ଏଡିଆର ରିପୋର୍ଟ ଅନୁସାରେ ବିଜେପି ସବୁଠୁ ଧନୀ ଦଳ

The Sakala Picture
Published On

ନୂଆଦିଲ୍ଲୀ, ୨୮|୧ (ଏଜେନ୍ସି): ବିଜେପି ଦେଶର ସବୁଠାରୁ ଧନୀ ରାଜନୈତିକ ଦଳ। ଏହି ଦଳ ପାଖରେ ୪୮୪୭ କୋଟି ସମ୍ପତ୍ତି ରହିଛି। ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର)ର ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷର ତଥ୍ୟକୁ ବିଶ୍ଳେଷଣ କରି ଏଡିଆର ଶୁକ୍ରବାର ଏହି ରିପୋର୍ଟ ପ୍ରକାଶ କରିଛି। ଏହା ଅନୁଯାୟୀ ୬୯୮.୩୩ କୋଟି ସହ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଦ୍ବିତୀୟ ଏବଂ ୫୮୮.୧୬ କୋଟି ସହିତ କଂଗ୍ରେସ ଦେଶର ତୃତୀୟ ଧନୀ […]

ନୂଆଦିଲ୍ଲୀ, ୨୮|୧ (ଏଜେନ୍ସି): ବିଜେପି ଦେଶର ସବୁଠାରୁ ଧନୀ ରାଜନୈତିକ ଦଳ। ଏହି ଦଳ ପାଖରେ ୪୮୪୭ କୋଟି ସମ୍ପତ୍ତି ରହିଛି। ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର)ର ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷର ତଥ୍ୟକୁ ବିଶ୍ଳେଷଣ କରି ଏଡିଆର ଶୁକ୍ରବାର ଏହି ରିପୋର୍ଟ ପ୍ରକାଶ କରିଛି। ଏହା ଅନୁଯାୟୀ ୬୯୮.୩୩ କୋଟି ସହ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଦ୍ବିତୀୟ ଏବଂ ୫୮୮.୧୬ କୋଟି ସହିତ କଂଗ୍ରେସ ଦେଶର ତୃତୀୟ ଧନୀ ଦଳ । ୨୦୧୯-୨୦ ଆର୍ଥିକ ବର୍ଷରେ ୭ଟି ଜାତୀୟ ରାଜନୈତିକ ଦଳ ପକ୍ଷରୁ ଘୋଷଣା କରାଯାଇଥିବା ସମ୍ପତ୍ତିର ମୂଲ୍ୟ ୬୯୮୮.୫୭ କୋଟି ଥିଲା।

ଆହୁରି ପଢ଼ନ୍ତୁ: ୩ କୋଟିର ରାସ୍ତା ବର୍ଷାରେ ବେହାଲ୍: ଧସିଲା ୯୦ ଫୁଟ୍‌ର ପିଚ୍ ରାସ୍ତା, ବିଚ୍ଛିନ୍ନ ହେଲା ଯୋଗାଯୋଗ

ଏହି ଅବଧିରେ ୪୪ଟି ଆଞ୍ଚଳିକ ରାଜନୈତିକ ଦଳର ସମ୍ପତ୍ତି ୨୧୨୯.୩୮ କୋଟି ରହିଥିଲା। ୭ଟି ଜାତୀୟ ଦଳର ମୋଟ ସମ୍ପତ୍ତିର ୬୯.୩୭ ପ୍ରତିଶତ ବିଜେପି, ୯.୯୯ ପ୍ରତିଶତ ବିଏସ୍‌ପି ଏବଂ ୮.୪୨ ପ୍ରତିଶତ କଂଗ୍ରେସ ପାଖରେ ଥିଲା। ରିପୋର୍ଟ ଅନୁଯାୟୀ ୪୪ଟି ଆଞ୍ଚଳିକ ଦଳ ମଧ୍ୟରୁ ଶୀର୍ଷ ୧୦ ଦଳଙ୍କ ସମ୍ପତ୍ତି ହେଉଛି ୨୦୨୮.୭୧୫ କୋଟି। ଏହା ସମସ୍ତ ଆଞ୍ଚଳିକ ଦଳର ୯୫.୨୭ ପ୍ରତିଶତ। ଆଞ୍ଚଳିକ ଦଳଙ୍କ ମଧ୍ୟରୁ ସବୁଠାରୁ ଅଧିକ ସମ୍ପତ୍ତି (୫୬୩.୪୭ କୋଟି) ସମାଜବାଦୀ ପାର୍ଟି ପାଖରେ ରହିଥିଲା। ଏହା ମୋଟ ସମ୍ପତ୍ତିର ୨୬.୪୬ ପ୍ରତିଶତ। ସେହିପରି ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) ୩୦୧.୪୭ କୋଟି ଟଙ୍କା ଏବଂ ଏଆଇଏଡିଏମକେ ୨୬୭.୬୧ କୋଟି ଟଙ୍କା ଥିବା ଘୋଷଣା କରିଥିଲା।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ଆଞ୍ଚଳିକ ଦଳ ଘୋଷଣା କରିଥିବା ମୋଟ ସମ୍ପତ୍ତିରେ ୧୬୩୯.୫୧ କୋଟି ଟଙ୍କାର (୭୬.୯୯ ପ୍ରତିଶତ) ଏଫଡିଆର(ସ୍ଥିର ଜମା) ରହିଥିଲା। ଏଥିରେ ବିଜେପିର ୩୨୫୩ କୋଟି, ବିଏସ୍‌ପିର ୬୧୮.୧୬ କୋଟି, କଂଗ୍ରେସର ୨୪୦.୯୦ କୋଟି ଟଙ୍କା ଥିଲା। ଅନ୍ୟ ଆଞ୍ଚଳିକ ଦଳ ମଧ୍ୟରେ ଏସ୍‌ପି ୪୩୪.୨୧୯ କୋଟି, ଟିଆରଏସ ୨୫୬.୦୧ କୋଟି, ଏଆଇଡିଏମକେ ୨୪୬.୯୦ କୋଟି, ଡିଏମ୍‌କେ ୧୬୨.୪୧୫ କୋଟି, ଶିବସେନା ୧୪୮.୪୬ କୋଟି ଏବଂ ବିଜୁ ଜନତା ଦଳ (ବିଜେଡି) ୧୧୮.୪୨୫ କୋଟି ଟଙ୍କା ସମ୍ପତ୍ତି ଥିବା ଘୋଷଣା କରିଥିଲା।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର