ଛତିଶଗଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: କାରରେ ନିଆଁ ଲାଗି ଗୋଟିଏ ପରିବାରର ୫ ଜୀବନ୍ତ ଧଗ୍ଧ

The Sakala Picture
Published On

ଛତିଶଗଡ: ଛତିଶଗଡର ରାଜନନ୍ଦଗାଓଁ ଜିଲ୍ଲାରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। କଲଭର୍ଟକୁ ଧକ୍କା ଦେବା ପରେ ଏକ କାରରେ ନିଆଁ ଲାଗିଯାଇଥିଲା ଯେଉଁଥିରେ ପାଞ୍ଚ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ଘଟିଛି। ତିନି ଝିଅ ସହିତ ସ୍ୱାମୀ-ସ୍ତ୍ରୀ ଏକ ବିବାହ ସମାରୋହରୁ ନିଜ ଘରକୁ ଫେରୁଥିଲେ। ବାଟରେ ସେମାନେ ରାସ୍ତାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ […]

ଛତିଶଗଡ: ଛତିଶଗଡର ରାଜନନ୍ଦଗାଓଁ ଜିଲ୍ଲାରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। କଲଭର୍ଟକୁ ଧକ୍କା ଦେବା ପରେ ଏକ କାରରେ ନିଆଁ ଲାଗିଯାଇଥିଲା ଯେଉଁଥିରେ ପାଞ୍ଚ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ଘଟିଛି। ତିନି ଝିଅ ସହିତ ସ୍ୱାମୀ-ସ୍ତ୍ରୀ ଏକ ବିବାହ ସମାରୋହରୁ ନିଜ ଘରକୁ ଫେରୁଥିଲେ। ବାଟରେ ସେମାନେ ରାସ୍ତାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ରାଜନନ୍ଦଗାଓଁ ଖଇରାଗଡ ରାସ୍ତାର ଠେଲକାହିବ ପୁଲିସ ଷ୍ଟେସନ ଅନ୍ତର୍ଗତ ସିଙ୍ଗରପୁର ଗାଁରେ କାରରେ ନିଆଁ ଲାଗି ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ସ୍ୱାମୀ -ସ୍ତ୍ରୀ ଏବଂ ତିନି ଝିଅ ରହିଛିନ୍ତି। ଉକ୍ତ ୩ ଝିଅଙ୍କ ବୟସ ୨୦ରୁ ୨୫ ବର୍ଷ ହେବ ବୋଲି ଜଣାପଡ଼ିଛି। ରାତିରେ ଘଟଣାର ସୂଚନା ପାଇବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ରାଜନନ୍ଦଗାଓଁ ଅତିରିକ୍ତ ପୁଲିସ ଅଧୀକ୍ଷକ ସଞ୍ଜୟ ମହାଦେବ କହିଛନ୍ତି ଯେ ଘଟଣାର ତଦନ୍ତରେ ପୁଲିସ ଏବଂ ଫରେନସିକ୍ ଟିମ୍ ନିୟୋଜିତ ଅଛନ୍ତି। ଶବକୁ ବ୍ଯବଚ୍ଛେଦ ପାଇଁ ପଠାଯାଇଛି। ଫୋରେନସିକ୍ ରିପୋର୍ଟ ଆସିବା ପରେ ହିଁ ଦୁର୍ଘଟଣାର ପ୍ରକୃତ କାରଣ ଜଣା ପଡ଼ିବ ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର