ଭାରତରୁ ମିଳିଲା ଓମିକ୍ରନର ନୂଆ ଭାରିଆଣ୍ଟ ବିଏ-୨, ୬ ଶିଶୁ ସମେତ ୧୬ ରୋଗୀ ଚିହ୍ନଟ

The Sakala Picture
Published On

ନୂଆଦିଲ୍ଲୀ: ସାରା ବିଶ୍ଵରେ କରୋନାର ଓମିକ୍ରନ ଭାରିଆଣ୍ଟ ବିପର୍ଯ୍ୟୟ ସୃଷ୍ଟି କରିଛି । ଭାରତ ମଧ୍ୟ ଏଥିରୁ ବାଦ ପଡିନାହିଁ। ଓମିକ୍ରନ ପ୍ରଭାବରୁ ଦେଶରେ ସକ୍ରିୟ ରୋଗୀସଂଖ୍ୟା ୨୨ ଲକ୍ଷ ପାର କଲାଣି। ଏପରି ସମୟରେ ଏହି ଭାରିଆଣ୍ଟର ପରିବର୍ତ୍ତିତ ରୂପ ବିଏ-୨ ସାମ୍‌ନାକୁ ଆସିଛି। ମଧ୍ୟପ୍ରଦେଶ ଇନ୍ଦୋରରୁ ଏହି ଭାରିଆଣ୍ଟ ଚିହ୍ନଟ କରାଯାଇଛି। ଏଥିରେ ୬ ଶିଶୁଙ୍କ ସମେତ ମୋଟ ୧୬ ଜଣ ଲୋକ ସଂକ୍ରମିତ ହୋଇଛନ୍ତି। ସାରା ଦେଶରୁ ୫୩୦ ନମୁନା ଯାଞ୍ଚ ପାଇଁ […]

ନୂଆଦିଲ୍ଲୀ: ସାରା ବିଶ୍ଵରେ କରୋନାର ଓମିକ୍ରନ ଭାରିଆଣ୍ଟ ବିପର୍ଯ୍ୟୟ ସୃଷ୍ଟି କରିଛି । ଭାରତ ମଧ୍ୟ ଏଥିରୁ ବାଦ ପଡିନାହିଁ। ଓମିକ୍ରନ ପ୍ରଭାବରୁ ଦେଶରେ ସକ୍ରିୟ ରୋଗୀସଂଖ୍ୟା ୨୨ ଲକ୍ଷ ପାର କଲାଣି। ଏପରି ସମୟରେ ଏହି ଭାରିଆଣ୍ଟର ପରିବର୍ତ୍ତିତ ରୂପ ବିଏ-୨ ସାମ୍‌ନାକୁ ଆସିଛି। ମଧ୍ୟପ୍ରଦେଶ ଇନ୍ଦୋରରୁ ଏହି ଭାରିଆଣ୍ଟ ଚିହ୍ନଟ କରାଯାଇଛି। ଏଥିରେ ୬ ଶିଶୁଙ୍କ ସମେତ ମୋଟ ୧୬ ଜଣ ଲୋକ ସଂକ୍ରମିତ ହୋଇଛନ୍ତି। ସାରା ଦେଶରୁ ୫୩୦ ନମୁନା ଯାଞ୍ଚ ପାଇଁ ପଠାଯାଇଛି। ବ୍ରିଟେନ, ଅଷ୍ଟ୍ରେଲିଆ, ଡେନମାର୍କରେ ମଧ୍ୟ ଏହି ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହା ଓମିକ୍ରନ ଭଳି ଦ୍ରୁତଗତିରେ ବ୍ୟାପୁଛି। ଏହି ଭାରିଆଣ୍ଟକୁ ଚିହ୍ନଟ ନ କଲେ ସଂକ୍ରମଣକୁ ରୋକିବା କାଠିକର ପାଠ ହେବ ବୋଲି କୁହାଯାଉଛି। ତେବେ ଚିନ୍ତାର ବିଷୟ ଏହି କି ଯେ ଆରଟି-ପିସିଆର ପରୀକ୍ଷାରେ ଏହା ଧରାପଡୁନି। ଏଥୁଯୋଗୁଁ ଏହାକୁ ‘ଷ୍ଟିଲଥ’ ଅର୍ଥାତ୍‌ ପରୀକ୍ଷାକୁ ଚକ୍‌ମା ଦେଇପାରୁଥିବା ଭାରିଆଣ୍ଟ କୁହାଯାଉଛି।

ଆହୁରି ପଢ଼ନ୍ତୁ: ଲଣ୍ଡନରେ ସିଜେଆଇ ସୂର୍ଯ୍ୟକାନ୍ତଙ୍କ କାର୍ଯ୍ୟକ୍ରମରେ ବିଶୃଙ୍ଖଳା: 'ଅଶୋଭନୀୟ ଆଚରଣ' କହି ନିନ୍ଦା କଲା ଭାରତୀୟ ହାଇକମିଶନ

ବ୍ରିଟେନ, ସ୍ବିଡେନ ଏବଂ ସିଙ୍ଗାପୁରରେ ୧୦୦ରୁ ଅଧିକ ନମୁନା ଯାଞ୍ଚ ପାଇଁ ପଠାଯାଇଛି। ଏହି ଭାରିଆଣ୍ଟକୁ ପ୍ରଥମେ କେଉଁଠି ଚିହ୍ନଟ କରାଯାଇଥିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବ୍ରିଟେନ ସ୍ଵାସ୍ଥ୍ୟ ଏଜେନ୍ସି ଅନୁଯାୟୀ ୨୦୨୧ ଡିସେମ୍ବର ୬ରେ ଷ୍ଟିଲଥ ଭାରିଆଣ୍ଟ ଚିହ୍ନଟ ହୋଇଥିଲା। ବ୍ରିଟେନରେ ଏହାର ୪୨୬ ମାମଲା ଚିହ୍ନଟ କରାଯାଇଛି । ଏହା ଅନ୍ୟ ଭାରିଆଣ୍ଟ ତୁଳନାରେ ଦ୍ରୁତ ଗତିରେ ବ୍ୟାପୁଛି। ଏହି ଭାରିଆଣ୍ଟକୁ ତଦନ୍ତାଧିନ ଶ୍ରେଣୀରେ ରଖାଯାଇଛି। ଜେନେଟିକ ସିକ୍ରେଟିଂ ଦ୍ବାରା ବିଏ-୨ ଭାରିଆଣ୍ଟକୁ ଚିହ୍ନଟ କରାଯାଇ ପାରିବ।

ଆହୁରି ପଢ଼ନ୍ତୁ: ସ୍ୱାମୀଙ୍କୁ ଭେଟିବା ପାଇଁ ମୋବାଇଲ୍ ଟାୱାରରେ ଚଢ଼ିଲେ ସ୍ତ୍ରୀ: ବିହାରର ବଗହାରେ ହାଇଭୋଲଟେଜ୍ ଡ୍ରାମା

25 Jan 2022 By The Sakala

ଭାରତରୁ ମିଳିଲା ଓମିକ୍ରନର ନୂଆ ଭାରିଆଣ୍ଟ ବିଏ-୨, ୬ ଶିଶୁ ସମେତ ୧୬ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ସାରା ବିଶ୍ଵରେ କରୋନାର ଓମିକ୍ରନ ଭାରିଆଣ୍ଟ ବିପର୍ଯ୍ୟୟ ସୃଷ୍ଟି କରିଛି । ଭାରତ ମଧ୍ୟ ଏଥିରୁ ବାଦ ପଡିନାହିଁ। ଓମିକ୍ରନ ପ୍ରଭାବରୁ ଦେଶରେ ସକ୍ରିୟ ରୋଗୀସଂଖ୍ୟା ୨୨ ଲକ୍ଷ ପାର କଲାଣି। ଏପରି ସମୟରେ ଏହି ଭାରିଆଣ୍ଟର ପରିବର୍ତ୍ତିତ ରୂପ ବିଏ-୨ ସାମ୍‌ନାକୁ ଆସିଛି। ମଧ୍ୟପ୍ରଦେଶ ଇନ୍ଦୋରରୁ ଏହି ଭାରିଆଣ୍ଟ ଚିହ୍ନଟ କରାଯାଇଛି। ଏଥିରେ ୬ ଶିଶୁଙ୍କ ସମେତ ମୋଟ ୧୬ ଜଣ ଲୋକ ସଂକ୍ରମିତ ହୋଇଛନ୍ତି। ସାରା ଦେଶରୁ ୫୩୦ ନମୁନା ଯାଞ୍ଚ ପାଇଁ ପଠାଯାଇଛି। ବ୍ରିଟେନ, ଅଷ୍ଟ୍ରେଲିଆ, ଡେନମାର୍କରେ ମଧ୍ୟ ଏହି ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହା ଓମିକ୍ରନ ଭଳି ଦ୍ରୁତଗତିରେ ବ୍ୟାପୁଛି। ଏହି ଭାରିଆଣ୍ଟକୁ ଚିହ୍ନଟ ନ କଲେ ସଂକ୍ରମଣକୁ ରୋକିବା କାଠିକର ପାଠ ହେବ ବୋଲି କୁହାଯାଉଛି। ତେବେ ଚିନ୍ତାର ବିଷୟ ଏହି କି ଯେ ଆରଟି-ପିସିଆର ପରୀକ୍ଷାରେ ଏହା ଧରାପଡୁନି। ଏଥୁଯୋଗୁଁ ଏହାକୁ ‘ଷ୍ଟିଲଥ’ ଅର୍ଥାତ୍‌ ପରୀକ୍ଷାକୁ ଚକ୍‌ମା ଦେଇପାରୁଥିବା ଭାରିଆଣ୍ଟ କୁହାଯାଉଛି।

ବ୍ରିଟେନ, ସ୍ବିଡେନ ଏବଂ ସିଙ୍ଗାପୁରରେ ୧୦୦ରୁ ଅଧିକ ନମୁନା ଯାଞ୍ଚ ପାଇଁ ପଠାଯାଇଛି। ଏହି ଭାରିଆଣ୍ଟକୁ ପ୍ରଥମେ କେଉଁଠି ଚିହ୍ନଟ କରାଯାଇଥିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବ୍ରିଟେନ ସ୍ଵାସ୍ଥ୍ୟ ଏଜେନ୍ସି ଅନୁଯାୟୀ ୨୦୨୧ ଡିସେମ୍ବର ୬ରେ ଷ୍ଟିଲଥ ଭାରିଆଣ୍ଟ ଚିହ୍ନଟ ହୋଇଥିଲା। ବ୍ରିଟେନରେ ଏହାର ୪୨୬ ମାମଲା ଚିହ୍ନଟ କରାଯାଇଛି । ଏହା ଅନ୍ୟ ଭାରିଆଣ୍ଟ ତୁଳନାରେ ଦ୍ରୁତ ଗତିରେ ବ୍ୟାପୁଛି। ଏହି ଭାରିଆଣ୍ଟକୁ ତଦନ୍ତାଧିନ ଶ୍ରେଣୀରେ ରଖାଯାଇଛି। ଜେନେଟିକ ସିକ୍ରେଟିଂ ଦ୍ବାରା ବିଏ-୨ ଭାରିଆଣ୍ଟକୁ ଚିହ୍ନଟ କରାଯାଇ ପାରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର