ପୁଣି ସଲମାନ ଖାନଙ୍କୁ ଧମକ, ୫ କୋଟି ଟଙ୍କା ଦାବି କଲେ ଦୁର୍ବୃତ୍ତ…

The Sakala Picture
Published On

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଧମକ। ମେସେଜ୍ ଦେଇ ୫ କୋଟି ମାଗିଛି ଦୁର୍ବୃତ୍ତ। ଗ୍ଯାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ସଲମାନ ଖାନଙ୍କ ମଧ୍ୟରେ ଥିବା ବିବାଦକୁ ତୁଟାଇ ଦେବାକୁ ଏହି ୫ କୋଟି ମାଗିଛି ଦୁର୍ବୃତ୍ତ। ସଲମାନ ଖାନଙ୍କୁ ମେସେଜ୍ ଦେଇ ଏହି ବିବାଦର ଅନ୍ତ ଘଟାଇବ ବୋଲି କହିଛି ଦୁର୍ବୃତ୍ତ। ଟଙ୍କା ନଦେଲେ ଏନସିପି ନେତା ବାବା ସିଦ୍ଦିକିଙ୍କ ଠାରୁ ମଧ୍ୟ ଅବସ୍ଥା ଖରାପ ହେବ ବୋଲି ଚେତାବନୀ ଦେଇଛି। ମୁମ୍ବାଇ ଟ୍ରାଫିକ୍ […]

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଧମକ। ମେସେଜ୍ ଦେଇ ୫ କୋଟି ମାଗିଛି ଦୁର୍ବୃତ୍ତ। ଗ୍ଯାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ସଲମାନ ଖାନଙ୍କ ମଧ୍ୟରେ ଥିବା ବିବାଦକୁ ତୁଟାଇ ଦେବାକୁ ଏହି ୫ କୋଟି ମାଗିଛି ଦୁର୍ବୃତ୍ତ। ସଲମାନ ଖାନଙ୍କୁ ମେସେଜ୍ ଦେଇ ଏହି ବିବାଦର ଅନ୍ତ ଘଟାଇବ ବୋଲି କହିଛି ଦୁର୍ବୃତ୍ତ। ଟଙ୍କା ନଦେଲେ ଏନସିପି ନେତା ବାବା ସିଦ୍ଦିକିଙ୍କ ଠାରୁ ମଧ୍ୟ ଅବସ୍ଥା ଖରାପ ହେବ ବୋଲି ଚେତାବନୀ ଦେଇଛି। ମୁମ୍ବାଇ ଟ୍ରାଫିକ୍ କଣ୍ଟ୍ରୋଲ ରୁମକୁ ଆସିଛି ଏହି ମେସେଜ୍। ବାର୍ତ୍ତା ପଠାଇଥିବା ବ୍ଯକ୍ତି ଜଣକ ନିଜକୁ ଗ୍ଯାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ଯାଙ୍ଗର ସଦସ୍ୟ ବୋଲି କହିଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବର କିଙ୍ଗ ଫାହଦ ବିମାନବନ୍ଦର ଉପରେ ଅତର୍କିତ ଡ୍ରୋନ୍ ଆକ୍ରମଣ: ଏକାଧିକ ବିମାନର ଗତିପଥ ପରିବର୍ତ୍ତନ

ଏହାକୁ ହାଲୁକା ଭାବେ ନନେବାକୁ ମେସେଜରେ ଚେତାବନୀ ଦେଇଛି ଦୁର୍ବୃତ୍ତ। ଯଦି ଜୀବନରେ ବଞ୍ଚିବାକୁ ଚାହୁଁଛ ଏବଂ ଲରେନ୍ସ ବିଷ୍ଣୋଇ ସହ ବିବାଦ ତୁଟାଇବାକୁ ଚାହୁଁଛ ତେବେ ଏହି ୫ କୋଟି ଟଙ୍କା ଦେବାକୁ ପଡିବ ବୋଲି ଚେତାବନୀ ଦେଇଛି। ମାମଲାକୁ ଅତି ଗମ୍ଭୀରତାର ଭାବେ ନେବା ସହ ତନାଘନା ଆରମ୍ଭ କରିଛି ମୁମ୍ବାଇ ପୋଲିସ।

ଆହୁରି ପଢ଼ନ୍ତୁ: ଆଟଲାଣ୍ଟିକ୍ ମହାସାଗରର ନାମ ବଦଳାଇବାକୁ ଦାବି କଲେ ଡୋନାଲ୍ଡ ଟ୍ରମ୍ପ, ମନା କରିଦେଇଥିଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ

ଲରେନ୍ସ ବିଷ୍ଣୋଇ ଏବଂ ସଲମାନ ଖାନଙ୍କ ମଧ୍ୟରେ ଶତ୍ରୁତା ବହୁତ ପୁରୁଣା। ଏହି ଗ୍ୟାଙ୍ଗ ସଲମାନଙ୍କୁ ବାରମ୍ବାର ହତ୍ୟା କରିବାକୁ ଧମକ ଦେଇଥାଏ । କିଛି ମାସ ପୂର୍ବେ ଲରେନ୍ସ ଗ୍ୟାଙ୍ଗର ହେଚେନମାନେ ମଧ୍ୟ ତାଙ୍କ ଘର ବାହାରେ ଗୁଳି ଚଳାଇଥିଲେ। ବାବା ସିଦ୍ଦିକିଙ୍କ ହତ୍ୟା ମଧ୍ୟ ସଲମାନଙ୍କ ସହ ଜଡିତ ଅଛି। ବାବା ସିଦ୍ଦିକି ସଲମାନ ଖାନଙ୍କର ଜଣେ ଭଲ ବନ୍ଧୁ ଥିଲେ। ସଲମାନ ଖାନ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟ ହୋଇସାରିଛନ୍ତି।

ଆହୁରି ପଢ଼ନ୍ତୁ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡାଟା ଲିକ୍: ଡାର୍କ ୱେବରେ ୩,୮୯୭ ଗ୍ରାହକଙ୍କ ତଥ୍ୟ, ପାଣ୍ଠି ସୁରକ୍ଷିତ ଥିବା ନେଇ ବ୍ୟାଙ୍କର ସ୍ପଷ୍ଟୀକରଣ

ବାବା ସିଦ୍ଦିକିଙ୍କ ହତ୍ୟା ପରେ କୁହାଯାଉଛି ଯେ ଲରେନ୍ସ ଗ୍ୟାଙ୍ଗ ବାବା ସିଦ୍ଦିକିଙ୍କୁ ହତ୍ୟା କରିଛନ୍ତି । ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ଖାନଙ୍କ ଘର ବାହାରେ ସୁରକ୍ଷା ବୃଦ୍ଧି କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର