ବେଙ୍ଗାଲୁରୁରେ ୯୦ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା : ଗଲାଣି ୫ ଜୀବନ, ଟ୍ରାକ୍ଟରରେ ଅଫିସ ଯାଉଛନ୍ତି କର୍ମଚାରୀ

The Sakala Picture
Published On

ବେଙ୍ଗାଲୁରୁ/ତିରୁଅନନ୍ତପୁରମ: ଦେଶର ସିଲିକନ ସିଟି ବେଙ୍ଗାଲୁରୁରେ ବର୍ଷା ବିତ୍ପାତ ଜାରି ରହିଛି। ଏଠାରେ ତିନି ଦିନ ହେଲା ଜାରି ରହିଥିବା ବର୍ଷା ୯୦ ବର୍ଷର ରେକର୍ଡ ଭାଙ୍ଗି ଦେଇଛି। ଏଥିଯୋଗୁଁ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିଛି। ଅନେକ ଅଞ୍ଚଳ ବର୍ଷାପାଣିରେ ବୁଡ଼ି ରହିଛି। ରାସ୍ତାରେ ଡଙ୍ଗା ଚାଲୁଛି। ଘରେ ନାଳ ନର୍ଦ୍ଦମା ପାଣି ପଶିଯାଇଛି। ଏ ପର୍ଯ୍ୟନ୍ତ ବର୍ଷା ୫ ଜଣ ଲୋକଙ୍କ ଜୀବନ ନେଲାଣି। ଉଦ୍ଧାରକାର୍ଯ୍ୟରେ ଏସ୍‌ଡିଆରଏଫ୍‌, ଦମକଳ ବାହିନୀ, ଏନଡିଆରଏଫ୍‌ ସାମିଲ ହୋଇଛି। ପ୍ରଥମ […]

ବେଙ୍ଗାଲୁରୁ/ତିରୁଅନନ୍ତପୁରମ: ଦେଶର ସିଲିକନ ସିଟି ବେଙ୍ଗାଲୁରୁରେ ବର୍ଷା ବିତ୍ପାତ ଜାରି ରହିଛି। ଏଠାରେ ତିନି ଦିନ ହେଲା ଜାରି ରହିଥିବା ବର୍ଷା ୯୦ ବର୍ଷର ରେକର୍ଡ ଭାଙ୍ଗି ଦେଇଛି। ଏଥିଯୋଗୁଁ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିଛି। ଅନେକ ଅଞ୍ଚଳ ବର୍ଷାପାଣିରେ ବୁଡ଼ି ରହିଛି। ରାସ୍ତାରେ ଡଙ୍ଗା ଚାଲୁଛି। ଘରେ ନାଳ ନର୍ଦ୍ଦମା ପାଣି ପଶିଯାଇଛି। ଏ ପର୍ଯ୍ୟନ୍ତ ବର୍ଷା ୫ ଜଣ ଲୋକଙ୍କ ଜୀବନ ନେଲାଣି। ଉଦ୍ଧାରକାର୍ଯ୍ୟରେ ଏସ୍‌ଡିଆରଏଫ୍‌, ଦମକଳ ବାହିନୀ, ଏନଡିଆରଏଫ୍‌ ସାମିଲ ହୋଇଛି। ପ୍ରଥମ ଥର ପାଇଁ ଆଇଟି କର୍ମଚାରୀମାନେ ଟ୍ରାକ୍ଟରରେ ଅଫିସ ଯାଉଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ଗଛ ଉପରୁ ‘ଟଙ୍କା ବର୍ଷା’ କଲା ମାଙ୍କଡ଼, ନୋଟ୍‌ ଗୋଟାଇବାକୁ ଲୋକଙ୍କ ଭିଡ଼

ସହରରେ ବିଦ୍ୟୁତ ସରବାରହ ବନ୍ଦ ରହିଛି। ଏଥିଯୋଗୁଁ ପାଣି ଯୋଗାଣ ମଧ୍ୟ ପ୍ରଭାବିତ ହୋଇଛି। ବାହାର ଅଞ୍ଚଳରେ ପାଣି ଭର୍ତ୍ତି ହୋଇ ରହିଛି। ଡଙ୍ଗା ମାଧ୍ୟମରେ ଜରୁରୀ ସାମଗ୍ରୀ ଯୋଗାଣ କରାଯାଉଛି। ୨ ଦିନ ହେଲା ଟ୍ରାଫିକ ସମସ୍ୟା ବୃଦ୍ଧି ପାଇଛି। ଆଇଟି କମ୍ପାନୀରେ କାମ କରୁଥିବା ଲୋକେ ଟ୍ରାକ୍ଟରରେ ଅଫିସ ଯାଉଛନ୍ତି। ଜଣେ କର୍ମଚାରୀଙ୍କ ଅନୁଯାୟୀ ବର୍ଷା ଯୋଗୁଁ କାମ ପ୍ରଭାବିତ ହୋଇଛି। ୫୦ ଟଙ୍କା ଲେଖାଏଁ ଦେଇ ସେମାନେ ଟ୍ରାକ୍ଟରରେ ଅଫିସ ଯାଉଛନ୍ତି।

ଆହୁରି ପଢ଼ନ୍ତୁ: ସିବିଏସ୍ଇ ରିଭାଲୁଏସନ୍ ପୋର୍ଟାଲ୍ ଉପରେ ସାଇବର ଆକ୍ରମଣ: ୨ ମିନିଟରେ ୧୫ ଲକ୍ଷ ଥର ହ୍ୟାକ୍ ଉଦ୍ୟମ

ଅନ୍ୟପକ୍ଷରେ ଶୁକ୍ରବାର ପର୍ଯ୍ୟନ୍ତ କେରଳ, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ପ୍ରବଳ ବର୍ଷା ଯୋଗୁଁ କେରଳର ରାଜଧାନୀ ତିରୁଅନନ୍ତପୁରମ ନିକଟସ୍ଥ ଏକ ଝରଣାରେ ଅଚନାକ ବନ୍ୟା ଆସିଛି। ଏଥିଯୋଗୁଁ ମନକାୟମ ଝରଣା ବୁଲିବାକୁ ଆସିଥିବା ୨ ଜଣ ଲୋକ ଭାସି ଯାଇଛନ୍ତି। ସେହିପରି ବର୍ଷା ଯୋଗୁଁ ତାମିଲନାଡୁରେ ଭୂସ୍ଖଳନ ହୋଇଥିବାରୁ ମେଟ୍ଟୁପଲାୟମ ଏବଂ କୁନୁର ମଦ୍ୟରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି।

ଆହୁରି ପଢ଼ନ୍ତୁ: ସିଗାରେଟ୍ ଚେଙ୍କ, ମୁଣ୍ଡରେ ଗଭୀର ଆଘାତ: କେରଳରେ ମାଆ ଓ ପ୍ରେମିକଙ୍କ ନିର୍ମମ ଅତ୍ୟାଚାରରେ ଶିଶୁପୁତ୍ରର ମୃତ୍ୟୁ

07 Sep 2022 By The Sakala

ବେଙ୍ଗାଲୁରୁରେ ୯୦ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା : ଗଲାଣି ୫ ଜୀବନ, ଟ୍ରାକ୍ଟରରେ ଅଫିସ ଯାଉଛନ୍ତି କର୍ମଚାରୀ

ବେଙ୍ଗାଲୁରୁ/ତିରୁଅନନ୍ତପୁରମ: ଦେଶର ସିଲିକନ ସିଟି ବେଙ୍ଗାଲୁରୁରେ ବର୍ଷା ବିତ୍ପାତ ଜାରି ରହିଛି। ଏଠାରେ ତିନି ଦିନ ହେଲା ଜାରି ରହିଥିବା ବର୍ଷା ୯୦ ବର୍ଷର ରେକର୍ଡ ଭାଙ୍ଗି ଦେଇଛି। ଏଥିଯୋଗୁଁ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିଛି। ଅନେକ ଅଞ୍ଚଳ ବର୍ଷାପାଣିରେ ବୁଡ଼ି ରହିଛି। ରାସ୍ତାରେ ଡଙ୍ଗା ଚାଲୁଛି। ଘରେ ନାଳ ନର୍ଦ୍ଦମା ପାଣି ପଶିଯାଇଛି। ଏ ପର୍ଯ୍ୟନ୍ତ ବର୍ଷା ୫ ଜଣ ଲୋକଙ୍କ ଜୀବନ ନେଲାଣି। ଉଦ୍ଧାରକାର୍ଯ୍ୟରେ ଏସ୍‌ଡିଆରଏଫ୍‌, ଦମକଳ ବାହିନୀ, ଏନଡିଆରଏଫ୍‌ ସାମିଲ ହୋଇଛି। ପ୍ରଥମ ଥର ପାଇଁ ଆଇଟି କର୍ମଚାରୀମାନେ ଟ୍ରାକ୍ଟରରେ ଅଫିସ ଯାଉଥିବା ଦେଖିବାକୁ ମିଳିଛି।

ସହରରେ ବିଦ୍ୟୁତ ସରବାରହ ବନ୍ଦ ରହିଛି। ଏଥିଯୋଗୁଁ ପାଣି ଯୋଗାଣ ମଧ୍ୟ ପ୍ରଭାବିତ ହୋଇଛି। ବାହାର ଅଞ୍ଚଳରେ ପାଣି ଭର୍ତ୍ତି ହୋଇ ରହିଛି। ଡଙ୍ଗା ମାଧ୍ୟମରେ ଜରୁରୀ ସାମଗ୍ରୀ ଯୋଗାଣ କରାଯାଉଛି। ୨ ଦିନ ହେଲା ଟ୍ରାଫିକ ସମସ୍ୟା ବୃଦ୍ଧି ପାଇଛି। ଆଇଟି କମ୍ପାନୀରେ କାମ କରୁଥିବା ଲୋକେ ଟ୍ରାକ୍ଟରରେ ଅଫିସ ଯାଉଛନ୍ତି। ଜଣେ କର୍ମଚାରୀଙ୍କ ଅନୁଯାୟୀ ବର୍ଷା ଯୋଗୁଁ କାମ ପ୍ରଭାବିତ ହୋଇଛି। ୫୦ ଟଙ୍କା ଲେଖାଏଁ ଦେଇ ସେମାନେ ଟ୍ରାକ୍ଟରରେ ଅଫିସ ଯାଉଛନ୍ତି।

ଅନ୍ୟପକ୍ଷରେ ଶୁକ୍ରବାର ପର୍ଯ୍ୟନ୍ତ କେରଳ, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ପ୍ରବଳ ବର୍ଷା ଯୋଗୁଁ କେରଳର ରାଜଧାନୀ ତିରୁଅନନ୍ତପୁରମ ନିକଟସ୍ଥ ଏକ ଝରଣାରେ ଅଚନାକ ବନ୍ୟା ଆସିଛି। ଏଥିଯୋଗୁଁ ମନକାୟମ ଝରଣା ବୁଲିବାକୁ ଆସିଥିବା ୨ ଜଣ ଲୋକ ଭାସି ଯାଇଛନ୍ତି। ସେହିପରି ବର୍ଷା ଯୋଗୁଁ ତାମିଲନାଡୁରେ ଭୂସ୍ଖଳନ ହୋଇଥିବାରୁ ମେଟ୍ଟୁପଲାୟମ ଏବଂ କୁନୁର ମଦ୍ୟରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର