ମୋରାଦାବାଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ଗୋଟିଏ ପରିବାରର ୬ଜଣଙ୍କ ଜୀବନ
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ମୋରାଦାବାଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୬ଜଣଙ୍କ ଜୀବନ । ଦୁର୍ଘଟଣାରେ ୫ ଜଣ ଆହତ ହୋଇଥିବା ମଧ୍ୟ ଜଣାପଡିଛି । ଏକ ଦ୍ରୁତଗାମୀ ରୋଡୱେଜ୍ ବସ୍ ପଛରୁ ଏକ ଟେମ୍ପୋ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ମୃତ୍ୟୁ ହୋଇଥିବା ୬ ଜଣ ଗୋଟିଏ ପରିବାରର ସଦସ୍ୟ ବୋଲି ସ୍ପଷ୍ଟ କରିଛି ପୋଲିସ । ଏଥିସହ ଏହି ଦୁର୍ଘଟଣାରେ ଆହତ ହୋଇଥିବା ୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ସେମାନଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳୁଛି । ନିୟନ୍ତ୍ରଣ ହରାଇବାରୁ ଏପରି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହୁଛନ୍ତି ।
ସୂଚନାନୁଯାୟୀ, ଟେମ୍ପୋରେ ଥିବା ଲୋକମାନେ ରଫତପୁରରୁ ଏକ ମ୍ୟାରେଜ୍ ପାର୍ଟିକୁ ଯାଉଥିବାବେଳେ କଟଘର ଥାନା ଅଞ୍ଚଳର ରଫତପୁର ଅଣ୍ଡରପାସ୍ର ଜିରୋ ପଏଣ୍ଟ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ମୃତକମାନଙ୍କ ପରିଚୟ ଚିହ୍ନଟ କରିଛି ପୋଲିସ । ସମସ୍ତେ ମୋଟିଏ ପରିବାରର ଏବଂ କୁଣ୍ଡାରକି ଅବଦୁଲ୍ଲାପୁର ଗାଁର ବାସିନ୍ଦା ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ଅନ୍ୟ ୫ ଜଣ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି ।





