ଆତଙ୍କବାଦୀ ଲିଙ୍କ୍‌ରେ ଦୋଷୀ ଅବ୍‌‌ଦୁର ରେହମାନ ଓ ୩ ସହଯୋଗୀଙ୍କୁ ୭ ବର୍ଷ ୫ ମାସ ଜେଲ୍‌ ଦଣ୍ଡାଦେଶ

The Sakala Picture
Published On

ନୂଆଦିଲ୍ଲୀ: ଆତଙ୍କବାଦୀ ଅବ୍‌‌ଦୁର ରେହମାନକୁ ୭ ବର୍ଷ ୫ ମାସ ଜେଲ୍‌ ଦଣ୍ଡାଦେଶ । କାରାଦଣ୍ଡାଦେଶ ସହ ୨୫ ହଜାର ଟଙ୍କା ଜରିମାନା ମଧ୍ୟ ହୋଇଛି । ଅଲ୍‌ କାଏଦା ଲିଙ୍କ୍‌ରେ ଦୋଷୀ ସାବ୍ୟସ୍ତ ହେବା ପରେ ଅବଦୁର ରେହମାନକୁ ଏହି ସଜା ଶୁଣାଇଛନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟ । ଅବ୍‌‌ଦୁର ରେହମାନ ସହ ଅନ୍ୟ ୩ ଦୋଷୀଙ୍କୁ ମଧ୍ୟ ସମାନ ଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର କୋର୍ଟ । ଅନ୍ୟ ୩ ଦୋଷୀ ହେଉଛନ୍ତି ମହମ୍ମଦ […]

ନୂଆଦିଲ୍ଲୀ: ଆତଙ୍କବାଦୀ ଅବ୍‌‌ଦୁର ରେହମାନକୁ ୭ ବର୍ଷ ୫ ମାସ ଜେଲ୍‌ ଦଣ୍ଡାଦେଶ । କାରାଦଣ୍ଡାଦେଶ ସହ ୨୫ ହଜାର ଟଙ୍କା ଜରିମାନା ମଧ୍ୟ ହୋଇଛି । ଅଲ୍‌ କାଏଦା ଲିଙ୍କ୍‌ରେ ଦୋଷୀ ସାବ୍ୟସ୍ତ ହେବା ପରେ ଅବଦୁର ରେହମାନକୁ ଏହି ସଜା ଶୁଣାଇଛନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟ । ଅବ୍‌‌ଦୁର ରେହମାନ ସହ ଅନ୍ୟ ୩ ଦୋଷୀଙ୍କୁ ମଧ୍ୟ ସମାନ ଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର କୋର୍ଟ । ଅନ୍ୟ ୩ ଦୋଷୀ ହେଉଛନ୍ତି ମହମ୍ମଦ ଆସିଫ୍, ଜାଫର ମାସୁଦ ଏବଂ ଅବଦୁଲ ସାମିକୁ ।

ଆହୁରି ପଢ଼ନ୍ତୁ: ଗ୍ରେଟର ନୋଏଡାରେ ଅଭାବନୀୟ ଘଟଣା: ସନ୍ଦେହଜନକ ଅବସ୍ଥାରେ ଗୋଟିଏ ପରିବାରର ୫ ମୃତ, ଶେଷଥର ଖାଇଥିଲେ ନୁଡୁଲ୍ସ

୨୦୧୫ ଡିସେମ୍ବର ମାସରେ ଅବ୍‌‌ଦୁଲକୁ ଜଗତପୁର ଥାନା ଅନ୍ତର୍ଗତ ପଶ୍ଚିମକଚ୍ଛ ଅଞ୍ଚଳରୁ ଗିରଫ କରାଯାଇଥିଲା। ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ ଏବଂ କମିଶନରେଟ୍‌‌ ପୁଲିସର ସ୍ୱତନ୍ତ୍ର ଟିମ୍‌‌ ତା’ର ଘରେ ଚଢ଼ଉ କରିଥିଲା। ତା’ ନିକଟରୁ ଜବତ ହୋଇଥିଲା ପାସ୍‌‌ପୋର୍ଟ, ମୋବାଇଲ୍‌‌ ଫୋନ୍‌‌, ଟାବ୍‌‌ଲେଟ ଓ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର। ଅବ୍‌‌ଦୁଲ ନିର୍ଦ୍ଦୋଷ ବୋଲି ତା’ର ପରିବାର ଲୋକେ ଦାବି କରିଥିଲେ। ହେଲେ ତଦନ୍ତବେଳେ ଅବ୍‌‌ଦୁଲର ପାକିସ୍ତାନ ଲିଙ୍କ୍‌‌ ସଂକ୍ରାନ୍ତରେ ସୂଚନା ମିଳିଥିଲା। ସ୍ଥାନୀୟ ଅଞ୍ଚଳରେ ମୌଲବୀ ଭାବେ ସେ ମୁସଲ୍‌‌ମାନ ପିଲାଙ୍କୁ ଶିକ୍ଷାଦାନ କରୁଥିଲା।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ: ଟିଭି ବିତର୍କରେ ଅଶାଳୀନ ମନ୍ତବ୍ୟ ଦେଲେ ତୁରନ୍ତ କାଟନ୍ତୁ ଲାଇଭ୍ ଫିଡ୍

ଭାରତୀୟ ଉପମହାଦେଶ ଅଧୀନ ଅଲ୍‌‌କାଏଦା ସହ ଲିଙ୍କ୍‌‌ରେ ରହି ସାଉଦିଆରବ, ପାକିସ୍ତାନ, ଦୁବାଇ ଓ ଅନ୍ୟ ଦେଶର ଆତଙ୍କବାଦୀଙ୍କ ସହ ଯୋଗାଯୋଗରେ ରହିଥିଲା। ୨୦୦୬ରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେବାକୁ ପାକିସ୍ତାନ ଯାଇଥିଲା ଅବ୍‌‌ଦୁଲ। ସେଠାରେ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଜାକି ଉର୍‌‌ ରେହମାନ ଲଖବି ସହ ମଧ୍ୟ ତା’ର ଭେଟ ହୋଇଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସ୍କୁଲରେ ଚାଞ୍ଚଲ୍ୟ: ସ୍କୁଲ ପରିସରରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର