କୋଭିସିଲ୍ଡ ପରେ କୋଭାକ୍ସିନ୍‌ରେ ପାର୍ଶ୍ବପ୍ରତିକ୍ରିୟା ଦାବି: ୩୦% ଭୋଗିଥିଲେ ସ୍ବାସ୍ଥ୍ୟ ସମସ୍ୟା

The Sakala Picture
Published On

ନୂଆଦିଲ୍ଲୀ: କୋଭିସିଲ୍ଡ ପରେ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ ସ୍ବଦେଶୀ କରୋନା ଟିକା କୋଭାକ୍ସିନରେ ପାର୍ଶ୍ବ ପ୍ରତିକ୍ରିୟା ଥିବା ଦାବି କରାଯାଇଛି। ସାଇନ୍ସ ଜର୍ଣ୍ଣାଲ ସ୍ପ୍ରିଙ୍ଗରଲିଙ୍କରେ ପ୍ରକାଶିତ ଅଧ୍ୟୟନ ଆଧାରରେ ଇକୋନମିକ ଟାଇମ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବନାରସ ହିନ୍ଦୁ ୟୁନିଭର୍ସିଟି (ବିଏଚୟୁ) ପକ୍ଷରୁ ଏହି ଅଧ୍ୟୟନ କରାଯାଇଥିଲା। ଏଥିରେ କୋଭାକ୍ସିନ ନେଇଥିବା ବ୍ୟକ୍ତିଙ୍କ ଉପରେ ଟିକାର ଦୀର୍ଘକାଳୀନ ପ୍ରଭାବର ଆକଳନ କରାଯାଇଥିଲା। ଏହି ଅଧ୍ୟୟନରେ ସାମିଲ ହୋଇଥିବା ପ୍ରାୟ ୩୦ ପ୍ରତିଶତ ଲୋକଙ୍କଠାରେ ପାର୍ଶ୍ବପ୍ରତିକ୍ରିୟା […]

ନୂଆଦିଲ୍ଲୀ: କୋଭିସିଲ୍ଡ ପରେ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ ସ୍ବଦେଶୀ କରୋନା ଟିକା କୋଭାକ୍ସିନରେ ପାର୍ଶ୍ବ ପ୍ରତିକ୍ରିୟା ଥିବା ଦାବି କରାଯାଇଛି। ସାଇନ୍ସ ଜର୍ଣ୍ଣାଲ ସ୍ପ୍ରିଙ୍ଗରଲିଙ୍କରେ ପ୍ରକାଶିତ ଅଧ୍ୟୟନ ଆଧାରରେ ଇକୋନମିକ ଟାଇମ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବନାରସ ହିନ୍ଦୁ ୟୁନିଭର୍ସିଟି (ବିଏଚୟୁ) ପକ୍ଷରୁ ଏହି ଅଧ୍ୟୟନ କରାଯାଇଥିଲା। ଏଥିରେ କୋଭାକ୍ସିନ ନେଇଥିବା ବ୍ୟକ୍ତିଙ୍କ ଉପରେ ଟିକାର ଦୀର୍ଘକାଳୀନ ପ୍ରଭାବର ଆକଳନ କରାଯାଇଥିଲା। ଏହି ଅଧ୍ୟୟନରେ ସାମିଲ ହୋଇଥିବା ପ୍ରାୟ ୩୦ ପ୍ରତିଶତ ଲୋକଙ୍କଠାରେ ପାର୍ଶ୍ବପ୍ରତିକ୍ରିୟା (ଆଡଭର୍ସ ଇଭେଣ୍ଟ ଅଫ ସ୍ପେସିଆଲ ଇଣ୍ଟରେଷ୍ଟ ତଥା ଏଇଏସ୍‌ଆଇ) ଦେଖା ଯାଇଥିଲା। ଏହି ଲୋକଙ୍କଠାରେ ଶ୍ବାସ ସମ୍ବନ୍ଧିତ ସଂକ୍ରମଣ, ରକ୍ତ ଜମାଟ ବାନ୍ଧିବା (ବ୍ଲଡ କ୍ଲଟ) ଏବଂ ଚର୍ମ ସମ୍ବନ୍ଧିତ ରୋଗ ଦେଖା ଯାଇଥିଲା। କିଶୋରକିଶୋରୀ (ଟିନ୍‌ଏଜର୍ସ), ବିଶେଷ କରି କିଶୋରୀ ଏବଂ ଆଲର୍ଜିରେ ପୀଡ଼ିତ ଲୋକଙ୍କ ପ୍ରତି କୋଭାକ୍ସିନଠାରୁ ବିପଦ ରହିଛି। ତେବେ କିଛି ଦିନ ତଳେ ଟିକାରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ ବୋଲି ଭାରତ ବାୟୋଟେକ ପକ୍ଷରୁ କୁହାଯାଇଥିଲା। ଟିକାକୁ ସମ୍ପୂର୍ଣ୍ଣ ସୁରକ୍ଷିତ କୁହାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଟିକା ନେଇଥିଲେ। ଦେଶରେ କୋଭାକ୍ସିନର ୩୬ କୋଟି ଡୋଜ୍‌ ଲାଗିଥିଲା।

ଆହୁରି ପଢ଼ନ୍ତୁ: କୁକୁର ପରିସ୍ରା କରିବାକୁ ନେଇ ତୁମୁଳକାଣ୍ଡ; ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ବରିଷ୍ଠ ନାଗରିକ

ଏହି ଅଧ୍ୟୟନ ୨୦୨୨ ଜାନୁଆରୀରୁ ୨୦୨୩ ଅଗଷ୍ଟ ମଧ୍ୟରେ କରାଯାଇଥିଲା। ଏଥିରେ ୯୨୬ ଜଣ ଭାଗ ନେଇଥିଲେ। ଏମାନଙ୍କ ମଧ୍ୟରେ ୨୯୧ ବୟସ୍କ ଏବଂ ୬୩୫ କିଶୋରକିଶୋରୀ ସାମିଲ ଥିଲେ। ଅଧ୍ୟୟନ ଅନୁଯାୟୀ ୩୦୪ (୪୭.୯%) କିଶୋର ଏବଂ ୧୨୪ (୪୨.୬%) ବୟସ୍କଙ୍କଠାରେ ଶ୍ବାସ ସମ୍ବନ୍ଧିତ ସଂକ୍ରମଣ (ଅପର ରେସପେରୋଟରି ଟ୍ରାକ୍ଟ ଇନଫେକ୍ସନ) ଦେଖା ଯାଇଥିଲା। ଏଥିପାଇଁ ଥଣ୍ଡା, ଖାସ ହେଉଥିଲା। ସେହିପରି କିଶୋରକିଶୋରୀଙ୍କ ମଧ୍ୟରେ ୧୦.୫% ଚର୍ମ ସମ୍ବନ୍ଧିତ, ୪.୭% ସ୍ନାୟବିକ ସମସ୍ୟା ଏବଂ ୧୦.୨ % ସାଧାରଣ ସମସ୍ୟା ଦେଖା ଯାଇଥିଲା। ବୟସ୍କଙ୍କ ମଧ୍ୟରେ ୮.୯% ସାଧାରଣ ସମସ୍ୟା, ୫.୮% ମାଂସପେଶୀ ଏବଂ ହାଡ଼ ସମ୍ବନ୍ଧିତ ସମସ୍ୟା ଏବଂ ୫.୫% ସ୍ନାୟବିକ ସମସ୍ୟା ଦେଖା ଯାଇଥିଲା। ଏହି ଅଧ୍ୟୟନରେ ୪.୬ ପ୍ରତିଶତ କିଶୋରୀଙ୍କ ମାସିକ ଧର୍ମ ସମ୍ବନ୍ଧିତ ସମସ୍ୟା ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ୨.୭% ଆଖି ସମ୍ବନ୍ଧିତ, ୦.୬% ହାଇପୋଥାଇରାୟଡିଜମ, ୦.୩% ଷ୍ଟ୍ରୋକ ଏବଂ ୦.୧% ଗୁଲିୟନ ବେରି ସିଣ୍ଡ୍ରୋମର ଶିକାର ହୋଇଥିବା ଜଣାପଡ଼ି ଥିଲା।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା: ବିବାହର ୪ ମାସ ନ ପୂରୁଣୁ କମ୍ବଳରେ ମୁହଁ ଚାପି ମାରିଦେଲା

17 May 2024 By The Sakala

କୋଭିସିଲ୍ଡ ପରେ କୋଭାକ୍ସିନ୍‌ରେ ପାର୍ଶ୍ବପ୍ରତିକ୍ରିୟା ଦାବି: ୩୦% ଭୋଗିଥିଲେ ସ୍ବାସ୍ଥ୍ୟ ସମସ୍ୟା

ନୂଆଦିଲ୍ଲୀ: କୋଭିସିଲ୍ଡ ପରେ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ ସ୍ବଦେଶୀ କରୋନା ଟିକା କୋଭାକ୍ସିନରେ ପାର୍ଶ୍ବ ପ୍ରତିକ୍ରିୟା ଥିବା ଦାବି କରାଯାଇଛି। ସାଇନ୍ସ ଜର୍ଣ୍ଣାଲ ସ୍ପ୍ରିଙ୍ଗରଲିଙ୍କରେ ପ୍ରକାଶିତ ଅଧ୍ୟୟନ ଆଧାରରେ ଇକୋନମିକ ଟାଇମ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବନାରସ ହିନ୍ଦୁ ୟୁନିଭର୍ସିଟି (ବିଏଚୟୁ) ପକ୍ଷରୁ ଏହି ଅଧ୍ୟୟନ କରାଯାଇଥିଲା। ଏଥିରେ କୋଭାକ୍ସିନ ନେଇଥିବା ବ୍ୟକ୍ତିଙ୍କ ଉପରେ ଟିକାର ଦୀର୍ଘକାଳୀନ ପ୍ରଭାବର ଆକଳନ କରାଯାଇଥିଲା। ଏହି ଅଧ୍ୟୟନରେ ସାମିଲ ହୋଇଥିବା ପ୍ରାୟ ୩୦ ପ୍ରତିଶତ ଲୋକଙ୍କଠାରେ ପାର୍ଶ୍ବପ୍ରତିକ୍ରିୟା (ଆଡଭର୍ସ ଇଭେଣ୍ଟ ଅଫ ସ୍ପେସିଆଲ ଇଣ୍ଟରେଷ୍ଟ ତଥା ଏଇଏସ୍‌ଆଇ) ଦେଖା ଯାଇଥିଲା। ଏହି ଲୋକଙ୍କଠାରେ ଶ୍ବାସ ସମ୍ବନ୍ଧିତ ସଂକ୍ରମଣ, ରକ୍ତ ଜମାଟ ବାନ୍ଧିବା (ବ୍ଲଡ କ୍ଲଟ) ଏବଂ ଚର୍ମ ସମ୍ବନ୍ଧିତ ରୋଗ ଦେଖା ଯାଇଥିଲା। କିଶୋରକିଶୋରୀ (ଟିନ୍‌ଏଜର୍ସ), ବିଶେଷ କରି କିଶୋରୀ ଏବଂ ଆଲର୍ଜିରେ ପୀଡ଼ିତ ଲୋକଙ୍କ ପ୍ରତି କୋଭାକ୍ସିନଠାରୁ ବିପଦ ରହିଛି। ତେବେ କିଛି ଦିନ ତଳେ ଟିକାରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ ବୋଲି ଭାରତ ବାୟୋଟେକ ପକ୍ଷରୁ କୁହାଯାଇଥିଲା। ଟିକାକୁ ସମ୍ପୂର୍ଣ୍ଣ ସୁରକ୍ଷିତ କୁହାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଟିକା ନେଇଥିଲେ। ଦେଶରେ କୋଭାକ୍ସିନର ୩୬ କୋଟି ଡୋଜ୍‌ ଲାଗିଥିଲା।

ଏହି ଅଧ୍ୟୟନ ୨୦୨୨ ଜାନୁଆରୀରୁ ୨୦୨୩ ଅଗଷ୍ଟ ମଧ୍ୟରେ କରାଯାଇଥିଲା। ଏଥିରେ ୯୨୬ ଜଣ ଭାଗ ନେଇଥିଲେ। ଏମାନଙ୍କ ମଧ୍ୟରେ ୨୯୧ ବୟସ୍କ ଏବଂ ୬୩୫ କିଶୋରକିଶୋରୀ ସାମିଲ ଥିଲେ। ଅଧ୍ୟୟନ ଅନୁଯାୟୀ ୩୦୪ (୪୭.୯%) କିଶୋର ଏବଂ ୧୨୪ (୪୨.୬%) ବୟସ୍କଙ୍କଠାରେ ଶ୍ବାସ ସମ୍ବନ୍ଧିତ ସଂକ୍ରମଣ (ଅପର ରେସପେରୋଟରି ଟ୍ରାକ୍ଟ ଇନଫେକ୍ସନ) ଦେଖା ଯାଇଥିଲା। ଏଥିପାଇଁ ଥଣ୍ଡା, ଖାସ ହେଉଥିଲା। ସେହିପରି କିଶୋରକିଶୋରୀଙ୍କ ମଧ୍ୟରେ ୧୦.୫% ଚର୍ମ ସମ୍ବନ୍ଧିତ, ୪.୭% ସ୍ନାୟବିକ ସମସ୍ୟା ଏବଂ ୧୦.୨ % ସାଧାରଣ ସମସ୍ୟା ଦେଖା ଯାଇଥିଲା। ବୟସ୍କଙ୍କ ମଧ୍ୟରେ ୮.୯% ସାଧାରଣ ସମସ୍ୟା, ୫.୮% ମାଂସପେଶୀ ଏବଂ ହାଡ଼ ସମ୍ବନ୍ଧିତ ସମସ୍ୟା ଏବଂ ୫.୫% ସ୍ନାୟବିକ ସମସ୍ୟା ଦେଖା ଯାଇଥିଲା। ଏହି ଅଧ୍ୟୟନରେ ୪.୬ ପ୍ରତିଶତ କିଶୋରୀଙ୍କ ମାସିକ ଧର୍ମ ସମ୍ବନ୍ଧିତ ସମସ୍ୟା ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ୨.୭% ଆଖି ସମ୍ବନ୍ଧିତ, ୦.୬% ହାଇପୋଥାଇରାୟଡିଜମ, ୦.୩% ଷ୍ଟ୍ରୋକ ଏବଂ ୦.୧% ଗୁଲିୟନ ବେରି ସିଣ୍ଡ୍ରୋମର ଶିକାର ହୋଇଥିବା ଜଣାପଡ଼ି ଥିଲା।

https://www.thesakala.in/national-international/adverse-events-found-in-participants-of-covaxin-study/article-32209
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର