ତିହାର ଜେଲରେ ଆପ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ମିଳୁଛି ଭିଆଇପି ସୁବିଧା, ବଡି ମସାଜ କରୁଥିବା ଭିଡିଓ ଭାଇରାଲ

The Sakala Picture
Published On

ନୂଆଦିଲ୍ଲୀ: ତିହାର ଜେଲ୍ ଭିତରେ ନେତାଙ୍କୁ ଫାଇଭଷ୍ଟାର ସୁବିଧା। ଜେଲରେ ବିଳାସପୂର୍ଣ୍ଣ ଖଟରେ ଶୋଇ ବଡି ମସାଜ କରାଉଛନ୍ତି ଆପ୍ ମନ୍ତ୍ରୀ। ଫୁଟ୍ ମସାଜର ମଜା ନେଉଛନ୍ତି ଆପ୍ ନେତା ସତ୍ୟେନ୍ଦ୍ର ଜୈନ୍। ତିହାର ଜେଲ୍ ଭିତରୁ ସାମ୍ନାକୁ ଆସିଛି ଏଭଳି କିଛି ଭିଡିଓ, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମନି ଲଣ୍ଡରିଂ ମାମଲାରେ ଜୈନ୍‌ ଜେଲରେ ଥିବା ବେଳେ ତାଙ୍କୁ ସ୍ବତନ୍ତ୍ର ସୁବିଧା ଦିଆଯାଉଛି ବୋଲି ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ […]

ନୂଆଦିଲ୍ଲୀ: ତିହାର ଜେଲ୍ ଭିତରେ ନେତାଙ୍କୁ ଫାଇଭଷ୍ଟାର ସୁବିଧା। ଜେଲରେ ବିଳାସପୂର୍ଣ୍ଣ ଖଟରେ ଶୋଇ ବଡି ମସାଜ କରାଉଛନ୍ତି ଆପ୍ ମନ୍ତ୍ରୀ। ଫୁଟ୍ ମସାଜର ମଜା ନେଉଛନ୍ତି ଆପ୍ ନେତା ସତ୍ୟେନ୍ଦ୍ର ଜୈନ୍। ତିହାର ଜେଲ୍ ଭିତରୁ ସାମ୍ନାକୁ ଆସିଛି ଏଭଳି କିଛି ଭିଡିଓ, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ମନି ଲଣ୍ଡରିଂ ମାମଲାରେ ଜୈନ୍‌ ଜେଲରେ ଥିବା ବେଳେ ତାଙ୍କୁ ସ୍ବତନ୍ତ୍ର ସୁବିଧା ଦିଆଯାଉଛି ବୋଲି ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅଭିଯୋଗ ହୋଇଥିଲା । ଏ ନେଇ ଇଡି ଗୃହ ମନ୍ତ୍ରଣାଳୟକୁ ଜଣାଇବା ପରେ ଦିଲ୍ଲୀ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଚିଠି କରି ରିପୋର୍ଟ ମାଗିଥିଲା ଗୃହ ମନ୍ତ୍ରଣାଳୟ ।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ତିହାର ଜେଲରୁ ଯେଉଁ ଭିଡିଓ ସାମ୍ନାକୁ ଆସିଛି, ସେହି ଭିଡିଓରେ ସତ୍ୟେନ୍ଦ୍ର ଜୈନ ଖଟ ଉପରେ ଶୋଇଥିବା ନଜର ଆସିଛନ୍ତି। ଆଉ ହାତରେ କିଛି କାଗଜପତ୍ର ଧରିଥିବା ନଜର ଆସିଛନ୍ତି। ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ଗୋଡକୁ ତେଲ ଲଗାଇ ମସାଜ କରିଦେଉଛନ୍ତି। ସତ୍ୟେନ୍ଦ୍ର ଜୈନ୍ ଉକ୍ତ ବ୍ୟକ୍ତିଙ୍କ ଉପରେ ଗୋଡ ରଖି ମସାଜର ମଜା ନେଉଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଜେଲରେ ଅନ୍ୟ କଏଦୀ ପିଉଥିବା ପାଣି ପିଉନାହାନ୍ତି। ସେ ମିନେରାଲ ଓ୍ଵାଟର ପିଉଥିବା ନଜର ଆସିଛନ୍ତି। ଆଉ ମନ୍ତ୍ରୀଙ୍କର ଏଭଳି ଭିଡିଓ ସାମ୍ନାକୁ ଆସିବା ପରେ ଜେଲ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରଲ ହେବା ପରେ ଆପ୍‌କୁ ଟାର୍ଗେଟ କରିଛି ବିଜେପି । ଏହି ଭିଡିଓକୁ ନେଇ ବିଜେପି ଆପ୍‌ ଉପରେ ଜୋରଦାର ବର୍ଷିଛି। ବିଜେପି ମୁଖପାତ୍ର ଶହଜାଦ ପୁନାୱାଲା କେଜ୍ରିୱାଲ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଆପ୍ ସରକାର ଜେଲ୍ ନିୟମର ଉଲ୍ଲଙ୍ଘନ କରିଥିବା ସେ ଅଭିଯୋଗ ଆଣିଛନ୍ତି। ଜେଲ୍ ଭିତରେ ସତ୍ୟେନ୍ଦ୍ର ଜୈନ୍କୁ ପୂରା ଭିଆଇପି ସୁବିଧା ଦିଆଯାଉଥିବା ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର