ମୃତ୍ୟୁ ପରେ ୮ ଜଣଙ୍କୁ ଦେଲେ ନୂଆ ଜୀବନ; ୪ ଦିନ ଧରି ମୃତ୍ୟୁ ସହ ଲଢୁଥିଲେ ‘ବ୍ରେନ୍‌ ଡେଡ୍‌’ ବ୍ୟକ୍ତି

The Sakala Picture
Published On

ମହୀଶୂର: କର୍ଣ୍ଣାଟକ ମହୀଶୂରର ଜଣେ ଯୁବକ ମୃତ୍ୟୁ ପରେ ବି ଅମର ହୋଇଯାଇଛନ୍ତି । ସେ ଅଙ୍ଗଦାନ କରି ୮ ଜଣ ବ୍ୟକ୍ତିଙ୍କୁ ନୂଆ ଜୀବନ ଦେଇଛନ୍ତି । ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କଠାରେ ମଦନ କୁମାରଙ୍କ ଅଙ୍ଗ ଲାଗିଛି। ସୂଚନା ଅନୁଯାୟୀ, ମହୀଶୂରର ୩୧ ବର୍ଷୀୟ ମଦନକୁମାର ଦୁର୍ଘଟଣାର ଶିକାର ହୋଇଥିଲେ। ବ୍ରେନ୍‌ ଡେଡ୍‌ ହୋଇଥିବା ମଦନଙ୍କ ଅଙ୍ଗଦାନ କରିବା ପାଇଁ ପରିବାର ଲୋକ ନିଷ୍ପତ୍ତି ନେଇଥିଲେ। ମଦନଙ୍କ ହୃତ୍‌ପିଣ୍ଡ, ୨ କିଡ୍‌ନୀ, […]

ମହୀଶୂର: କର୍ଣ୍ଣାଟକ ମହୀଶୂରର ଜଣେ ଯୁବକ ମୃତ୍ୟୁ ପରେ ବି ଅମର ହୋଇଯାଇଛନ୍ତି । ସେ ଅଙ୍ଗଦାନ କରି ୮ ଜଣ ବ୍ୟକ୍ତିଙ୍କୁ ନୂଆ ଜୀବନ ଦେଇଛନ୍ତି । ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କଠାରେ ମଦନ କୁମାରଙ୍କ ଅଙ୍ଗ ଲାଗିଛି। ସୂଚନା ଅନୁଯାୟୀ, ମହୀଶୂରର ୩୧ ବର୍ଷୀୟ ମଦନକୁମାର ଦୁର୍ଘଟଣାର ଶିକାର ହୋଇଥିଲେ। ବ୍ରେନ୍‌ ଡେଡ୍‌ ହୋଇଥିବା ମଦନଙ୍କ ଅଙ୍ଗଦାନ କରିବା ପାଇଁ ପରିବାର ଲୋକ ନିଷ୍ପତ୍ତି ନେଇଥିଲେ। ମଦନଙ୍କ ହୃତ୍‌ପିଣ୍ଡ, ୨ କିଡ୍‌ନୀ, ପାନ୍‌କ୍ରିୟାଜ, ଲିଭର୍‌ ଏବଂ କର୍ନିଆ ଦାନ କରାଯାଇଛି । ଏହା ମଧ୍ୟରୁ ନ୍ୟାସନାଲ ହସ୍ପିଟାଲ ବେଙ୍ଗାଲୁରୁକୁ ହୃତ୍‌ପିଣ୍ଡ, ମହୀଶୂରସ୍ଥିତ ଆପୋଲୋର ବିଜିଏସ୍‌ ହସ୍ପିଟାଲକୁ ଯକୃତ, ଗୋଟିଏ କିଡ୍‌ନୀ ଏବଂ ପାନ୍‌କ୍ରିୟାଜ, ବେଙ୍ଗାଲୁରୁର ବିଜିଏସ୍‌ ଗ୍ଲୋବାଲକୁ ଅନ୍ୟ ଏକ କିଡ୍‌ନୀ ଏବଂ କର୍ନିଆକୁ ମହୀଶୂରର କେୟାର ହସ୍ପିଟାଲକୁ ପଠା ଯାଇଥିଲା।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଥାଣେ ଜିଲ୍ଲା ଭିୱାଣ୍ଡି ଖାଡ଼ି ନିକଟରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ, ପୋଲିସର ତଦନ୍ତ ଜାରି

ଏହି ଅଙ୍ଗ ପରିବହନ ପାଇଁ ସବୁଜ ବଳୟ (ଗ୍ରୀନ୍‌ କରିଡର୍‌) ସୃଷ୍ଟି କରାଯାଇଥିଲା। ସେପ୍ଟେମ୍ବର ୨୭ରେ ମଦନ କୁମାରଙ୍କ ଦୁର୍ଘଟଣା ଘଟିଥିଲା। ସେତେବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଆପୋଲୋର ବିଜିଏସ୍‌ ହସ୍ପିଟାଲକୁ ନିଆଯାଇଥିଲା। ସିଟି ସ୍କାନରୁ ତାଙ୍କର ବ୍ରେନ୍‌ ଷ୍ଟେମ୍‌ ଇନ୍‌ଫ୍ରାକ୍ସନ ହୋଇଥିବା ଜଣାପଡ଼ିଥିଲା। ଅର୍ଥାତ୍‌ ମସ୍ତିଷ୍କକୁ ରକ୍ତ ପହଞ୍ଚୁ ନ ଥିଲା। ତାଙ୍କୁ ୨ ଦିନ ପର୍ଯ୍ୟନ୍ତ ଆଇସିୟୁରେ ରଖାଯାଇଥିଲା। ଗତ ୩୦ ତାରିଖରେ ଡାକ୍ତର ତାଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରିଥିଲେ। ଦୁର୍ଘଟଣା ପୂର୍ବରୁ ମଦନ ସୁସ୍ଥ ଥିଲୋ। ଅଙ୍ଗଦାନ ପାଇଁ ମଦନଙ୍କ କିଛି ପରୀକ୍ଷା କରାଯାଇଥିଲା। ଏହା ସଫଳ ହେବା ପରେ ତାଙ୍କ ପରିବାର ଲୋକଙ୍କ ଅନୁମତି କ୍ରମେ ଅଙ୍ଗ ପ୍ରତିରୋପଣ କାର୍ଯ୍ୟ ହାତକୁ ନିଆଯାଇଥିଲା।

ଆହୁରି ପଢ଼ନ୍ତୁ: ବିହାର ସୁପୌଲରେ ତୁମୁଳକାଣ୍ଡ: ପ୍ରେମିକକୁ ଉଦ୍ଧାର କରିବାକୁ ଯାଇ ଆକ୍ରମଣର ଶିକାର ହେଲା ପୋଲିସ, ଗାଡ଼ି ଭଙ୍ଗାରୁଜା

11 Oct 2022 By The Sakala

ମୃତ୍ୟୁ ପରେ ୮ ଜଣଙ୍କୁ ଦେଲେ ନୂଆ ଜୀବନ; ୪ ଦିନ ଧରି ମୃତ୍ୟୁ ସହ ଲଢୁଥିଲେ ‘ବ୍ରେନ୍‌ ଡେଡ୍‌’ ବ୍ୟକ୍ତି

ମହୀଶୂର: କର୍ଣ୍ଣାଟକ ମହୀଶୂରର ଜଣେ ଯୁବକ ମୃତ୍ୟୁ ପରେ ବି ଅମର ହୋଇଯାଇଛନ୍ତି । ସେ ଅଙ୍ଗଦାନ କରି ୮ ଜଣ ବ୍ୟକ୍ତିଙ୍କୁ ନୂଆ ଜୀବନ ଦେଇଛନ୍ତି । ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କଠାରେ ମଦନ କୁମାରଙ୍କ ଅଙ୍ଗ ଲାଗିଛି। ସୂଚନା ଅନୁଯାୟୀ, ମହୀଶୂରର ୩୧ ବର୍ଷୀୟ ମଦନକୁମାର ଦୁର୍ଘଟଣାର ଶିକାର ହୋଇଥିଲେ। ବ୍ରେନ୍‌ ଡେଡ୍‌ ହୋଇଥିବା ମଦନଙ୍କ ଅଙ୍ଗଦାନ କରିବା ପାଇଁ ପରିବାର ଲୋକ ନିଷ୍ପତ୍ତି ନେଇଥିଲେ। ମଦନଙ୍କ ହୃତ୍‌ପିଣ୍ଡ, ୨ କିଡ୍‌ନୀ, ପାନ୍‌କ୍ରିୟାଜ, ଲିଭର୍‌ ଏବଂ କର୍ନିଆ ଦାନ କରାଯାଇଛି । ଏହା ମଧ୍ୟରୁ ନ୍ୟାସନାଲ ହସ୍ପିଟାଲ ବେଙ୍ଗାଲୁରୁକୁ ହୃତ୍‌ପିଣ୍ଡ, ମହୀଶୂରସ୍ଥିତ ଆପୋଲୋର ବିଜିଏସ୍‌ ହସ୍ପିଟାଲକୁ ଯକୃତ, ଗୋଟିଏ କିଡ୍‌ନୀ ଏବଂ ପାନ୍‌କ୍ରିୟାଜ, ବେଙ୍ଗାଲୁରୁର ବିଜିଏସ୍‌ ଗ୍ଲୋବାଲକୁ ଅନ୍ୟ ଏକ କିଡ୍‌ନୀ ଏବଂ କର୍ନିଆକୁ ମହୀଶୂରର କେୟାର ହସ୍ପିଟାଲକୁ ପଠା ଯାଇଥିଲା।

ଏହି ଅଙ୍ଗ ପରିବହନ ପାଇଁ ସବୁଜ ବଳୟ (ଗ୍ରୀନ୍‌ କରିଡର୍‌) ସୃଷ୍ଟି କରାଯାଇଥିଲା। ସେପ୍ଟେମ୍ବର ୨୭ରେ ମଦନ କୁମାରଙ୍କ ଦୁର୍ଘଟଣା ଘଟିଥିଲା। ସେତେବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଆପୋଲୋର ବିଜିଏସ୍‌ ହସ୍ପିଟାଲକୁ ନିଆଯାଇଥିଲା। ସିଟି ସ୍କାନରୁ ତାଙ୍କର ବ୍ରେନ୍‌ ଷ୍ଟେମ୍‌ ଇନ୍‌ଫ୍ରାକ୍ସନ ହୋଇଥିବା ଜଣାପଡ଼ିଥିଲା। ଅର୍ଥାତ୍‌ ମସ୍ତିଷ୍କକୁ ରକ୍ତ ପହଞ୍ଚୁ ନ ଥିଲା। ତାଙ୍କୁ ୨ ଦିନ ପର୍ଯ୍ୟନ୍ତ ଆଇସିୟୁରେ ରଖାଯାଇଥିଲା। ଗତ ୩୦ ତାରିଖରେ ଡାକ୍ତର ତାଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରିଥିଲେ। ଦୁର୍ଘଟଣା ପୂର୍ବରୁ ମଦନ ସୁସ୍ଥ ଥିଲୋ। ଅଙ୍ଗଦାନ ପାଇଁ ମଦନଙ୍କ କିଛି ପରୀକ୍ଷା କରାଯାଇଥିଲା। ଏହା ସଫଳ ହେବା ପରେ ତାଙ୍କ ପରିବାର ଲୋକଙ୍କ ଅନୁମତି କ୍ରମେ ଅଙ୍ଗ ପ୍ରତିରୋପଣ କାର୍ଯ୍ୟ ହାତକୁ ନିଆଯାଇଥିଲା।

https://www.thesakala.in/national-international/after-death-madan-kumar-gave-life-to-8-people/article-15625
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର