ଖାଇକୁ ଖସିଲା ଯାତ୍ରୀବାହୀ ବସ୍: ୮ ମୃତ, ୨୭ ଆହତ
ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଉତ୍ତରକାଶୀର ଗଙ୍ଗୋତ୍ରୀ ଜାତୀୟ ରାଜପଥର ଗଙ୍ଗନାନୀ ନିକଟରେ ଏକ ଯାତ୍ରୀବାହୀ ବସ୍ ଖାଇକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବସରେ ୩୫ ଜଣ ତୀର୍ଥଯାତ୍ରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି। ଏହି ସମସ୍ତ ଯାତ୍ରୀ ଗୁଜରାଟର ବୋଲି କୁହାଯାଉଛି। ସୂଚନା ଅନୁଯାୟୀ, ତୀର୍ଥଯାତ୍ରୀ […]
ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଉତ୍ତରକାଶୀର ଗଙ୍ଗୋତ୍ରୀ ଜାତୀୟ ରାଜପଥର ଗଙ୍ଗନାନୀ ନିକଟରେ ଏକ ଯାତ୍ରୀବାହୀ ବସ୍ ଖାଇକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବସରେ ୩୫ ଜଣ ତୀର୍ଥଯାତ୍ରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି। ଏହି ସମସ୍ତ ଯାତ୍ରୀ ଗୁଜରାଟର ବୋଲି କୁହାଯାଉଛି।
ଆହୁରି ପଢ଼ନ୍ତୁ: ଭାରତ-ଆମେରିକା ସମ୍ପର୍କ ହେବ ଆହୁରି ସୁଦୃଢ଼: ମାର୍କୋ ରୁବିଓଙ୍କ ଗସ୍ତରେ ବାଣିଜ୍ୟ, ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ
ସୂଚନା ଅନୁଯାୟୀ, ତୀର୍ଥଯାତ୍ରୀ ଭର୍ତ୍ତି ଏହି ବସ୍ ଗଙ୍ଗୋତ୍ରୀରୁ ଫେରୁଥିବା ବେଳେ ବାଟରେ ଥିବା ଏକ ପାହାଡ଼ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣା ସମ୍ପର୍କରେ ଖବର ପାଇବା ପରେ ପ୍ରଶାସନ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।






