ଆଧାର, ପାନ୍‌କାର୍ଡ, ପାସପୋର୍ଟ ଭାରତୀୟ ନାଗରିକତାର ପ୍ରମାଣପତ୍ର ନୁହେଁ ! ବୈଦେଶିକ ମନ୍ତ୍ରଣାଳୟର ଟିପ୍ପଣୀକୁ ନେଇ ବିତର୍କ...

Madhusudan Das Picture
Published On

ନୂଆଦିଲ୍ଲୀ: ଆଧାର, ପାନ୍‌କାର୍ଡ, ପାସପୋର୍ଟ ଭାରତୀୟ ନାଗରିକତାର ପ୍ରମାଣପତ୍ର ନୁହେଁ। ସେହିପରି ଭୋଟର ପ୍ରମାଣପତ୍ର, ରାସନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ଭାରତୀୟ ନାଗରିତାର ପ୍ରମାଣପତ୍ର ରୂପେ ଗ୍ରହଣୀୟ ନୁହେଁ।  ସମ୍ପ୍ରତି ବୈଦେଶିକ ମନ୍ତ୍ରଣାଳୟର ଜନୈକ ଅଧିକାରୀ ଏସମ୍ପର୍କରେ ଦେଇଥିବା ଟିପ୍ପଣୀ ସାରା ଦେଶରେ ନୂଆ ବିତର୍କ ସୃଷ୍ଟି କରିଛି। ପାସପୋର୍ଟକୁ ଏକ ଯାତ୍ରା ଦସ୍ତାବିଜ୍‌ ବୋଲି ଉଲ୍ଲେଖ କରି ଏହାକୁ ଭାରତୀୟ ନାଗରିକତାର ପ୍ରମାଣପତ୍ର କୁହାଯାଇ ପାରିବ ନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟର ମନ୍ତବ୍ୟ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଯଦି ସରକାରଙ୍କ ପ୍ରଦତ୍ତ ଓ ବିଭିନ୍ନ କାର୍ଯ୍ୟ ନିମନ୍ତେ ସ୍ୱୀକୃତ ଏହି ପ୍ରମାଣପତ୍ରଗୁଡ଼ିକ ନାଗରିକତ୍ୱର ପ୍ରମାଣପତ୍ର ନୁହେଁ, ତେବେ ଭାରତୀୟ ନାଗରିକତାର ପ୍ରମାଣ କ’ଣ ବୋଲି ପ୍ରଶ୍ନ ଉଠିଛି। ଏହି ସମୟରେ ଏହାକୁ ନେଇ ଦେଶରେ ଖୁବ୍‌ ଶୀଘ୍ର ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆର୍‌ସି) ଲାଗୁ ହୋଇପାରେ ବୋଲି ମଧ୍ୟ ଚର୍ଚ୍ଚା ଦାନାବାନ୍ଧିଛି୤ ଯଦିଓ ଏନ୍‌ଆର୍‌ସି ଲାଗୁ ସମ୍ପର୍କରେ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇ ନାହିଁ, ତେବେ ଆଗାମୀ ବଜେଟ୍‌ ଅଧିବେଶନରେ ଏ ସଂକ୍ରାନ୍ତରେ କୌଣସି ଚିଠା ଆସିପାରେ ବୋଲି ମଧ୍ୟ ଆକଳନ କରାଯାଉଛି। 

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ବର୍ତ୍ତମାନର ଆଇନ ଅନୁସାରେ ଆଧାର କାର୍ଡ ନାଗରିକତାର ପ୍ରମାଣ ନୁହେଁ ବୋଲି କୁହାଯାଉଛି।  ଆଧାର ଆଇନ ୨୦୧୬ର ଧାରା–୯ରେ ସ୍ପଷ୍ଟ କରାଯାଇଛି ଯେ ଆଧାର କେବଳ ପରିଚୟ ଓ ବିଭିନ୍ନ ସେବା ପ୍ରାପ୍ତି ପାଇଁ ଉପଯୋଗ ହୋଇପାରେ।  ଏହା ନାଗରିକତା କିମ୍ବା ବାସସ୍ଥାନର ପ୍ରମାଣ ନୁହେଁ । ୟୁଆଇଡ଼ିଆଇଏ ପୋର୍ଟାଲରେ ମଧ୍ୟ ଏହା ସ୍ପଷ୍ଟ ଉଲ୍ଲେଖ କରାଯାଇଛି । ସେହିପରି ଭୋଟର ପରିଚୟପତ୍ର କେବଳ ଭୋଟ ଦେବାର ଅଧିକାର ପାଇଁ ବ୍ୟବହାର କରାଯାଇଥାଏ ଓ ଏହା ନାଗରିକତାର ପ୍ରମାଣପତ୍ର ନୁହେଁ ବୋଲି କୁହାଯାୁଛି। ନିର୍ବାଚନ ଆୟୋଗ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟରେ ଏହା ଉଲ୍ଲେଖ କରି ଭୋଟର କାର୍ଡ ନାଗରିକତାର ଅନ୍ତିମ ପ୍ରମାଣ ନୁହେଁ ବୋଲି କହିଛନ୍ତି। ଅନୁରୂପ ଭାବରେ ପ୍ୟାନ୍‌ କାର୍ଡ କେବଳ ଆୟକର ଓ ଆର୍ଥିକ କାରବାର ପାଇଁ ବ୍ୟବହୃତ ହୋଇଥାଏ ଏବଂ ବିଦେଶୀ ନାଗରିକ ଓ ବ୍ୟବସାୟିକ ସଂସ୍ଥାମାନେ ମଧ୍ୟ ଭାରତରେ ବ୍ୟବସାୟ ଓ ଟିକସ ଦେବା ପାଇଁ ଭାରତୀୟ ପାନ୍‌ କାଡର଼୍ ପାଉଥିବା କୁହାଯାଉଛି। 

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ରାସନ କାର୍ଡ କେବଳ ପରିବାରର ଆର୍ଥିକ ସ୍ଥିତି ଓ ଠିକଣାର ପ୍ରମାଣ ବୋଲି କୁହାଯାଉଛି ଓ ସରକାରୀ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ପ୍ରଦାନ କରାଯାଉଥିବା କୁହାଯାଉଛି। ସେହିପରି ଡ୍ରାଇଭିଂ ଲାଇସେନ୍ସ ଗାଡ଼ି ଚଳାଇବାର ଅନୁମତି ପତ୍ର ମାତ୍ର। ଭିସାରେ ଭାରତକୁ ଆସିଥିବା ବିଦେଶୀମାନଙ୍କୁ ମଧ୍ୟ ଡ୍ରାଇଭିଂ ଲାଇସେନ୍ସ ମିଳିଥିବା ଦୃଷ୍ଟାନ୍ତ ରହିଛି।  ତେଣୁ ଏହି ସବୁ ଦସ୍ତାବିଜ ମଧ୍ୟ ନାଗରିକତାର ପ୍ରମାଣ ନୁହେଁ ବୋଲି କୁହାଯାଉଛି । ତେବେ ଭାରତୀୟଙ୍କ ନିକଟରେ ଭାରତବାସୀ ହେବାର ପ୍ରମାଣପତ୍ର ବୋଲି ବର୍ତ୍ତମାନ ସମୟରେ କିଛି ନାହିଁ ।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

ଗୃହ ମନ୍ତ୍ରଣାଳୟର ସୂଚନା ଅନୁସାରେ ଯେ ଭାରତୀୟ ନାଗରିକତ୍ୱ ପାଇଁ ନାଗରିକତା ଆଇନ ୧୯୫୫ ଓ ପରବର୍ତ୍ତୀ ସଂଶୋଧନକୁ ଆଧାର କରାଯାଇଥାଏ। ଏଥିପାଇଁ କୌଣସି ଗୋଟିଏ ସାର୍ବଜନୀନ ଦସ୍ତାବିଜ ନାହିଁ।  ଜନ୍ମ ତାରିଖ, ଜନ୍ମ ସ୍ଥାନ ଓ ପିତାମାତାଙ୍କ ନାଗରିକତା ଭଳି ତଥ୍ୟ ଆଧାରରେ ଏହା ନିର୍ଣ୍ଣୟ କରାଯାଇଥାଏ । ୧ ଜୁଲାଇ ୧୯୮୭ ପୂର୍ବରୁ ଭାରତରେ ଜନ୍ମ ହୋଇଥିବା ବ୍ୟକ୍ତି ସାଧାରଣତଃ ଜନ୍ମ ଆଧାରରେ ଭାରତୀୟ ନାଗରିକ ବୋଲି ମନେ କରାଯାଇଥାଏ।। ୧ ଜୁଲାଇ ୧୯୮୭ରୁ ୩ ଡିସେମ୍ବର ୨୦୦୪ ମଧ୍ୟରେ ଜନ୍ମିତ ବ୍ୟକ୍ତିଙ୍କ ପାଇଁ ତାଙ୍କର ପିତା କିମ୍ବା ମାତାଙ୍କ ମଧ୍ୟରୁ ଜଣେ ଭାରତୀୟ ନାଗରିକ ହେବା ଆବଶ୍ୟକ। ମାତ୍ର ୩ ଡିସେମ୍ବର ୨୦୦୪ ପରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଉଭୟ ପିତାମାତା ଭାରତୀୟ ନାଗରିକ ହେବା ଜରୁରୀ ବୋଲି କୁହାଯାଉଛି । ମାତ୍ର ଏଥିପାଇଁ କୌଣସି ନାଗରିକତ୍ୱ ପ୍ରମାଣପତ୍ର କାହାରିକୁ ଦିଆଯାଇ ନାହିଁ । ଯାହା ହିଁ ସବୁଠାରୁ ଜଟିଳ ପରିସ୍ଥିତି ସୃଷ୍ଟି କରିଛି । ତେଣୁ ଏହାକୁ ଆଧାର କରି ଆଗାମୀ ଦିନରେ କେନ୍ଦ୍ର ସରକାର ଏନ୍‌ଆର୍‌ସି କାର୍ଯ୍ୟକାରୀ କରିପାରନ୍ତି ବୋଲି ମନେ କରାଯାଉଛି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର