ଚାକିରୀ ନାରେ ଠକେଇର ଶିକାର ହେଲେ କେରଳର ୫୦୦ ନର୍ସ

The Sakala Picture
Published On

କେରଳ, ଦୁବାଇରେ ଚାକିରୀ ଲୋଭର ବଶବର୍ତୀ ହୋଇ ଠକାମିର ଶିକାର ହୋଇଛନ୍ତି କେରଳର ୫୦୦ ନର୍ସ । ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଏଜେଣ୍ଟମାନଙ୍କ ନାଁରେ ଆସିଛି ଏମିତି ଠକେଇ ଅଭିଯୋଗ । ସୂଚନା ଅନୁଯାୟୀ ସେଠାରେ ଫସି ରହିଥିବା କିଛି ନର୍ସ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟଙ୍କୁ ଏ ସଂପର୍କରେ ଚିଠି ଲେଖିଛନ୍ତି । ସୂଚନା ଅନୁଯାୟୀ ୩୦ ବର୍ଷୀୟ ରେନା ରାଜନ କହିଛନ୍ତି ଯେ ଖବରକାଗଜରେ ବିଜ୍ଞାପନ ଦେଖି ସେ ଏହି ଚାକିରୀ ପାଇଁ […]

କେରଳ, ଦୁବାଇରେ ଚାକିରୀ ଲୋଭର ବଶବର୍ତୀ ହୋଇ ଠକାମିର ଶିକାର ହୋଇଛନ୍ତି କେରଳର ୫୦୦ ନର୍ସ । ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଏଜେଣ୍ଟମାନଙ୍କ ନାଁରେ ଆସିଛି ଏମିତି ଠକେଇ ଅଭିଯୋଗ । ସୂଚନା ଅନୁଯାୟୀ ସେଠାରେ ଫସି ରହିଥିବା କିଛି ନର୍ସ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟଙ୍କୁ ଏ ସଂପର୍କରେ ଚିଠି ଲେଖିଛନ୍ତି ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ସୂଚନା ଅନୁଯାୟୀ ୩୦ ବର୍ଷୀୟ ରେନା ରାଜନ କହିଛନ୍ତି ଯେ ଖବରକାଗଜରେ ବିଜ୍ଞାପନ ଦେଖି ସେ ଏହି ଚାକିରୀ ପାଇଁ ଆବେଦନ କରିଥିଲେ । ଖବରକାଗଜର ବିଜ୍ଞାପନ ଅନୁଯାୟୀ, କରୋନା ମହାମାରୀର ପରିସ୍ଥିତିକୁ ଦୃଷ୍ଟିରେ ରଖି ୟୁଏଇ ଜରୁରୀକାଳୀନ ଭିତ୍ତିରେ ନର୍ସ ନିଯୁକ୍ତି କରୁଥିଲା । ରାଜନ କହିଛନ୍ତି, ତେବେ ଚାକିରୀ ଲୋଭ ଦେଖାଇ ଏଜେଣ୍ଟ ମୋପାଖରୁ ୨.୩୦ ଲକ୍ଷ ଟଙ୍କା ନେଇଛି ଏବଂ ୟୁଏଇରେ ପହଞ୍ଚିବା ପରେ ତାଙ୍କୁ ୱାର୍କ ଭିସା ଦିଆଯିବ ବୋଲି ଏଜେଣ୍ଟ ପ୍ରତିଶୃତି ଦେଇଥିଲେ ।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ୟୁଏଇରେ ପହଂଚିବାପରେ ମାସେ ପର୍ଯ୍ୟନ୍ତ ଏଠାରେ ଆମକୁ ରଖି ମଇଳା କୋଠରୀରେ କାମ କରାଯାଇଥିଲା । ତେବେ କିଛି ନର୍ସ ଯେତେବେଳେ ଜାଣିବାକୁ ପାଇଲେ ସେମାନେ ଠକାମୀର ଶିକାର ହୋଇଛନ୍ତି ସେମାନେ ସେଠାରୁ ଫେରିଆସିଥିଲେ । ଏବେ ସେଠାରେ ଆଉ କିଛି ନର୍ସ ଫସିରହିଛନ୍ତି। ଏ ଘଟଣା ନେଇ ପୋଲିସରେ କୌଣସି ମାମଲା ରୁଜୁ ହୋଇ ନାହିଁ।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର