୫୯ ବର୍ଷ ପରେ ପୃଥିବୀର ନିକଟବର୍ତ୍ତୀ ହେଲା ସୌର ଜଗତର ସର୍ବବୃହତ ଗ୍ରହ ବୃହସ୍ପତି

The Sakala Picture
Published On

ନ୍ୟୂୟର୍କ: ପ୍ରାୟ ଛଅ ଦଶନ୍ଧି ପରେ ସୌର ଜଗତର ସର୍ବବୃହତ ଗ୍ରହ ବୃହସ୍ପତି ପୃଥିବୀ ନିକଟବର୍ତ୍ତୀ ହୋଇଛି। ଏହାପୂର୍ବରୁ ୧୯୬୩ ମସିହାରେ ବୃହସ୍ପତି ପୃଥିବୀ ନିକଟବର୍ତ୍ତୀ ହୋଇଥିଲା। ସେହି ସମୟରେ ବୃହସ୍ପତି ପୃଥିବୀଠାରୁ ଆନୁମାନିକ ୩୬ କୋଟି ୭୦ ଲକ୍ଷ କୋଷ ଦୂରରେ ଦୃଶ୍ୟମାନ ହୋଇଥିଲା । ସାଧାରଣତଃ ବୃହସ୍ପତି ପୃଥିବୀ ଠାରୁ ୬୦ କୋଟି କୋଷ ଦୂରରେ ରହୁଥିବା ବେଳେ ପ୍ରାୟ ୩୬ କୋଟି ୭୦ ଲକ୍ଷ କୋଷ ଦୂର ପାଖକୁ ଚାଲିଆସିଥିଲା । ତେବେ […]

ନ୍ୟୂୟର୍କ: ପ୍ରାୟ ଛଅ ଦଶନ୍ଧି ପରେ ସୌର ଜଗତର ସର୍ବବୃହତ ଗ୍ରହ ବୃହସ୍ପତି ପୃଥିବୀ ନିକଟବର୍ତ୍ତୀ ହୋଇଛି। ଏହାପୂର୍ବରୁ ୧୯୬୩ ମସିହାରେ ବୃହସ୍ପତି ପୃଥିବୀ ନିକଟବର୍ତ୍ତୀ ହୋଇଥିଲା। ସେହି ସମୟରେ ବୃହସ୍ପତି ପୃଥିବୀଠାରୁ ଆନୁମାନିକ ୩୬ କୋଟି ୭୦ ଲକ୍ଷ କୋଷ ଦୂରରେ ଦୃଶ୍ୟମାନ ହୋଇଥିଲା । ସାଧାରଣତଃ ବୃହସ୍ପତି ପୃଥିବୀ ଠାରୁ ୬୦ କୋଟି କୋଷ ଦୂରରେ ରହୁଥିବା ବେଳେ ପ୍ରାୟ ୩୬ କୋଟି ୭୦ ଲକ୍ଷ କୋଷ ଦୂର ପାଖକୁ ଚାଲିଆସିଥିଲା । ତେବେ ସୋମବାର ଏହି ଗ୍ରହ ପୃଥିବୀ ଠାରୁ ପ୍ରାୟ ୬୦୦ ନିୟୁତ କିମି ଦୂରରେ ରହି ପୃଥିବୀ ନିକଟବର୍ତ୍ତୀ ହୋଇଥିବା ଆମେରିକାର ମହାକାଶ ଗବେଷଣା ସଂସ୍ଥାନ ନାସା ପକ୍ଷରୁ କୁହାଯାଇଛି। ସୋମବାର ସୂର୍ଯ୍ୟ ପଶ୍ଚିମ ଦିଗରେ ଅସ୍ତ ଯିବା ପରେ ବୃହସ୍ପତି ଏହି ଦିଗରୁ ଦେଖାଯାଇଛି ବୋଲି ନାସା ବୈଜ୍ଞାନିକମାନେ କହିଛନ୍ତି। ଦୁଇ ଗ୍ରହର କକ୍ଷପଥ ସମାନ ନଥିବାରୁ ଏଭଳି ନିକଟତର ହୋଇଥିବା କହିଛି ନାସା ।

ଆହୁରି ପଢ଼ନ୍ତୁ: ୨୦ ଲକ୍ଷ ଯୌତୁକ ପାଇଁ ଜୀବନ ହାରିଲେ ମହିଳା: ଉତ୍ତରପ୍ରଦେଶ ବଲିଆରେ ସ୍ୱାମୀ ଓ ଶାଶୁଘର ଲୋକଙ୍କ ନାମରେ ମାମଲା ରୁଜୁ

27 Sep 2022 By The Sakala

୫୯ ବର୍ଷ ପରେ ପୃଥିବୀର ନିକଟବର୍ତ୍ତୀ ହେଲା ସୌର ଜଗତର ସର୍ବବୃହତ ଗ୍ରହ ବୃହସ୍ପତି

ନ୍ୟୂୟର୍କ: ପ୍ରାୟ ଛଅ ଦଶନ୍ଧି ପରେ ସୌର ଜଗତର ସର୍ବବୃହତ ଗ୍ରହ ବୃହସ୍ପତି ପୃଥିବୀ ନିକଟବର୍ତ୍ତୀ ହୋଇଛି। ଏହାପୂର୍ବରୁ ୧୯୬୩ ମସିହାରେ ବୃହସ୍ପତି ପୃଥିବୀ ନିକଟବର୍ତ୍ତୀ ହୋଇଥିଲା। ସେହି ସମୟରେ ବୃହସ୍ପତି ପୃଥିବୀଠାରୁ ଆନୁମାନିକ ୩୬ କୋଟି ୭୦ ଲକ୍ଷ କୋଷ ଦୂରରେ ଦୃଶ୍ୟମାନ ହୋଇଥିଲା । ସାଧାରଣତଃ ବୃହସ୍ପତି ପୃଥିବୀ ଠାରୁ ୬୦ କୋଟି କୋଷ ଦୂରରେ ରହୁଥିବା ବେଳେ ପ୍ରାୟ ୩୬ କୋଟି ୭୦ ଲକ୍ଷ କୋଷ ଦୂର ପାଖକୁ ଚାଲିଆସିଥିଲା । ତେବେ ସୋମବାର ଏହି ଗ୍ରହ ପୃଥିବୀ ଠାରୁ ପ୍ରାୟ ୬୦୦ ନିୟୁତ କିମି ଦୂରରେ ରହି ପୃଥିବୀ ନିକଟବର୍ତ୍ତୀ ହୋଇଥିବା ଆମେରିକାର ମହାକାଶ ଗବେଷଣା ସଂସ୍ଥାନ ନାସା ପକ୍ଷରୁ କୁହାଯାଇଛି। ସୋମବାର ସୂର୍ଯ୍ୟ ପଶ୍ଚିମ ଦିଗରେ ଅସ୍ତ ଯିବା ପରେ ବୃହସ୍ପତି ଏହି ଦିଗରୁ ଦେଖାଯାଇଛି ବୋଲି ନାସା ବୈଜ୍ଞାନିକମାନେ କହିଛନ୍ତି। ଦୁଇ ଗ୍ରହର କକ୍ଷପଥ ସମାନ ନଥିବାରୁ ଏଭଳି ନିକଟତର ହୋଇଥିବା କହିଛି ନାସା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର