ଉପତ୍ୟକାରେ ପ୍ରାୟ ଏକ ଡଜନ ସିନେମା ହଲ୍ ଥିଲା । କିନ୍ତୁ ଆତଙ୍କବାଦ ଯୋଗୁଁ ସିନେମା ହଲ୍ ଗୁଡ଼ିକ ବନ୍ଦ ହୋଇଯାଇଥିଲା ।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର