ଗୃହଯୁଦ୍ଧ ଆଡ଼କୁ ମୁହାଁଉଛି ଆଫଗାନିସ୍ତାନ !

The Sakala Picture
Published On

କାବୁଲ: ତାଲିବାନ ହାତକୁ ଆଫଗାନିସ୍ତାନ ଶାସନ କ୍ଷମତା ଟିବା ପରେ ସେଠାରେ ସ୍ଥିତି ଯେଭଳି ରହିଛି ତାହା କାହାକୁ ଅଛପା ନାହିଁ। ହେଲେ ତାଲିବାନ ସରକାର ଗଠନ କରିବା ପରେ ସ୍ଥିତି ସୁଧୁରିବ ଏବଂ ଅରାଫଗାନବାସୀ ଆଶ୍ବସ୍ତ ହେବେ ବୋଲି ଯେଉଁ ଆଶା ରହିଥିଲା ତାହା ଧୂଳିସାତ୍‌ ହେବାର ଶଙ୍କା ଉପୁଜିଛି। ବରଂ ଆଗାମୀ ଦିନରେ ଆଫଗାନିସ୍ତାନ ଗୃହଯୁଦ୍ଧ ଆଡକୁ ଠେଲି ହୋଇଯିବାର ସମ୍ଭାବନା ବଢିଛି। ସୋମବାର ଉତ୍ତର ଆଫଗାନିସ୍ତାନର ପଞ୍ଜସିର୍‌ ଇଲାକାରେ ଘଟିଥିବା ସଂଘର୍ଷ ଏହାର […]

କାବୁଲ: ତାଲିବାନ ହାତକୁ ଆଫଗାନିସ୍ତାନ ଶାସନ କ୍ଷମତା ଟିବା ପରେ ସେଠାରେ ସ୍ଥିତି ଯେଭଳି ରହିଛି ତାହା କାହାକୁ ଅଛପା ନାହିଁ। ହେଲେ ତାଲିବାନ ସରକାର ଗଠନ କରିବା ପରେ ସ୍ଥିତି ସୁଧୁରିବ ଏବଂ ଅରାଫଗାନବାସୀ ଆଶ୍ବସ୍ତ ହେବେ ବୋଲି ଯେଉଁ ଆଶା ରହିଥିଲା ତାହା ଧୂଳିସାତ୍‌ ହେବାର ଶଙ୍କା ଉପୁଜିଛି। ବରଂ ଆଗାମୀ ଦିନରେ ଆଫଗାନିସ୍ତାନ ଗୃହଯୁଦ୍ଧ ଆଡକୁ ଠେଲି ହୋଇଯିବାର ସମ୍ଭାବନା ବଢିଛି। ସୋମବାର ଉତ୍ତର ଆଫଗାନିସ୍ତାନର ପଞ୍ଜସିର୍‌ ଇଲାକାରେ ଘଟିଥିବା ସଂଘର୍ଷ ଏହାର ସଙ୍କେତ ବହନ କରୁଛି। ଗତ ଅଗଷ୍ଟ ୧୫ ତାରିଖରେ ତାଲିବାନ ଗୋଷ୍ଠୀ କାବୁଲ ଦଖଲ କରି ଆଫଗାନିସ୍ତାନ ଶାସନ ଡୋରି ହାତକୁ ନେଇଥିଲେ ହେଁ ପଞ୍ଜସିର୍‌ ପ୍ରଦେଶକୁ ଅକ୍ତିଆର କରିପାରିନଥିଲା। ପଞ୍ଜସିର୍‌ ପ୍ରଦେଶ ହେଉଛି ଏକମାତ୍ର ପ୍ରଦେଶ ଯାହାକି ପୂର୍ବତନ ମୁଜାହିଦ୍ଦିନ କମାଣ୍ଡର ଅହମ୍ମଦ ଶାହା ମାସୁଦ୍‌ଙ୍କ ପୁଅ ଅହମ୍ମଦ ମାସୁଦ୍‌ଙ୍କ ଦ୍ବାରା ପରିଚାଳିତ। ମାସୁଦଙ୍କ ନଦର୍ଣ୍ଣ ଆଲାଏନ୍ସ ଗୋଷ୍ଠୀ ତାଲିବାନୀ ସଂଗଠନକୁ ବିରୋଧ କରିଆସୁଥିବା ବେଳେ ପଞ୍ଜସିର ଉପରେ ତାଲିବାନ ଦୃଷ୍ଟି ପକାଇଲେ ସ୍ଥିତି ଭୟଙ୍କର ହେବ ବୋଂଲି ଚେତାବନୀ ଦେଇଥିଲେ। ଏପରିକି ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ସେନା ତାଲିବାନ ବିରୋଧରେ ଯୁଦ୍ଧ ଜାରି ରଖିବ ବୋଲି ଚେତାବନୀ ଦେଇଥିଲେ। ହେଲେ ସୋମବାର ଉଭୟ ପକ୍ଷ ମୁହାଁମୁହିଁ ହେବା ସହିତ ପ୍ରବଳ ସଂଘର୍ଷରେ ରକ୍ତପାତ ହେବା ଘଟଣା ଆଫଗାନିସ୍ତାନ ଭବିଷ୍ୟତକୁ ଆହୁରି ଅନ୍ଧକାର ଆଡକୁ ଟାଣି ନେଇଛି।

ଆହୁରି ପଢ଼ନ୍ତୁ: ମାଡିଆସୁଛି 'ସୁପର ଏଲ୍ ନିନୋ': ଜଳବାୟୁ, ଖାଦ୍ୟ ଦର ଏବଂ ପର୍ଯ୍ୟଟନ ଉପରେ କ'ଣ ରହିବ ପ୍ରଭାବ?

ବର୍ତ୍ତମାନ ତାଲିବାନ ସରକାର ପାଇଁ ଅର୍ଥ ବ୍ୟବସ୍ଥା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ଆମେରିକା ସମେତ ଆଇଏମଏଫ ସବୁପ୍ରକାର ସହାୟତା ଦେବା ବନ୍ଦ କରିଛନ୍ତି। ଏହାବ୍ୟତୀତ ଆସନ୍ତାକାଲି ଜି-୭ ରାଷ୍ଟ୍ରଗୋଷ୍ଠୀର ବୈଠକ ବସିବାକୁ ଯାଉଥିବା ବେଳେ ତାଲିବାନ ବିରୋଧରେ ଆର୍ଥିକ କଟକଣା ଜାରି କରିବାକୁ ବ୍ରିଟେନ୍‌ ପ୍ରସ୍ତାବ ଆଣିବ ବୋଲି କୁହାଯାଉଛି। ଏଭଳିସ୍ଥଳେ ଚୀନ୍‌ ତାଲିବାନକୁ ଆର୍ଥିକ ସହୟତା ଯୋଗାଇ ଦେବାକୁ ପରୋକ୍ଷରେ ଇଙ୍ଗିତ କରିଥିବା ବେଳେ ସ୍ଥିତିରେ କିଛିଟା ପରିବର୍ତ୍ତନ ହୋଇପାରେ ବୋଲି ତାଲିବାନ ଗୋଷ୍ଠୀ ଆଶା ପ୍ରକଟ କରିଥିଲା। ହେଲେ ମାସୁଦ୍‌ ଗୋଷ୍ଠୀର ଆଭିମୁଖ୍ୟ ତାଲିବାନ ପାଇଁ ଜଟିଳ ସ୍ଥିତି ଉତ୍ପନ୍ନ କରିଛି। ନଦର୍ଣ୍ଣ ଆଲାଏନ୍ସକୁ ସାଧାରଣ ନାଗରିକ ଏବଂ ବିଭିନ୍ନ ସ୍ଥାନୀୟ ଜନଜାତିଙ୍କ ସମର୍ଥନ ରହିଥିବାରୁ ତାଲିବାନ ବିରୋଧରେ ଏହି ଯୁଦ୍ଧ ଜାରି ରହିବ ବୋଲି କୁହାଯାଉଛି। ଏହାବ୍ୟତୀତ ମାସୁଦ୍ ଗୋଷ୍ଠୀକୁ ତାଜିକ୍‌ସ୍ତାନ ମଧ୍ୟ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦେବା ଆରମ୍ଭ କରିଛି। ଏଭଳି ସ୍ଥଳେ ଆଫଗାନିସ୍ତାନ ଗୃହଯୁଦ୍ଧର ସମ୍ମୁଖୀନ ହେବାକୁ ଯାଉଛି ବୋଲି ଆକଳନ କରାଯାଉଛି।

ଆହୁରି ପଢ଼ନ୍ତୁ: ଡାର୍କ ପ୍ୟାଟର୍ଣ୍ଣ ବିରୋଧରେ ସିସିପିଏ (CCPA)ର କଡ଼ା କାର୍ଯ୍ୟାନୁଷ୍ଠାନ: ଫିଜିକ୍ସୱାଲା ଏବଂ ମ୍ୟାକାଫି ଉପରେ ଲାଗିଲା ଜୋରିମାନା

24 Aug 2021 By The Sakala

ଗୃହଯୁଦ୍ଧ ଆଡ଼କୁ ମୁହାଁଉଛି ଆଫଗାନିସ୍ତାନ !

କାବୁଲ: ତାଲିବାନ ହାତକୁ ଆଫଗାନିସ୍ତାନ ଶାସନ କ୍ଷମତା ଟିବା ପରେ ସେଠାରେ ସ୍ଥିତି ଯେଭଳି ରହିଛି ତାହା କାହାକୁ ଅଛପା ନାହିଁ। ହେଲେ ତାଲିବାନ ସରକାର ଗଠନ କରିବା ପରେ ସ୍ଥିତି ସୁଧୁରିବ ଏବଂ ଅରାଫଗାନବାସୀ ଆଶ୍ବସ୍ତ ହେବେ ବୋଲି ଯେଉଁ ଆଶା ରହିଥିଲା ତାହା ଧୂଳିସାତ୍‌ ହେବାର ଶଙ୍କା ଉପୁଜିଛି। ବରଂ ଆଗାମୀ ଦିନରେ ଆଫଗାନିସ୍ତାନ ଗୃହଯୁଦ୍ଧ ଆଡକୁ ଠେଲି ହୋଇଯିବାର ସମ୍ଭାବନା ବଢିଛି। ସୋମବାର ଉତ୍ତର ଆଫଗାନିସ୍ତାନର ପଞ୍ଜସିର୍‌ ଇଲାକାରେ ଘଟିଥିବା ସଂଘର୍ଷ ଏହାର ସଙ୍କେତ ବହନ କରୁଛି। ଗତ ଅଗଷ୍ଟ ୧୫ ତାରିଖରେ ତାଲିବାନ ଗୋଷ୍ଠୀ କାବୁଲ ଦଖଲ କରି ଆଫଗାନିସ୍ତାନ ଶାସନ ଡୋରି ହାତକୁ ନେଇଥିଲେ ହେଁ ପଞ୍ଜସିର୍‌ ପ୍ରଦେଶକୁ ଅକ୍ତିଆର କରିପାରିନଥିଲା। ପଞ୍ଜସିର୍‌ ପ୍ରଦେଶ ହେଉଛି ଏକମାତ୍ର ପ୍ରଦେଶ ଯାହାକି ପୂର୍ବତନ ମୁଜାହିଦ୍ଦିନ କମାଣ୍ଡର ଅହମ୍ମଦ ଶାହା ମାସୁଦ୍‌ଙ୍କ ପୁଅ ଅହମ୍ମଦ ମାସୁଦ୍‌ଙ୍କ ଦ୍ବାରା ପରିଚାଳିତ। ମାସୁଦଙ୍କ ନଦର୍ଣ୍ଣ ଆଲାଏନ୍ସ ଗୋଷ୍ଠୀ ତାଲିବାନୀ ସଂଗଠନକୁ ବିରୋଧ କରିଆସୁଥିବା ବେଳେ ପଞ୍ଜସିର ଉପରେ ତାଲିବାନ ଦୃଷ୍ଟି ପକାଇଲେ ସ୍ଥିତି ଭୟଙ୍କର ହେବ ବୋଂଲି ଚେତାବନୀ ଦେଇଥିଲେ। ଏପରିକି ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ସେନା ତାଲିବାନ ବିରୋଧରେ ଯୁଦ୍ଧ ଜାରି ରଖିବ ବୋଲି ଚେତାବନୀ ଦେଇଥିଲେ। ହେଲେ ସୋମବାର ଉଭୟ ପକ୍ଷ ମୁହାଁମୁହିଁ ହେବା ସହିତ ପ୍ରବଳ ସଂଘର୍ଷରେ ରକ୍ତପାତ ହେବା ଘଟଣା ଆଫଗାନିସ୍ତାନ ଭବିଷ୍ୟତକୁ ଆହୁରି ଅନ୍ଧକାର ଆଡକୁ ଟାଣି ନେଇଛି।

ବର୍ତ୍ତମାନ ତାଲିବାନ ସରକାର ପାଇଁ ଅର୍ଥ ବ୍ୟବସ୍ଥା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ଆମେରିକା ସମେତ ଆଇଏମଏଫ ସବୁପ୍ରକାର ସହାୟତା ଦେବା ବନ୍ଦ କରିଛନ୍ତି। ଏହାବ୍ୟତୀତ ଆସନ୍ତାକାଲି ଜି-୭ ରାଷ୍ଟ୍ରଗୋଷ୍ଠୀର ବୈଠକ ବସିବାକୁ ଯାଉଥିବା ବେଳେ ତାଲିବାନ ବିରୋଧରେ ଆର୍ଥିକ କଟକଣା ଜାରି କରିବାକୁ ବ୍ରିଟେନ୍‌ ପ୍ରସ୍ତାବ ଆଣିବ ବୋଲି କୁହାଯାଉଛି। ଏଭଳିସ୍ଥଳେ ଚୀନ୍‌ ତାଲିବାନକୁ ଆର୍ଥିକ ସହୟତା ଯୋଗାଇ ଦେବାକୁ ପରୋକ୍ଷରେ ଇଙ୍ଗିତ କରିଥିବା ବେଳେ ସ୍ଥିତିରେ କିଛିଟା ପରିବର୍ତ୍ତନ ହୋଇପାରେ ବୋଲି ତାଲିବାନ ଗୋଷ୍ଠୀ ଆଶା ପ୍ରକଟ କରିଥିଲା। ହେଲେ ମାସୁଦ୍‌ ଗୋଷ୍ଠୀର ଆଭିମୁଖ୍ୟ ତାଲିବାନ ପାଇଁ ଜଟିଳ ସ୍ଥିତି ଉତ୍ପନ୍ନ କରିଛି। ନଦର୍ଣ୍ଣ ଆଲାଏନ୍ସକୁ ସାଧାରଣ ନାଗରିକ ଏବଂ ବିଭିନ୍ନ ସ୍ଥାନୀୟ ଜନଜାତିଙ୍କ ସମର୍ଥନ ରହିଥିବାରୁ ତାଲିବାନ ବିରୋଧରେ ଏହି ଯୁଦ୍ଧ ଜାରି ରହିବ ବୋଲି କୁହାଯାଉଛି। ଏହାବ୍ୟତୀତ ମାସୁଦ୍ ଗୋଷ୍ଠୀକୁ ତାଜିକ୍‌ସ୍ତାନ ମଧ୍ୟ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦେବା ଆରମ୍ଭ କରିଛି। ଏଭଳି ସ୍ଥଳେ ଆଫଗାନିସ୍ତାନ ଗୃହଯୁଦ୍ଧର ସମ୍ମୁଖୀନ ହେବାକୁ ଯାଉଛି ବୋଲି ଆକଳନ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର