ମୋବାଇଲ ଆପ୍ ର ଭୁଲ୍ ଶିକାର ହୋଇ ମୁମ୍ବାଇରୁ ଗୋଆ ପହଁଚିଲା ୧୩ ବର୍ଷର ନାବାଳକ

The Sakala Picture
Published On

ମହାରାଷ୍ଟ୍ର : ମହାରାଷ୍ଟ୍ରର ଠାଣେ ଜିଲ୍ଲାରେ ଏଭଳି ଏକ ଘଟଣା ସାମ୍ମାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଦେବ । ଜଣେ ୧୩ ବର୍ଷର ବାଳକ ନିଜ ଘର ମୁମ୍ବାଇରୁ ଲୁଚି ପଳାଇ ଗୋଆରେ ପହଁଞ୍ଚିଥିଲା । ଠାଣେ ଜିଲ୍ଲାର ବଦଲାପୁରରେ ରହୁଥିବା ୧୩ ବର୍ଷର ଏହି ବାଳକ ମୋବାଇଲ ଆପର ଭୁଲ୍ ଶିକାର ହୋଇ ଏଭଳି କାର୍ଯ୍ୟ କରିଥିବା ଜଣାପଡ଼ିଛି । ସେ ଅନ୍ୟ କୈାଣସି କାରଣରୁ ଘରୁ ବାହାରିଥିବା ବେଳେ ଏହି ମୋବାଇଲ ଆପ […]

ମହାରାଷ୍ଟ୍ର : ମହାରାଷ୍ଟ୍ରର ଠାଣେ ଜିଲ୍ଲାରେ ଏଭଳି ଏକ ଘଟଣା ସାମ୍ମାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଦେବ । ଜଣେ ୧୩ ବର୍ଷର ବାଳକ ନିଜ ଘର ମୁମ୍ବାଇରୁ ଲୁଚି ପଳାଇ ଗୋଆରେ ପହଁଞ୍ଚିଥିଲା । ଠାଣେ ଜିଲ୍ଲାର ବଦଲାପୁରରେ ରହୁଥିବା ୧୩ ବର୍ଷର ଏହି ବାଳକ ମୋବାଇଲ ଆପର ଭୁଲ୍ ଶିକାର ହୋଇ ଏଭଳି କାର୍ଯ୍ୟ କରିଥିବା ଜଣାପଡ଼ିଛି । ସେ ଅନ୍ୟ କୈାଣସି କାରଣରୁ ଘରୁ ବାହାରିଥିବା ବେଳେ ଏହି ମୋବାଇଲ ଆପ ଯୋଗୁଁ ଗୋଆ ପହଁଞ୍ଚିଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ବଦଲାପୁର ଥାନାରେ ମାମଲା ରୁଜ୍ଜୁ ହେବା ପରେ ସାଇବର ସେଲର ସହଯୋଗରେ ପୋଲିସର ବିଶେଷ ଟିମ୍ ବାଳକଟିକୁ ସୁରକ୍ଷିତ ଭାବେ ତା’ ପରିବାର ନିକଟରେ ପହଁଞ୍ଚାଇଥିଲା । ଏହି ସବୁ ଘଟଣାରୁ ଏହା ଜଣାପଡ଼ୁଛି ଯେ ପ୍ରତ୍ୟେକ ମୋବାଇଲ ଆପ୍ ଉପକାରରେ ଆସୁ ନ ଥିବା ବେଳେ ଅନେକ ଆପ୍ ନାବାଳକମାନଙ୍କୁ କ୍ଷତି ପହଁଞ୍ଚାଇବା ସହ ଜୀବନ ପ୍ରତି ବିପଦ ସୃଷ୍ଚି କରେ । ବଦଲାପୁରର ଏହି ୧୩ ବର୍ଷର ବାଳକ ୩୧ ଅକ୍ଟୋବର ଦିନ ‘ଡିସ୍କାର୍ଡ’ ଆପର ଏକ ଗ୍ରୁପ୍ ଚର୍ଚ୍ଚାର ଶିକାର ହେବାରୁ ଏହି ଆପ୍ ତାକୁ ଗୋଆ ଯିବାକୁ ପ୍ରେରିତ କରିଥିଲା ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଗୋଆ ଯିବା ପୂର୍ବରୁ ସେ ନିଜ ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇଥିଲା । ମାତ୍ର ଏତେ କମ୍ ବୟସ ପିଲା ସମସ୍ତଙ୍କ ସାଙ୍ଗେ ଥଟ୍ଟାମଜା କରୁଛି ବୋଲି ପରିବାର ସଦସ୍ୟ ଭାବିଥିଲେ । ତେଣୁ ସେମାନେ ପିଲାଟିର କଥାକୁ ଏତେ ଗୁରୁତ୍ୱ ଦେଇନଥିଲେ । ପରେ ଯେତେବେଳେ ବିଳମ୍ବ ରାତି ଯାଏ ସେ ଆସିନଥିଲା ସେତେବେଳେ ପରିବାର ଲୋକେ ଥାନାରେ ଏକ ମାମଲା ରୁଜ୍ଜୁ କରିଥିଲେ । ପୋଲିସ ତଦନ୍ତ ବେଳେ ଅନଲାଇନ ଆପ୍ ‘ଡିସ୍କାର୍ଡ’ କଥା ଜାଣିବାକୁ ପାଇଥିଲା । ପୋଲିସ ଟିମ୍ ଖୋଜାଖୋଜି କରି ପିଲାକୁ ଗୋଆର କଲଂଗୁଟଠାରେ ପାଇଥିଲେ ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ଗୋଆ ପୋଲିସ କାରଣରୁ ପିଲାଟିକୁ ଖୋଜି ପାଇବା ସହଜ ହୋଇଥିଲା । କାରଣ ଗୋଆ ପୋଲିସ ପିଲାଟିର ଠିକଣା ପାଇପାରିଥିଲା । ଗୋଆ ପୋଲିସ ପିଲାଟିକୁ ପାଇବା ପରେ ସୁରକ୍ଷିତ ଭାବେ ମୁମ୍ବାଇ ଠାଣେକୁ ପଠାଇଥିଲା । ମୋବାଇଲରେ ଏହିଭଳି ଆପର ଶିକାର ନ ହେବା ପାଇଁ ୧୩ ବର୍ଷର ବାଳକ ସମସ୍ତଙ୍କୁ ନିବେଦନ କରିବା ସହ ଯଦି କେହି ଏଭଳି ଆପର ଶିକାର ହୁଅନ୍ତି ତେବେ ପୋଲିସର ନିଶ୍ଚୟ ସହାୟତା ନିଅନ୍ତୁ ବୋଲି କହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର