୭୦ ବର୍ଷ ବୟସରେ ଏସିଆର ସବୁଠାରୁ ଲମ୍ବା ଦାନ୍ତ ଥିବା ହାତୀ ଭୋଗେଶ୍ବରର ମୃତ୍ୟୁ

The Sakala Picture
Published On

ନୂଆଦିଲ୍ଲୀ : ପଶୁ ପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର । ଏସିଆ ମହାଦେଶରେ ସବୁଠାରୁ ଲମ୍ବା ଦାନ୍ତ ଥିବା ହାତୀ ଭୋଗେଶ୍ୱରର ମୃତ୍ୟୁ ହୋଇଛି । ଏହି ହାତୀଟି କର୍ଣ୍ଣାଟକର ବାନ୍ଦିପୁରା ଟାଇଗର ରିଜର୍ଭ ଗୁନ୍ଦେ ରେଞ୍ଜରେ ଶନିବାର ଦିନ ମୃତ୍ୟୁବରଣ କରିଛି । ମୃତ୍ୟୁ ବେଳକୁ ତାକୁ ୭୦ ବର୍ଷ ହୋଇଥିବା କଥା ବନ ବିଭାଗ କହିଛି । ପ୍ରାକୃତିକ କାରଣରୁ ଭୋଗେଶ୍ବରର ମୃତ୍ୟୁ ହୋଇଥିବା କୁହାଯାଉଛି। ବନ ବିଭାଗର ସୂଚନା ମୁତାବକ ଭୋଗେଶ୍ୱରର ମୃତ୍ୟୁ […]

ନୂଆଦିଲ୍ଲୀ : ପଶୁ ପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର । ଏସିଆ ମହାଦେଶରେ ସବୁଠାରୁ ଲମ୍ବା ଦାନ୍ତ ଥିବା ହାତୀ ଭୋଗେଶ୍ୱରର ମୃତ୍ୟୁ ହୋଇଛି । ଏହି ହାତୀଟି କର୍ଣ୍ଣାଟକର ବାନ୍ଦିପୁରା ଟାଇଗର ରିଜର୍ଭ ଗୁନ୍ଦେ ରେଞ୍ଜରେ ଶନିବାର ଦିନ ମୃତ୍ୟୁବରଣ କରିଛି । ମୃତ୍ୟୁ ବେଳକୁ ତାକୁ ୭୦ ବର୍ଷ ହୋଇଥିବା କଥା ବନ ବିଭାଗ କହିଛି ।

ଆହୁରି ପଢ଼ନ୍ତୁ: ଆମେରିକା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ: ରିପବ୍ଲିକାନ୍ ପାର୍ଟି ଜିତିଲେ ପ୍ରତି ନାଗରିକଙ୍କୁ ୫,୦୦୦ ଡଲାର ଦେବାକୁ ଟ୍ରମ୍ପଙ୍କ ଘୋଷଣା

ପ୍ରାକୃତିକ କାରଣରୁ ଭୋଗେଶ୍ବରର ମୃତ୍ୟୁ ହୋଇଥିବା କୁହାଯାଉଛି। ବନ ବିଭାଗର ସୂଚନା ମୁତାବକ ଭୋଗେଶ୍ୱରର ମୃତ୍ୟୁ ବୟସାଧିକ କାରଣରୁ ହୋଇଛି । କାବିନ ବ୍ୟାକୱାଟରରେ ରହି ହାତୀଟି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଥିଲା ।ଏସିଆର ସବୁଠାରୁ ଲମ୍ବା ଦାନ୍ତ ଥିବା ହାତୀ ଭୋଗେଶ୍ବରଙ୍କୁ ମିଷ୍ଟର କବିନି ବୋଲି ମଧ୍ୟ କହୁଥିଲେ ପର୍ଯ୍ୟଟକ। ୩-୪ ଦିନ ପୂର୍ବରୁ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି। ବନ ବିଭାଗର ଅଧିକାରୀଙ୍କ ଅନୁଯାୟୀ ଭୋଗେଶ୍ୱରର ଗୋଟିଏ ଦାନ୍ତ ୨.୫୪ ମିଟର ହୋଇଥିବା ବେଳେ ଅନ୍ୟଟି ୨.୩୪ ମିଟର ଥିଲା।

ଆହୁରି ପଢ଼ନ୍ତୁ: ଡ୍ରୋନ୍ ଧକ୍କାରୁ ଅଳ୍ପକେ ବର୍ତ୍ତିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି: ବିମାନ ଯାତ୍ରା ବେଳେ ଘଟିଥିଲା ଅଘଟଣ

ହାତୀଟିର ନାଁ ଭୋଗେଶ୍ୱର ରଖିବାର କାରଣ ଥିଲା ଏହାକୁ ପ୍ରଥମେ ବନବିଭାଗ କାବିନ ବ୍ୟାକୱାଟର ନିକଟ ଭୋଗେଶ୍ବର କ୍ୟାମ୍ପ ନିକଟରେ ଦେଖିଥିଲେ। ଏହାପରେ ହାତୀଟିର ନାମ ଭୋଗେଶ୍ବର ରଖାଯାଇଥିଲା। ତେବେ ଶନିବାର କର୍ଣ୍ଣାଟକର ବାନ୍ଦିପୁର-ନଗରହୋଲ ଟାଇଗର ରିଜର୍ଭ ଜଙ୍ଗଲରେ ଥିବା କବିନି ଜଳଭଣ୍ଡାର ପାଖରେ ଏହି ୭୦ ବର୍ଷିୟ ହାତୀର ମୃତଦେହ ମିଳିଥିଲା। ଭୋଗେଶ୍ବର ଏସିଆର ସବୁଠାରୁ ଲମ୍ବା ଦାନ୍ତ ଥିବା ହାତୀ ହୋଇଥିବାରୁ ତାହାର ଦାନ୍ତ ଗୁଡିକୁ ସଂରକ୍ଷଣ କରି ରଖିବାକୁ ବନବିଭାଗ ଯୋଗନା କରିଛି।

ଆହୁରି ପଢ଼ନ୍ତୁ: ହୁତିଙ୍କ କବ୍ଜାରେ ରଣନୀତିକ ମୟୁନ୍ ଦ୍ୱୀପ: ବିଶ୍ୱ ବାଣିଜ୍ୟରେ ସଙ୍କଟ, ବଢିଲା ତୈଳ ଦର

ଅନ୍ୟପଟେ ଭୋଗେଶ୍ୱରର ମୃତ୍ୟୁ ନେଇ ସୋସିଆଲ ମିଡିଆରୁ ଜଣାପଡିବା ପରେ ପଶୁପ୍ରେମୀମାନେ ଭିନ୍ନ ଭିନ୍ନ ତରିକାରେ ତାକୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଲୋକଙ୍କ କହିବା କଥା କି ଏହି ହାତୀକୁ ଦେଖିଲେ ଶୁଭ ହୋଇଥାଏ । ହାତୀ ମୃତ୍ୟୁର ଖବର ପାଇବା ପରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶୋଭା କରନ୍ଦଲାଜେ ବି ଟ୍ୱିଟର ମାଧ୍ୟମରେ ହାତୀକୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର