ରାଜସ୍ଥାନର ପାଲୀରେ ଲାଇନଚ୍ୟୁତ ହେଲା ସୂର୍ଯ୍ୟନଗରୀ ଏକ୍ସପ୍ରେସର ୮ଟି ବଗି, ୧୦ ଯାତ୍ରୀ ଆହତ

The Sakala Picture
Published On

ଜୟପୁର: ରାଜସ୍ଥାନର ପାଲୀରେ ଟ୍ରେନ୍ ଦୁର୍ଘଟଣା । ଯୋଧପୁରରୁ ବାନ୍ଦ୍ରା ଯାଉଥିବା ସୂର୍ଯ୍ୟନଗରୀ ଏକ୍ସପ୍ରେସର ୮ଟି ବଗି ଲାଇନଚ୍ୟୁତ ହୋଇଛି । ଏହି ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି । ଗୁରୁତରଙ୍କୁ ନିକଟସ୍ଥ ହସ୍‌ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତେବେ ମୃତାହତ ନେଇ କୗେଣସି ସୂଚନା ମିଳିନଥିବା କହିଛନ୍ତି ଉତ୍ତର-ପଶ୍ଚିମ ରେଲୱେ ଅଧିକାରୀ । ଦୁର୍ଘଟଣା ପରେ ୪ଟି ଟ୍ରେନର ଗତିପଥ ବଦଳାଇ ଦିଆଯାଇଛି […]

ଜୟପୁର: ରାଜସ୍ଥାନର ପାଲୀରେ ଟ୍ରେନ୍ ଦୁର୍ଘଟଣା । ଯୋଧପୁରରୁ ବାନ୍ଦ୍ରା ଯାଉଥିବା ସୂର୍ଯ୍ୟନଗରୀ ଏକ୍ସପ୍ରେସର ୮ଟି ବଗି ଲାଇନଚ୍ୟୁତ ହୋଇଛି । ଏହି ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି । ଗୁରୁତରଙ୍କୁ ନିକଟସ୍ଥ ହସ୍‌ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତେବେ ମୃତାହତ ନେଇ କୗେଣସି ସୂଚନା ମିଳିନଥିବା କହିଛନ୍ତି ଉତ୍ତର-ପଶ୍ଚିମ ରେଲୱେ ଅଧିକାରୀ ।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ସରକାରଙ୍କ ବଡ଼ ନିଷ୍ପତ୍ତି: ସିବିଆଇ ତଦନ୍ତ ପାଇଁ ମିଳିଲା ସମ୍ପୂର୍ଣ୍ଣ ଅନୁମତି

ଦୁର୍ଘଟଣା ପରେ ୪ଟି ଟ୍ରେନର ଗତିପଥ ବଦଳାଇ ଦିଆଯାଇଛି । ଉଦ୍ଧାର କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଏହି ରୁଟକୁ ବନ୍ଦ କରିଦିଆଯାଇଛି । ସୂଚନା ଅନୁସାରେ, ରବିବାର ରାତି ପ୍ରାୟ ୩.୨୭ ମିନିଟରେ ଯୋଧପୁର ଡିଭିଜନର ରାଜକିୟାବାସ-ବୋମଦାର ସେକ୍ସନ ମଧ୍ୟରେ ରେଳ ଦୁର୍ଘଟଣା ହୋଇଛି । ଏଥିରେ ଟ୍ରେନର ୮ଟି ସ୍ଲିପର କ୍ଲାସ୍ ବଗି ରେଳଧାରଣା ତଳକୁ ଖସିଯାଇଛି । ଏଥିରେ ୩ଜଣ ଗମ୍ଭୀର ଭାବେ ଆହତ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତେବେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଉଚ୍ଚ ଅଧିକାରୀ। ମହାପ୍ରବନ୍ଧକ-ଉତ୍ତର ପଶ୍ଚିମ ରେଲୱେ ଏବଂ ଅନ୍ୟ ଉଚ୍ଚ ଅଧିକାରୀ ମାନେ ଜୟପୁର ହେଡକ୍ୱାଟରର କଣ୍ଟ୍ରୋଲ୍ ରୁମରେ ସ୍ଥିତି ପରଖୁଛନ୍ତି ।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁରେ ବେଆଇନ ପଥର କ୍ୱାରୀ ଠାବ: ବିପୁଳ ପରିମାଣର ବିସ୍ଫୋରକ ଜବତ, ୫ ଜଣଙ୍କ ନାମରେ ମାମଲା

02 Jan 2023 By The Sakala

ରାଜସ୍ଥାନର ପାଲୀରେ ଲାଇନଚ୍ୟୁତ ହେଲା ସୂର୍ଯ୍ୟନଗରୀ ଏକ୍ସପ୍ରେସର ୮ଟି ବଗି, ୧୦ ଯାତ୍ରୀ ଆହତ

ଜୟପୁର: ରାଜସ୍ଥାନର ପାଲୀରେ ଟ୍ରେନ୍ ଦୁର୍ଘଟଣା । ଯୋଧପୁରରୁ ବାନ୍ଦ୍ରା ଯାଉଥିବା ସୂର୍ଯ୍ୟନଗରୀ ଏକ୍ସପ୍ରେସର ୮ଟି ବଗି ଲାଇନଚ୍ୟୁତ ହୋଇଛି । ଏହି ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି । ଗୁରୁତରଙ୍କୁ ନିକଟସ୍ଥ ହସ୍‌ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତେବେ ମୃତାହତ ନେଇ କୗେଣସି ସୂଚନା ମିଳିନଥିବା କହିଛନ୍ତି ଉତ୍ତର-ପଶ୍ଚିମ ରେଲୱେ ଅଧିକାରୀ ।

ଦୁର୍ଘଟଣା ପରେ ୪ଟି ଟ୍ରେନର ଗତିପଥ ବଦଳାଇ ଦିଆଯାଇଛି । ଉଦ୍ଧାର କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଏହି ରୁଟକୁ ବନ୍ଦ କରିଦିଆଯାଇଛି । ସୂଚନା ଅନୁସାରେ, ରବିବାର ରାତି ପ୍ରାୟ ୩.୨୭ ମିନିଟରେ ଯୋଧପୁର ଡିଭିଜନର ରାଜକିୟାବାସ-ବୋମଦାର ସେକ୍ସନ ମଧ୍ୟରେ ରେଳ ଦୁର୍ଘଟଣା ହୋଇଛି । ଏଥିରେ ଟ୍ରେନର ୮ଟି ସ୍ଲିପର କ୍ଲାସ୍ ବଗି ରେଳଧାରଣା ତଳକୁ ଖସିଯାଇଛି । ଏଥିରେ ୩ଜଣ ଗମ୍ଭୀର ଭାବେ ଆହତ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତେବେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଉଚ୍ଚ ଅଧିକାରୀ। ମହାପ୍ରବନ୍ଧକ-ଉତ୍ତର ପଶ୍ଚିମ ରେଲୱେ ଏବଂ ଅନ୍ୟ ଉଚ୍ଚ ଅଧିକାରୀ ମାନେ ଜୟପୁର ହେଡକ୍ୱାଟରର କଣ୍ଟ୍ରୋଲ୍ ରୁମରେ ସ୍ଥିତି ପରଖୁଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର