ୟେମେନରେ ଆର୍ଥିକ ସହାୟତା ବଣ୍ଟନ କାର୍ଯ୍ୟକ୍ରମରେ ଦଳାଚକଟା; ୮୫ ମୃତ, ୩୦୦ରୁ ଉର୍ଦ୍ଧ୍ବ ଆହତ

The Sakala Picture
Published On

ୟେମେନ: ୟେମେନରେ ଏକ ବଡ଼ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଏଠାରେ ଆର୍ଥିକ ସହାୟତା ବଣ୍ଟନ ସମୟରେ ଦଳାଚକଟା ହୋଇ ପ୍ରାୟ ୮୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଉର୍ଦ୍ଧ୍ବ ଆହତ ଆହତ ହୋଇଛନ୍ତି । ବୁଧବାର ରାତିରେ ୟେମେନର ରାଜଧାନୀ ସାନାଠାରେ ଏଭଳି ଦୁଃଖଦାୟକ ଘଟଣା ଘଟିଛି । ଆଗକୁ ଇଦ୍‌ ଥିବା ବେଳେ ଗରୀବଙ୍କ ପାଇଁ ଆର୍ଥିକ ସହାୟତା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ ଅତ୍ୟଧିକ ଭିଡ଼ ଯୋଗୁ […]

ୟେମେନ: ୟେମେନରେ ଏକ ବଡ଼ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଏଠାରେ ଆର୍ଥିକ ସହାୟତା ବଣ୍ଟନ ସମୟରେ ଦଳାଚକଟା ହୋଇ ପ୍ରାୟ ୮୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଉର୍ଦ୍ଧ୍ବ ଆହତ ଆହତ ହୋଇଛନ୍ତି । ବୁଧବାର ରାତିରେ ୟେମେନର ରାଜଧାନୀ ସାନାଠାରେ ଏଭଳି ଦୁଃଖଦାୟକ ଘଟଣା ଘଟିଛି । ଆଗକୁ ଇଦ୍‌ ଥିବା ବେଳେ ଗରୀବଙ୍କ ପାଇଁ ଆର୍ଥିକ ସହାୟତା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ ଅତ୍ୟଧିକ ଭିଡ଼ ଯୋଗୁ ଏପରି ଅଘଟଣ ଘଟିଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ଗଲ୍ଫ କ୍ଲବ ଉପରେ ବର୍ଷିଲେ ସୁପ୍ରିମକୋର୍ଟ: ସଦସ୍ୟତା ଚୟନକୁ ନେଇ ମାଗିଲେ ସପ୍ତାହକ ମଧ୍ୟରେ ସ୍ପଷ୍ଟ ରିପୋର୍ଟ

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ୟେମେନ ରାଜଧାନୀ ସନାରେ ଆର୍ଥିକ ସହାୟତା ବଣ୍ଟନ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଦଳାଚକଟା ହୋଇଥିଲା । ମୁସଲିମ ସମ୍ପ୍ରଦାୟର ପବିତ୍ର ରମଜାନ୍‌ ମାସର ଶେଷ ଦିନରେ ବ୍ୟବସାୟୀଙ୍କ ପକ୍ଷରୁ ସହାୟତା ବିତରଣ କରାଯାଉଥିଲା । ଏହି କାର୍ଯ୍ୟକ୍ରମରେ ମହିଳା, ଶିଶୁଙ୍କ ସମେତ ଶତାଧିକ ଲୋକ ରୁଣ୍ଡ ହୋଇଥିଲେ। ସହାୟତା ନେବାକୁ ଲୋକଙ୍କ ଭିତରେ ଧାଁ ଦୌଡ଼ ହେବାରୁ ଦଳାଚକଟା ହୋଇଥିଲା ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ସିଜେପିର ବିକ୍ଷୋଭ ପୂର୍ବରୁ ଗୁରୁଗ୍ରାମରେ ୟୁଟ୍ୟୁବର ଧ୍ରୁବ ରାଠୀ ଅଟକ

ଏହି ଘଟଣା ପରେ ଆୟୋଜକଙ୍କୁ ହେପାଜତରେ ନିଆଯାଇଛି । କେମିତି ଓ କେଉଁ ପରିସ୍ଥିତିରେ ଦଳାଚକଟା ହେଲା ତଦନ୍ତ ଚାଲିଛି ।

ଆହୁରି ପଢ଼ନ୍ତୁ: ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ ହେଲେ କୋର୍ଟ କରିବେ ହସ୍ତକ୍ଷେପ: ସିଜେଆଇ ସୂର୍ଯ୍ୟ କାନ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର