ଦେଶ ପାଳୁଛି ୭୬ ତମ ସ୍ୱାଧିନତା ଦିବସ, ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

The Sakala Picture
Published On

ନୂଆଦିଲ୍ଲୀ : ଆଜି ଦେଶ ପାଳୁଛି ୭୬ତମ ସ୍ୱାଧୀନତା ଦିବସ ।ସ୍ୱାଧୀନତା ଦିବସ ପାଇଁ ସାରା ଦେଶ ଉତ୍ସବ ମୁଖର। ଦିଲ୍ଲୀରୁ ପଲ୍ଲୀ ସବୁଠି ଆନନ୍ଦ ଉଲ୍ଲାସ।ଇଂରେଜଙ୍କ ଶାସନ ଅଧୀନରେ ପ୍ରାୟ ୨୦୦ ବର୍ଷ ରହିବା ପରେ ୧୯୪୭ ମସିହା ଆଜିର ଦିନରେ ଦେଶ ସ୍ୱାଧୀନ ହୋଇଥିଲା । ଦେଶକୁ ସ୍ୱାଧୀନ କରିବାକୁ ଅନେକ ସଂଘର୍ଷ ହୋଇଛି, ଅନେକ ସଂଗ୍ରାମ ହୋଇଛି, ଆଉ ଅନେକ ସ୍ୱାଧୀନତା ସଂଗ୍ରାମୀ ସହିଦ ହୋଇଛନ୍ତି । ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ଓ ସାହସିକତା […]

ନୂଆଦିଲ୍ଲୀ : ଆଜି ଦେଶ ପାଳୁଛି ୭୬ତମ ସ୍ୱାଧୀନତା ଦିବସ ।ସ୍ୱାଧୀନତା ଦିବସ ପାଇଁ ସାରା ଦେଶ ଉତ୍ସବ ମୁଖର। ଦିଲ୍ଲୀରୁ ପଲ୍ଲୀ ସବୁଠି ଆନନ୍ଦ ଉଲ୍ଲାସ।ଇଂରେଜଙ୍କ ଶାସନ ଅଧୀନରେ ପ୍ରାୟ ୨୦୦ ବର୍ଷ ରହିବା ପରେ ୧୯୪୭ ମସିହା ଆଜିର ଦିନରେ ଦେଶ ସ୍ୱାଧୀନ ହୋଇଥିଲା । ଦେଶକୁ ସ୍ୱାଧୀନ କରିବାକୁ ଅନେକ ସଂଘର୍ଷ ହୋଇଛି, ଅନେକ ସଂଗ୍ରାମ ହୋଇଛି, ଆଉ ଅନେକ ସ୍ୱାଧୀନତା ସଂଗ୍ରାମୀ ସହିଦ ହୋଇଛନ୍ତି । ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ଓ ସାହସିକତା ପାଇଁ ଇଂରେଜମାନେ ଦେଶ ଛାଡ଼ି ଚାଲିଯିବାକୁ ବାଧ୍ୟ ହୋଇଥିଲେ ।ଆଜି ସେହି ସଂଗ୍ରାମୀଙ୍କ ବଳିଦାନକୁ ମନେପକାଉଛି ଦେଶ।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ସ୍ୱାଧୀନତା ଦିବସ ଅବସରରେ ଲାଲ୍ କିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି ପ୍ରଧାନମନ୍ତ୍ରୀ। ଏହି କାର୍ୟ୍ୟକ୍ରମରେ ଦେଶର ବହୁ ମାନ୍ୟଗନ୍ୟ ବ୍ୟକ୍ତି ମଧ୍ୟ ସାମିଲ ହୋଇଛନ୍ତି । ଏଥିପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

ଛୋଟ ଛୋଟ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ ଆଶଙ୍କା ଥିବାରୁ ଏହାର ମୁକାବିଲା କରିବାକୁ ଡିଆରଡିଓ ପକ୍ଷରୁ ବିକଶିତ କାଉଂଟର ଡ୍ରୋନ ସିଷ୍ଟମକୁ ଲାଲକିଲ୍ଲା ନିକଟରେ ମୁତୟନ କରାଯାଇଛି । ଏହାସହ ଲାଲକିଲ୍ଲାର ପ୍ରବେଶ ପଥରେ କ୍ୟାମେରା ଲଗାଯିବା ସହ ବହୁ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେହିପରି ପ୍ରାୟ ୧୦ ହଜାର ପୁଲିସ୍ ଲାଲକିଲ୍ଲାରେ ମଧ୍ୟ ମୁତୟନ ରହିଛନ୍ତି ।ଡିଆର୍‌ଡିଓ ପକ୍ଷରୁ କୁହାଯାଇଛି ଯେ ଏହି ଆଣ୍ଟି-ଡ୍ରୋନ୍ ସିଷ୍ଟମ୍ ୪ କିମି ପରିଧି ଭିତରେ ଯେତେ ଛୋଟ ବା ବଡ଼ ଡ୍ରୋନ୍ ଆସୁ ନା କାହିଁକି ତାକୁ ଚିହ୍ନଟ କରି ନିଷ୍କ୍ରିୟ କରିଦେଇପାରିବ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର