ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ : ଏନକାଉଣ୍ଟରରେ ୬ ନକ୍ସଲ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

The Sakala Picture
Published On

ବିଶାଖାପାଟନମ: ଆନ୍ଧ୍ରପ୍ରଦେଶର ମାମ୍ପା ପୋଲିସ ଥାନା ଥେଗଲମେଟା ଜଙ୍ଗଲରେ ଗୁଳି ବିନିମୟ ହୋଇଛି । ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ ହୋଇଥିବା ବେଳେ ୬ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି । ବୁଧବାର ଭୋର୍ ସମୟରେ ଏହି ଗୁଳି ବିନିମୟ ହୋଇଛି । ଏବେବି ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ୬ ଜଣ ସିପିଆଇ ମାଓବାଦୀଙ୍କ ମୃତଦେହ ଜବତ ହୋଇଥିବା ବେଳେ ସେଥିରେ ଜଣେ ମହିଳା ମାଓ କ୍ୟାର୍ଡର ରହିଛନ୍ତି । […]

ବିଶାଖାପାଟନମ: ଆନ୍ଧ୍ରପ୍ରଦେଶର ମାମ୍ପା ପୋଲିସ ଥାନା ଥେଗଲମେଟା ଜଙ୍ଗଲରେ ଗୁଳି ବିନିମୟ ହୋଇଛି । ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ ହୋଇଥିବା ବେଳେ ୬ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି । ବୁଧବାର ଭୋର୍ ସମୟରେ ଏହି ଗୁଳି ବିନିମୟ ହୋଇଛି ।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ଏବେବି ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ୬ ଜଣ ସିପିଆଇ ମାଓବାଦୀଙ୍କ ମୃତଦେହ ଜବତ ହୋଇଥିବା ବେଳେ ସେଥିରେ ଜଣେ ମହିଳା ମାଓ କ୍ୟାର୍ଡର ରହିଛନ୍ତି । ଏଥିସହ ଗୋଟିଏ ଏକେ ରାଇଫଲ୍, ଗୋଟିଏ ଏସଏଲଆର୍, ଗୋଟିଏ କାର୍ବାଇନ୍ ଓ ୩ଟି ରାଇଫଲ୍ ସହ ଗୁଳିଗୋଳା ମିଳିଛି ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ଗୁଳିବିନିମୟରେ ସିପିଆଇ ମାଓବାଦୀର ଡିସିଏମ୍ ସ୍ତରର ୨ କ୍ୟାଡର ସାନ୍ଦେ ଗଙ୍ଗୈୟା ଓ ଉର୍ଫ ଡକ୍ଟର ଅଶୋକ ଓ ରଣଧିରଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୩ ମୃତ ମାଓବାଦୀଙ୍କ ପରିଚୟ ମିଳିନାହିଁ ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର