ଡରାଉଛି କରୋନା: ଫ୍ରେସର ପାର୍ଟି ହେଲା କାଳ, କର୍ଣ୍ଣାଟକର ଏକ ମେଡିକାଲ କଲେଜରୁ ୬୬ ଛାତ୍ର କରୋନା ପଜିଟିଭ୍

The Sakala Picture
Published On

କର୍ଣ୍ଣାଟକ: କର୍ଣ୍ଣାଟକ ଧରୱାଡ ନିକଟ ଏସଡିଏମ ମେଡିକାଲ କଲେଜର ୬୬ ଜଣ ଛାତ୍ରଙ୍କ ସହ ଗୁରୁବାର ଦିନ କିଛି କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ରିପୋର୍ଟ ଆସିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଲେଜ ହଷ୍ଟେଲକୁ ଏକ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରିଛି। ଅଧିକାଂଶ ଛାତ୍ରଙ୍କର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି। ସେମାନେ ସତ୍ତୁର ନିକଟ କଲେଜ ପରିସରରେ ଥିବା ହଷ୍ଟେଲରେ ଚିକିତ୍ସିତ ହେଉଛନ୍ତି। ସମସ୍ତ ସଂକ୍ରମିତ ଛାତ୍ରଙ୍କୁ ହଷ୍ଟେଲର ଗୋଟିଏ ବ୍ଲକକୁ ସ୍ଥାନାନ୍ତର […]

କର୍ଣ୍ଣାଟକ: କର୍ଣ୍ଣାଟକ ଧରୱାଡ ନିକଟ ଏସଡିଏମ ମେଡିକାଲ କଲେଜର ୬୬ ଜଣ ଛାତ୍ରଙ୍କ ସହ ଗୁରୁବାର ଦିନ କିଛି କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ରିପୋର୍ଟ ଆସିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଲେଜ ହଷ୍ଟେଲକୁ ଏକ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରିଛି।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଅଧିକାଂଶ ଛାତ୍ରଙ୍କର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି। ସେମାନେ ସତ୍ତୁର ନିକଟ କଲେଜ ପରିସରରେ ଥିବା ହଷ୍ଟେଲରେ ଚିକିତ୍ସିତ ହେଉଛନ୍ତି। ସମସ୍ତ ସଂକ୍ରମିତ ଛାତ୍ରଙ୍କୁ ହଷ୍ଟେଲର ଗୋଟିଏ ବ୍ଲକକୁ ସ୍ଥାନାନ୍ତର କରାଯାଇଛି ଏବଂ ଯେଉଁମାନଙ୍କ ରିପୋର୍ଟ ଏ ପର୍ଯ୍ଯନ୍ତ ଆସିନାହିଁ ସେମାନଙ୍କୁ ଅନ୍ୟ ବ୍ଲକକୁ ସ୍ଥାନାନ୍ତର କରାଯାଇଛି। ପୁରା ହଷ୍ଟେଲକୁ ସିଲ୍ କରାଯାଇଛି ଏବଂ ଏହି ଅଞ୍ଚଳକୁ ଏକ କଣ୍ଟେଣ୍ଟମେଣ୍ଟ ଜୋନ୍ ଘୋଷିତ କରାଯାଇଛି। ପରିସ୍ଥିତି ଉପରେ ନଜର ରଖିବା ପାଇଁ ଧରୱାଡ ଜିଲ୍ଲାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ହଷ୍ଟେଲ ତଥା ସିଲ୍ ଅଞ୍ଚଳରେ  ପ୍ରବେଶ ଓ ପ୍ରସ୍ଥାନ ଉପରେ ନଜର ରଖିବା ପାଇଁ ପୁଲିସ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ଧରୱାଡର ଡେପୁଟି କମିଶନର ନୀତେଶ ପାଟିଲ କହିଛନ୍ତି ଯେ,  ମୋଟ ୨୭୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା କରିଛନ୍ତି । ସେଥିମଧ୍ୟରୁ ଆଜି ସକାଳ ରିପୋର୍ଟ ପର୍ଯ୍ଯନ୍ତ ୬୬ ଜଣ ପଜିଟିଭ୍ ଚହ୍ନଟ ହୋଇଛନ୍ତି। ଆଉ କିଛି ଛାତ୍ର ଏବଂ କର୍ମଚାରୀଙ୍କ ଆଜି ପୁଣି ପରୀକ୍ଷା କରାଯାଇଛି। ମେଡିକାଲ କଲେଜ ଏବଂ ହସ୍ପିଟାଲର ସମସ୍ତ ମେଡିକାଲ କର୍ମଚାରୀଙ୍କୁ ପରୀକ୍ଷା କରିବା ପାଇଁ ପଦକ୍ଷେପ ନିଆଯିବ।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

କୁହାଯାଉଛି ଯେ, ଏମବିବିଏସ୍ ପ୍ରଥମ ବର୍ଷର ଛାତ୍ରମାନଙ୍କୁ ସ୍ୱାଗତ କରିବା ପାଇଁ କଲେଜ ନିକଟରେ ଏକ ଫ୍ରେଶର୍ ପାର୍ଟିର ଆୟୋଜନ କରିଥିଲା ​। ଏହି ଫ୍ରେସର ପାର୍ଟିରୁ  ସଂକ୍ରମଣ ବୃଦ୍ଧି ହୋଇଥିବା କୁହାଯାଉଛି। ଅନ୍ୟ ରାଜ୍ୟର ଛାତ୍ରମାନେ ମଧ୍ୟ ମେଡିକାଲ କଲେଜରେ ଅଧ୍ୟୟନ କରୁଛନ୍ତି। ବହୁ ସଂଖ୍ୟକ ଛାତ୍ରଙ୍କ ନିକଟରେ ଏହି ସଂକ୍ରମଣ କିପରି ବ୍ୟାପିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

କଲେଜ ପ୍ରଶାନ ପକ୍ଷରୁ କୁହାଯାଇଛି ଯେ, ସମସ୍ତ ଛାତ୍ରଛାତ୍ରୀ ଟିକା ନେଇଛନ୍ତି । ହେଲେ ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏହାର ଅନୁସନ୍ଧାନ କରିବ। କ୍ବାରେଣ୍ଟାଇନରେ ଥିବା ସମସ୍ତ ଛାତ୍ରଙ୍କୁ ଖାଦ୍ଯ ଯୋଗାଇ ଦିଆଯିବ ଏଥି ସହିତ ସମ୍ପୂର୍ଣ୍ଣ କଲେଜକୁ ସାନିଟାଇଜ କରାଯିବ । ନିଆଯାଇଥିବା ପଦକ୍ଷେପଗୁଡ଼ିକୁ ଯାଞ୍ଚ କରିବା ପାଇଁ  ସେ ନିଜେ କଲେଜ ପରିଦର୍ଶନ କରିବେ ବୋଲି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର