ତାମିଲ୍‌ନାଡୁ ଡିଣ୍ଡିଗୁଲ ଜିଲ୍ଲାରେ ଚାଞ୍ଚଲ୍ୟ; ପୋଷା କୁକୁରକୁ ‘କୁକୁର’ କହିବାରୁ ହତ୍ୟା

The Sakala Picture
Published On

ମଦୁରାଇ: ତାମିଲନାଡୁରୁ ବିଚଳତି କରିବା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ପୋଷା କୁକୁରକୁ ‘କୁକୁର’ କହିବାରୁ ଜଣେ ୬୨ ବର୍ଷୀୟ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ଡିଣ୍ଡିଗୁଲ ଜିଲ୍ଲା ଥାଜିକୋମ୍ବୁ ଥାନା ଅନ୍ତର୍ଗତ ଉଲଗମାପଟିରକୋଟମରେ ଗୁରୁବାର ଏହି ଘଟଣା ଘଟିଛି। ପୁଲିସ ସୂଚନା ଅନୁଯାୟୀ ନିର୍ମଳା ଫାତିମା ରାଣୀ ଏବଂ ତାଙ୍କର ଦୁଇ ପୁଅ ଡାନିଏଲ ଓ ଭିନ୍ସେଣ୍ଟ ଅନେକ ଥର ବୃଦ୍ଧ ରୟପାନ, ତାଙ୍କ ସମ୍ପର୍କୀୟ ଏବଂ ପଡ଼ୋଶୀଙ୍କୁ ଚେତାବନୀ ଦେଇଥିଲେ। ସେ […]

ମଦୁରାଇ: ତାମିଲନାଡୁରୁ ବିଚଳତି କରିବା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ପୋଷା କୁକୁରକୁ ‘କୁକୁର’ କହିବାରୁ ଜଣେ ୬୨ ବର୍ଷୀୟ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ଡିଣ୍ଡିଗୁଲ ଜିଲ୍ଲା ଥାଜିକୋମ୍ବୁ ଥାନା ଅନ୍ତର୍ଗତ ଉଲଗମାପଟିରକୋଟମରେ ଗୁରୁବାର ଏହି ଘଟଣା ଘଟିଛି।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ପୁଲିସ ସୂଚନା ଅନୁଯାୟୀ ନିର୍ମଳା ଫାତିମା ରାଣୀ ଏବଂ ତାଙ୍କର ଦୁଇ ପୁଅ ଡାନିଏଲ ଓ ଭିନ୍ସେଣ୍ଟ ଅନେକ ଥର ବୃଦ୍ଧ ରୟପାନ, ତାଙ୍କ ସମ୍ପର୍କୀୟ ଏବଂ ପଡ଼ୋଶୀଙ୍କୁ ଚେତାବନୀ ଦେଇଥିଲେ। ସେ ତାଙ୍କ ପୋଷା କୁକୁରକୁ କୁକୁର ନ ଡାକିବାକୁ କହିଥିଲେ। ମାତ୍ର ପଡ଼ୋଶୀ ଏବଂ ରୟପାନ କୁକୁରକୁ ବାନ୍ଧି ରଖିବା ପାଇଁ ଫାତିମାଙ୍କୁ କହିଥିଲେ। ତେବେ ଗୁରୁବାର ଘର ନିକଟରେ ଥିବା ଫାର୍ମକୁ ଯାଇ ପାଣି ପମ୍ପ ବନ୍ଦ କରିବା ଲାଗି ରୟପାନ ନିଜ ନାତି କେଲ୍ଭିନକୁ କହିଥିଲେ। ସେଠାରେ କୁକୁରୁ ବୁଲୁଥିବାରୁ ବାଡ଼ି ନେଇ ଯିବାକୁ ସେ ନାତିକୁ ପରାମର୍ଶ ଦେଇଥିଲେ। କେଲ୍ଭିନଙ୍କୁ କହିବା ସମୟରେ ଡାନିଏଲ ଏହା ଶୁଣି ପାରିଥିଲା। ସେ କ୍ରୋଧିତ ହୋଇ ରୟପାନଙ୍କ ଛାତିକୁ ଶକ୍ତ ଧକ୍କା ମାରିଥିଲା। ରୟପାଲ ତଳେ ପଡ଼ି ଯାଇଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ଡାନିଏଲ ଏବଂ ତାଙ୍କ ପରିବାର ଫେରାର ହୋଇ ଯାଇଥିଲେ। ପୁଲିସ ଶୁକ୍ରବାର ନିର୍ମଳା ଏବଂ ତାଙ୍କ ପୁଅଙ୍କୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ: ପାଟନାରେ ଲଜ୍ଜା: ମାନେରରେ ଟ୍ୟୁସନ ଶିକ୍ଷକଙ୍କ ଦୁଷ୍କର୍ମ ଶିକାର ହେଲେ ନାବାଳିକା ଛାତ୍ରୀ, ଅଭିଯୁକ୍ତ ଫେରାର

22 Jan 2023 By The Sakala

ତାମିଲ୍‌ନାଡୁ ଡିଣ୍ଡିଗୁଲ ଜିଲ୍ଲାରେ ଚାଞ୍ଚଲ୍ୟ; ପୋଷା କୁକୁରକୁ ‘କୁକୁର’ କହିବାରୁ ହତ୍ୟା

ମଦୁରାଇ: ତାମିଲନାଡୁରୁ ବିଚଳତି କରିବା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ପୋଷା କୁକୁରକୁ ‘କୁକୁର’ କହିବାରୁ ଜଣେ ୬୨ ବର୍ଷୀୟ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ଡିଣ୍ଡିଗୁଲ ଜିଲ୍ଲା ଥାଜିକୋମ୍ବୁ ଥାନା ଅନ୍ତର୍ଗତ ଉଲଗମାପଟିରକୋଟମରେ ଗୁରୁବାର ଏହି ଘଟଣା ଘଟିଛି।

ପୁଲିସ ସୂଚନା ଅନୁଯାୟୀ ନିର୍ମଳା ଫାତିମା ରାଣୀ ଏବଂ ତାଙ୍କର ଦୁଇ ପୁଅ ଡାନିଏଲ ଓ ଭିନ୍ସେଣ୍ଟ ଅନେକ ଥର ବୃଦ୍ଧ ରୟପାନ, ତାଙ୍କ ସମ୍ପର୍କୀୟ ଏବଂ ପଡ଼ୋଶୀଙ୍କୁ ଚେତାବନୀ ଦେଇଥିଲେ। ସେ ତାଙ୍କ ପୋଷା କୁକୁରକୁ କୁକୁର ନ ଡାକିବାକୁ କହିଥିଲେ। ମାତ୍ର ପଡ଼ୋଶୀ ଏବଂ ରୟପାନ କୁକୁରକୁ ବାନ୍ଧି ରଖିବା ପାଇଁ ଫାତିମାଙ୍କୁ କହିଥିଲେ। ତେବେ ଗୁରୁବାର ଘର ନିକଟରେ ଥିବା ଫାର୍ମକୁ ଯାଇ ପାଣି ପମ୍ପ ବନ୍ଦ କରିବା ଲାଗି ରୟପାନ ନିଜ ନାତି କେଲ୍ଭିନକୁ କହିଥିଲେ। ସେଠାରେ କୁକୁରୁ ବୁଲୁଥିବାରୁ ବାଡ଼ି ନେଇ ଯିବାକୁ ସେ ନାତିକୁ ପରାମର୍ଶ ଦେଇଥିଲେ। କେଲ୍ଭିନଙ୍କୁ କହିବା ସମୟରେ ଡାନିଏଲ ଏହା ଶୁଣି ପାରିଥିଲା। ସେ କ୍ରୋଧିତ ହୋଇ ରୟପାନଙ୍କ ଛାତିକୁ ଶକ୍ତ ଧକ୍କା ମାରିଥିଲା। ରୟପାଲ ତଳେ ପଡ଼ି ଯାଇଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ଡାନିଏଲ ଏବଂ ତାଙ୍କ ପରିବାର ଫେରାର ହୋଇ ଯାଇଥିଲେ। ପୁଲିସ ଶୁକ୍ରବାର ନିର୍ମଳା ଏବଂ ତାଙ୍କ ପୁଅଙ୍କୁ ଗିରଫ କରିଛି।

https://www.thesakala.in/national-international/a-62-year-old-man-was-killed-for-calling-a-pet-dog-dog/article-18323
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର