୮ ବର୍ଷରେ ବିରୋଧୀଙ୍କ ଉପରେ ହୋଇଛି ୩୦୦୦ଥର ଚଢ଼ାଉ, ଦୋଷୀ ସାବ୍ୟସ୍ତ ହୋଇଛନ୍ତି ମାତ୍ର ୨୩ ଜଣ: ଆପ୍ ସାଂସଦ ସଞ୍ଜୟ ସିଂହ

The Sakala Picture
Published On

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଦୁରୁପଯୋଗକୁ ନେଇ ଆଜି ରାଜ୍ୟସଭାର ଶୂନ୍ୟକାଳରେ ପ୍ରଶ୍ନ ଉଠାଇଛନ୍ତି ଆମ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂହ। ଯାହାକୁ ନେଇ ରାଜ୍ୟସଭାରେ ଆଜି ହଙ୍ଗାମା ଦେଖିବାକୁ ମିଳିଥିଲା। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ସଞ୍ଜୟ ସିଂହ କହିଛନ୍ତି ଯେ, ବିରୋଧୀମାନଙ୍କୁ ନା ବାହାରେ ନା ସଂସଦ ଭିତରେ ସମସ୍ୟାକୁ ଉଠାଇବାକୁ ଦିଆଯାଉଛି। କେନ୍ଦ୍ର ତଦନ୍ତକାରୀ ସଂସ୍ଥାର ଦୁରୁପଯୋଗ କରି ବିରୋଧୀ ନେତାମାନଙ୍କୁ ଡରାଯାଉଛି ବୋଲି କହିଛନ୍ତି ସାଂସଦ ସଞ୍ଜୟ ସିଂହ । […]

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଦୁରୁପଯୋଗକୁ ନେଇ ଆଜି ରାଜ୍ୟସଭାର ଶୂନ୍ୟକାଳରେ ପ୍ରଶ୍ନ ଉଠାଇଛନ୍ତି ଆମ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂହ। ଯାହାକୁ ନେଇ ରାଜ୍ୟସଭାରେ ଆଜି ହଙ୍ଗାମା ଦେଖିବାକୁ ମିଳିଥିଲା। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ସଞ୍ଜୟ ସିଂହ କହିଛନ୍ତି ଯେ, ବିରୋଧୀମାନଙ୍କୁ ନା ବାହାରେ ନା ସଂସଦ ଭିତରେ ସମସ୍ୟାକୁ ଉଠାଇବାକୁ ଦିଆଯାଉଛି। କେନ୍ଦ୍ର ତଦନ୍ତକାରୀ ସଂସ୍ଥାର ଦୁରୁପଯୋଗ କରି ବିରୋଧୀ ନେତାମାନଙ୍କୁ ଡରାଯାଉଛି ବୋଲି କହିଛନ୍ତି ସାଂସଦ ସଞ୍ଜୟ ସିଂହ ।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ଏନେଇ ସେ ତଥ୍ୟ ଦେଇ କହିଛନ୍ତି ଯେ, ଗତ ୮ ବର୍ଷରେ ବିରୋଧୀ ନେତାଙ୍କ ଉପରେ କେବଳ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ଵାରା ପାଖାପାଖି ୩ ହଜାର ଚଢାଉ କରାଗଲାଣି। ସେଥିମଧ୍ୟରୁ ଇଡି ମାତ୍ର ୨୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛି ବୋଲି ଆପ ସାଂସଦ କହିଛନ୍ତି। ଏହାକୁ ନେଇ ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀ ଓ ଆଇପିଏଲ୍‌ ସଂସ୍ଥାପକ ଲଳିତ ମୋଦୀ ବିରୋଧରେ ଇଡି କାହିଁକି କାର୍ଯ୍ୟାନୁଷ୍ଠାନ କରୁନି କାହିଁକି ଚୁପ୍ ବସିଛି ବୋଲି ସଞ୍ଜୟ ପ୍ରଶ୍ନ କରିଛନ୍ତି। ରେଡ୍ଡୀ ଭାତ୍ରୃଦ୍ୱୟ ଓ ବିଜୟ ମାଲ୍ୟ, ୟେଦ୍ୟୁରାପ୍ପା ଏବଂ ବ୍ୟାପମ ଦୁର୍ନୀତିରେ ଇଡି ଓ ସିବିଆଇ କାହିଁକି କାର୍ଯ୍ୟାନୁଷ୍ଠାନ ନେଉନି ବୋଲି ପ୍ରଶ୍ନ କରିଛନ୍ତି ସଞ୍ଜୟ।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ଆପ ନେତାଙ୍କ ଉପରେ କିନ୍ତୁ କାର୍ଯ୍ୟାନୁଷ୍ଠାନ ନେଇ କେନ୍ଦ୍ର ସରକାର ଦେଶରେ ଏକଛତ୍ରବାଦର ସରକାର ଚଳାଉଛନ୍ତି ବୋଲି ସଞ୍ଜୟ ସିଂହ କହିଛନ୍ତି। ସେ କହିଛନ୍ତି ସିସୋଦିଆଙ୍କ ଘରେ ୧୪ ଘଣ୍ଟାର ଚଢ଼ାଉ, କେଜରିୱାଙ୍କ ଘରେ ଚଢ଼ାଉ, ସତ୍ୟୈନ୍ଦ୍ର ଜୈନ୍ ଏବେ ବି ଜେଲ୍‌ରେ ବନ୍ଦୀ ଅଛନ୍ତି। ଯଦି ଆପଣ ଦାଦାଗିରି ଓ ଏକଛତ୍ରବାଦୀ ଭାବରେ ଦେଶ ଚଳାଇଭାକୁ ଚାହୁଁଛନ୍ତି ତେବେ ସମସ୍ତଙ୍କୁ ଜେଲ୍‌ରେ ବନ୍ଦ କରିଦିଅନ୍ତୁ ବୋଲି ସଞ୍ଜୟ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର