‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ କମିଟିରେ ରହିବାକୁ ମନା କଲେ ଅଧୀର, ରାହୁଲ କହିଲେ-ସଂଘୀୟ ଢାଞ୍ଚା ଉପରେ ଆକ୍ରମଣ

The Sakala Picture
Published On

ନୂଆଦିଲ୍ଲୀ : ଦେଶର ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣିବା ସହିତ ‘ ଏକ ରାଷ୍ଟ୍ର, ଏକ ନିର୍ବାଚନ’ ନୀତି ପ୍ରଚଳନ କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ଆସନ୍ତା ୧୮ ରୁ ୨୨ ତାରିଖ ଯାଏଁ ଡକାଯାଇଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ଏହି ପ୍ରସଙ୍ଗରେ ବିଲ୍‌ ଅଣାଯାଇ ଆଲୋଚନା କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି। ତେବେ ଏହାପୂର୍ବରୁ ଏକ ରାଷ୍ଟ୍ର, ଏକ ନିର୍ବାଚନ ପରିକଳ୍ପନାର କାର୍ଯ୍ୟକାରିତା ଉପରେ ଆଲୋଚନା କରିବାକୁ ଗତକାଲି ଏକ ସ୍ବତନ୍ତ୍ର କମିଟି […]

ନୂଆଦିଲ୍ଲୀ : ଦେଶର ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣିବା ସହିତ ‘ ଏକ ରାଷ୍ଟ୍ର, ଏକ ନିର୍ବାଚନ’ ନୀତି ପ୍ରଚଳନ କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ଆସନ୍ତା ୧୮ ରୁ ୨୨ ତାରିଖ ଯାଏଁ ଡକାଯାଇଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ଏହି ପ୍ରସଙ୍ଗରେ ବିଲ୍‌ ଅଣାଯାଇ ଆଲୋଚନା କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି। ତେବେ ଏହାପୂର୍ବରୁ ଏକ ରାଷ୍ଟ୍ର, ଏକ ନିର୍ବାଚନ ପରିକଳ୍ପନାର କାର୍ଯ୍ୟକାରିତା ଉପରେ ଆଲୋଚନା କରିବାକୁ ଗତକାଲି ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି। ଏହି କମିଟିରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଅଧ୍ୟକ୍ଷ ରଖାଯାଇଥିବା ବେଳେ ସଦସ୍ୟ ଭାବେ ଗୃହ ମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ଅଧୀର ଚୌଧୁରୀ ,ଗୁଲାମନବୀ ଆଜାଦ, ଏନ୍‌କେ ସିଂହ, ସୁଭାଷ କାଶ୍ୟପ,ହରିଶ ସାଲଭେ ଏବଂ ସଂଜୟ କୋଠାରୀ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ଏଥି ସହିତ ଆଇନ ମନ୍ତ୍ରୀ ଅର୍ଜ୍ଜୁନରାମ ମେଘୱାଲ କମିଟିର ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ରହିଥିବା ବେଳେ କେନ୍ଦ୍ର ଆଇନ ବ୍ୟାପାର ସଚିବ ନିତେନ ଚନ୍ଦ୍ର କମିଟିର ସଚିବ ନିଯୁକ୍ତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଖାଦ୍ୟ ପଦାର୍ଥରେ ଆଉ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାର ପାଇଁ ଅନୁମତି

ତେବେ ଗତକାଲି କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ୮ ଜଣିଆ ସଦସ୍ୟଙ୍କ ନାଁ ଘୋଷଣା ହୋଇଥିବା ବେଳେ ଆଜି ଏହାକୁ ନେଇ ବଡ଼ ବିବାଦ ଦେଖାଯାଇଛି। କମିଟିର ସଦସ୍ୟ ହେବାକୁ ମନା କରିଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ। ସେ କହିଛନ୍ତି କମିଟି ନାମକୁ ମାତ୍ର ଗଠିତ ହୋଇଛି । ସେ ଏକ ପତ୍ର ଜରିଆରେ ଦର୍ଶାଇଛନ୍ତି କମିଟିରେ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ସ୍ଥାନ ଦେବା ବଦଳରେ ପୂର୍ବତନ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ ସ୍ଥାନ ଦିଆଯାଇଛି । ସଂସଦୀୟ ଗଣତନ୍ତ୍ର ଲାଗି ଏହା ଏକ ଧକ୍କା ବୋଲି ସେ କହିଛନ୍ତି ।ସେହିପରି ଏହି କମିଟିକୁ ବି ବିରୋଧ କରିଛନ୍ତି କଂଗ୍ରେସ ନେତା ଦିଗବିଜୟ ସିଂ ଓ ଜୟରାମ ରମେଶ । ଦିଗବିଜୟ କହିଛନ୍ତି ଦେଶରେ ଗୋଟିଏ ସମୟରେ ନିର୍ବାଚନ ସମ୍ଭବ ନୁହେଁ ।

ଆହୁରି ପଢ଼ନ୍ତୁ: ମୋତିହାରୀରେ ହାଇ ଭୋଲଟେଜ୍ ଡ୍ରାମା: ଦେଢଶୁରଙ୍କୁ ଜେଲରୁ ବଞ୍ଚାଇବା ପାଇଁ ଟାୱାର ଉପରେ ଚଢ଼ିଗଲେ ମହିଳା, ଦେଲେ ଆତ୍ମହତ୍ୟା ଧମକ

ଦେଶର ସଂଘୀୟ ଢାଞ୍ଚା ଉପରେ ଆକ୍ରମଣ : ରାହୁଲ ଗାନ୍ଧୀ

ଆହୁରି ପଢ଼ନ୍ତୁ: ଭାରତକୁ 'ନର୍କଖଣ୍ଡ' କହି ବିବାଦରେ ଟ୍ରମ୍ପ: କଡ଼ା ଜବାବ ଦେଲା ଭାରତ ଓ ଇରାନ

‘ ଏକ ରାଷ୍ଟ୍ର, ଏକ ନିର୍ବାଚନ’ କରିବାକୁ ମୋଦୀ ସରକାରଙ୍କ ଏଭଳି ନିଷ୍ପତ୍ତି ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି । ରାହୁଲ ଗାନ୍ଧୀ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସ୍ତାବକୁ ଦେଶର ସଂଘୀୟ ଢାଞ୍ଚା ଉପରେ ଆକ୍ରମଣ ବୋଲି କହିଛନ୍ତି ।ରାହୁଲ ଗାନ୍ଧି ଏକ୍ସ (ଟ୍ଵିିଟର)ରେ ଲେଖିଛନ୍ତି, ‘ଇଣ୍ଡିଆ’ ଅର୍ଥାତ୍‌ ଭାରତ ହେଉଛି ଏକ ରାଜ୍ୟ ସଂଘ। ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ର ଧାରଣା ହେଉଛି କେନ୍ଦ୍ର ଓ ଏହାର ସମସ୍ତ ରାଜ୍ୟ ଉପରେ ଆକ୍ରମଣ।ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସ୍ତାବକୁ ରାହୁଲ ଗାନ୍ଧୀ ଦେଶର ସଂଘୀୟ ଢାଞ୍ଚା ଉପରେ ଆକ୍ରମଣ ବୋଲି କହିଛନ୍ତି ।

03 Sep 2023 By The Sakala

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ କମିଟିରେ ରହିବାକୁ ମନା କଲେ ଅଧୀର, ରାହୁଲ କହିଲେ-ସଂଘୀୟ ଢାଞ୍ଚା ଉପରେ ଆକ୍ରମଣ

ନୂଆଦିଲ୍ଲୀ : ଦେଶର ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣିବା ସହିତ ‘ ଏକ ରାଷ୍ଟ୍ର, ଏକ ନିର୍ବାଚନ’ ନୀତି ପ୍ରଚଳନ କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ଆସନ୍ତା ୧୮ ରୁ ୨୨ ତାରିଖ ଯାଏଁ ଡକାଯାଇଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ଏହି ପ୍ରସଙ୍ଗରେ ବିଲ୍‌ ଅଣାଯାଇ ଆଲୋଚନା କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି। ତେବେ ଏହାପୂର୍ବରୁ ଏକ ରାଷ୍ଟ୍ର, ଏକ ନିର୍ବାଚନ ପରିକଳ୍ପନାର କାର୍ଯ୍ୟକାରିତା ଉପରେ ଆଲୋଚନା କରିବାକୁ ଗତକାଲି ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି। ଏହି କମିଟିରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଅଧ୍ୟକ୍ଷ ରଖାଯାଇଥିବା ବେଳେ ସଦସ୍ୟ ଭାବେ ଗୃହ ମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ଅଧୀର ଚୌଧୁରୀ ,ଗୁଲାମନବୀ ଆଜାଦ, ଏନ୍‌କେ ସିଂହ, ସୁଭାଷ କାଶ୍ୟପ,ହରିଶ ସାଲଭେ ଏବଂ ସଂଜୟ କୋଠାରୀ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ଏଥି ସହିତ ଆଇନ ମନ୍ତ୍ରୀ ଅର୍ଜ୍ଜୁନରାମ ମେଘୱାଲ କମିଟିର ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ରହିଥିବା ବେଳେ କେନ୍ଦ୍ର ଆଇନ ବ୍ୟାପାର ସଚିବ ନିତେନ ଚନ୍ଦ୍ର କମିଟିର ସଚିବ ନିଯୁକ୍ତ ହୋଇଛନ୍ତି।

ତେବେ ଗତକାଲି କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ୮ ଜଣିଆ ସଦସ୍ୟଙ୍କ ନାଁ ଘୋଷଣା ହୋଇଥିବା ବେଳେ ଆଜି ଏହାକୁ ନେଇ ବଡ଼ ବିବାଦ ଦେଖାଯାଇଛି। କମିଟିର ସଦସ୍ୟ ହେବାକୁ ମନା କରିଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ। ସେ କହିଛନ୍ତି କମିଟି ନାମକୁ ମାତ୍ର ଗଠିତ ହୋଇଛି । ସେ ଏକ ପତ୍ର ଜରିଆରେ ଦର୍ଶାଇଛନ୍ତି କମିଟିରେ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ସ୍ଥାନ ଦେବା ବଦଳରେ ପୂର୍ବତନ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ ସ୍ଥାନ ଦିଆଯାଇଛି । ସଂସଦୀୟ ଗଣତନ୍ତ୍ର ଲାଗି ଏହା ଏକ ଧକ୍କା ବୋଲି ସେ କହିଛନ୍ତି ।ସେହିପରି ଏହି କମିଟିକୁ ବି ବିରୋଧ କରିଛନ୍ତି କଂଗ୍ରେସ ନେତା ଦିଗବିଜୟ ସିଂ ଓ ଜୟରାମ ରମେଶ । ଦିଗବିଜୟ କହିଛନ୍ତି ଦେଶରେ ଗୋଟିଏ ସମୟରେ ନିର୍ବାଚନ ସମ୍ଭବ ନୁହେଁ ।

ଦେଶର ସଂଘୀୟ ଢାଞ୍ଚା ଉପରେ ଆକ୍ରମଣ : ରାହୁଲ ଗାନ୍ଧୀ

‘ ଏକ ରାଷ୍ଟ୍ର, ଏକ ନିର୍ବାଚନ’ କରିବାକୁ ମୋଦୀ ସରକାରଙ୍କ ଏଭଳି ନିଷ୍ପତ୍ତି ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି । ରାହୁଲ ଗାନ୍ଧୀ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସ୍ତାବକୁ ଦେଶର ସଂଘୀୟ ଢାଞ୍ଚା ଉପରେ ଆକ୍ରମଣ ବୋଲି କହିଛନ୍ତି ।ରାହୁଲ ଗାନ୍ଧି ଏକ୍ସ (ଟ୍ଵିିଟର)ରେ ଲେଖିଛନ୍ତି, ‘ଇଣ୍ଡିଆ’ ଅର୍ଥାତ୍‌ ଭାରତ ହେଉଛି ଏକ ରାଜ୍ୟ ସଂଘ। ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ର ଧାରଣା ହେଉଛି କେନ୍ଦ୍ର ଓ ଏହାର ସମସ୍ତ ରାଜ୍ୟ ଉପରେ ଆକ୍ରମଣ।ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସ୍ତାବକୁ ରାହୁଲ ଗାନ୍ଧୀ ଦେଶର ସଂଘୀୟ ଢାଞ୍ଚା ଉପରେ ଆକ୍ରମଣ ବୋଲି କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର