ବୋର୍‌ୱେଲ୍‌ରେ ଗଳିପଡ଼ିଲା ୮ ବର୍ଷର ବାଳକ, ଉଦ୍ଧାର କାର୍ଯ୍ୟ ଜାରି

The Sakala Picture
Published On

ଭୋପାଳ : ବୋର୍‌ୱେଲ୍‌ରେ ଗଳିପଡ଼ିଲା ୮ ବର୍ଷର ବାଳକ । ୧୨ ଘଣ୍ଟା ଧରି ଚାଲିଛି ରେସ୍କ୍ୟୁ ଅପରେସନ । ୮ ବର୍ଷର ତନ୍ମୟ ପାଇଁ ଜାରି ରହିଛି ଅପରେସନ ଜିନ୍ଦେଗୀ । ମଧ୍ୟପ୍ରଦେଶର ବେତୁଲ ଜିଲ୍ଲା ମାଣ୍ଡଭୀରେ ଏକ ବୋରଓ୍ବେଲ ଭିତରେ ତନ୍ମୟ ଫଶି ରହିଛି । ୪ଶହ ଫୁଟର ବୋରଓ୍ବେଲର ପ୍ରାୟ ୫୫ ଫୁଟ ଭିତରେ ତନ୍ମୟ ଅଟକିରହିଛି । ଆଜି ସକାଳୁ NDRF ଓ SDRF ପକ୍ଷରୁ ଉଦ୍ଧାର କାର୍ଯ୍ୟ ପୁଣି ଆରମ୍ଭ […]

ଭୋପାଳ : ବୋର୍‌ୱେଲ୍‌ରେ ଗଳିପଡ଼ିଲା ୮ ବର୍ଷର ବାଳକ । ୧୨ ଘଣ୍ଟା ଧରି ଚାଲିଛି ରେସ୍କ୍ୟୁ ଅପରେସନ । ୮ ବର୍ଷର ତନ୍ମୟ ପାଇଁ ଜାରି ରହିଛି ଅପରେସନ ଜିନ୍ଦେଗୀ । ମଧ୍ୟପ୍ରଦେଶର ବେତୁଲ ଜିଲ୍ଲା ମାଣ୍ଡଭୀରେ ଏକ ବୋରଓ୍ବେଲ ଭିତରେ ତନ୍ମୟ ଫଶି ରହିଛି । ୪ଶହ ଫୁଟର ବୋରଓ୍ବେଲର ପ୍ରାୟ ୫୫ ଫୁଟ ଭିତରେ ତନ୍ମୟ ଅଟକିରହିଛି । ଆଜି ସକାଳୁ NDRF ଓ SDRF ପକ୍ଷରୁ ଉଦ୍ଧାର କାର୍ଯ୍ୟ ପୁଣି ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ତନ୍ମୟକୁ ସୁରକ୍ଷିତ ଉଦ୍ଧାର କରିବାକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିର୍ଦ୍ଦେଶ ଜାରି କରିଥିବା ବେଳେ ଜିଲ୍ଲା ପ୍ରଶାସନ ମଧ୍ୟ ରେସ୍କ୍ୟୁ ଅପରେସନ ଉପରେ ନଜର ରଖିଛି । ଜିଲ୍ଲାପାଳ, ଏସପି ଓ ଭୋପାଲ ଚିଫ୍ ମେଡିକାଲ ଅଫିସର ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ଗତକାଲି ସନ୍ଧ୍ୟାରେ ଖେଳୁଥିବା ବେଳେ ତନ୍ମୟ ବୋରଓ୍ବେଲ ମଧ୍ୟରୁ ଖସି ପଡ଼ିଥିଲା ।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

ଉଦ୍ଧାରକାରୀ ଟିମ୍ ତନ୍ମୟ ପାଖରେ ପହଞ୍ଚିବାକୁ ଚେଷ୍ଟା ଚଳାଇଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ମଧ୍ୟ ଘଟଣାସ୍ଥଳରେ ଭିଡ଼ ଜମାଇଛନ୍ତି । ତନ୍ମୟକୁ ଅକ୍ସିଜେନ ସିଲିଣ୍ଡର ଯୋଗେ ଅକ୍ସିଜେନ ପହଞ୍ଚା ଯାଉଥିବା ବେଳେ ତା’ର ପ୍ରତି ମୁଭମେଣ୍ଟ ଉପରେ ଉଦ୍ଧାରକାରୀ ଟିମ୍ ନଜର ରଖିଛି । ତନ୍ମୟର ରେସ୍କ୍ୟୁ ଅପରେସନକୁ ଜିଲ୍ଲା ପ୍ରଶାସନ ମନିଟରିଂ କରୁଛି ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର