ଆସନ୍ତା ଏକ ମାସ ମଧ୍ଯରେ ଦିଲ୍ଲୀରେ ସ୍ଥାପନ ହେବ ୪୪ ଟି ଅକ୍ସିଜେନ ପ୍ଲାଣ୍ଟ- କେଜ୍ରିୱାଲ

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ସମୟରେ ବିଭିନ୍ନ ରାଜ୍ଯରେ ଅକ୍ସିଜେନର ଅଭାବ ଚିତ୍ର ସାମ୍ନାକୁ ଆସିଛି। ଅକ୍ସିଜେନର ତୀବ୍ର ଅଭାବ ମଧ୍ଯ ଦିଲ୍ଲୀରେ ଦେଖିବାକୁ ମିଳିଥିଲା। ଅକ୍ସିଜେନ ଅଭାବରୁ ବହୁ କରୋନା ରୋଗୀଙ୍କ ଜୀବନ ମଧ୍ଯ ଚାଲିଜାଇଛି। ଏହାରି ମଧ୍ଯରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଡ ନିଷ୍ପତ୍ତି ନେଇଛନ୍ତି।  ଆସନ୍ତା ଏକ ମାସ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ୪୪ ଟି ଅକ୍ସିଜେନ କାରଖାନା ସ୍ଥାପନ କରାଯିବ ବୋଲି କେଜ୍ରିୱାଲ କହିଛନ୍ତି। ସେ କହିଛନ୍ତି ଯେ, […]

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ସମୟରେ ବିଭିନ୍ନ ରାଜ୍ଯରେ ଅକ୍ସିଜେନର ଅଭାବ ଚିତ୍ର ସାମ୍ନାକୁ ଆସିଛି। ଅକ୍ସିଜେନର ତୀବ୍ର ଅଭାବ ମଧ୍ଯ ଦିଲ୍ଲୀରେ ଦେଖିବାକୁ ମିଳିଥିଲା। ଅକ୍ସିଜେନ ଅଭାବରୁ ବହୁ କରୋନା ରୋଗୀଙ୍କ ଜୀବନ ମଧ୍ଯ ଚାଲିଜାଇଛି। ଏହାରି ମଧ୍ଯରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଡ ନିଷ୍ପତ୍ତି ନେଇଛନ୍ତି।  ଆସନ୍ତା ଏକ ମାସ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ୪୪ ଟି ଅକ୍ସିଜେନ କାରଖାନା ସ୍ଥାପନ କରାଯିବ ବୋଲି କେଜ୍ରିୱାଲ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ସେ କହିଛନ୍ତି ଯେ, ଏଠାରେ ଟ୍ୟାଙ୍କରର ଅଭାବ ରହିଛି ଏବଂ ଏହି ସମସ୍ୟାକୁ ଦୂର କରିବା ପାଇଁ ବ୍ୟାଙ୍କକରୁ ୧୮ ଟି ଟ୍ୟାଙ୍କର ଆମଦାନୀ କରାଯାଉଛି। ସେ ଆହୁରି କହିଛନ୍ତି ଯେ ଫ୍ରାନ୍ସରୁ ୨୧ ଟି ବ୍ୟବହାର ପାଇଁ ପ୍ରସ୍ତୁତ ଥିବା ଅକ୍ସିଜେନ ପ୍ଲାଣ୍ଟ ଆମଦାନୀ ହେଉଛି। କେନ୍ଦ୍ର ଦ୍ୱାରା ଆଠଟି ଅକ୍ସିଜେନ କାରଖାନା ସ୍ଥାପନ କରାଯିବ ଏବଂ ଆସନ୍ତା ଏକ ମାସ ମଧ୍ୟରେ ଦିଲ୍ଲୀ ସରକାର ୩୬ ଟି ପ୍ରତିଷ୍ଠା କରିବେ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

କେଜ୍ରିୱାଲ କହିଛନ୍ତି, ଗତ ସପ୍ତାହରେ ଦିଲ୍ଲୀରେ ଦେଖାଯାଇଥିବା ଅକ୍ସିଜେନ ସଙ୍କଟକୁ କିଛି ମାତ୍ରାରେ ନିୟନ୍ତ୍ରଣ କରାଯାଇଛି, ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ହୋଇଛି।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର