ସେନେଗାଲ୍‌ର କାଫରିନ୍‌ରେ ଭୟଙ୍କର ସଡକ ଦୁର୍ଘଟଣା; ୪୦ ମୃତ, ୮୭ ଜଣ ଗୁରୁତର ଆହତ

The Sakala Picture
Published On

ସେନେଗାଲ୍‌: ଦୁଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଅତି କମରେ ୪୦ ଜଣଙ୍କ ମୃତ୍ୟୁ ହୋଇଛି । ଆଫ୍ରିକୀୟ ଦେଶ ସେଣ୍ଟ୍ରାଲ ସେନେଗାଲ୍‌ର କାଫରିନ୍‌ରେ ଘଟିଛି ଏଭଳି ଭୟଙ୍କର ସଡକ ଦୁର୍ଘଟଣା । ଦୁର୍ଘଟଣାରେ ପ୍ରାୟ ୮୭ ଜଣ ଯାତ୍ରୀ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ କାଫରିନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏକ ବସର ଟାୟାର ଫାଟିଯିବା କାରଣରୁ […]

ସେନେଗାଲ୍‌: ଦୁଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଅତି କମରେ ୪୦ ଜଣଙ୍କ ମୃତ୍ୟୁ ହୋଇଛି । ଆଫ୍ରିକୀୟ ଦେଶ ସେଣ୍ଟ୍ରାଲ ସେନେଗାଲ୍‌ର କାଫରିନ୍‌ରେ ଘଟିଛି ଏଭଳି ଭୟଙ୍କର ସଡକ ଦୁର୍ଘଟଣା । ଦୁର୍ଘଟଣାରେ ପ୍ରାୟ ୮୭ ଜଣ ଯାତ୍ରୀ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ କାଫରିନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆହୁରି ପଢ଼ନ୍ତୁ: ପାକିସ୍ତାନରେ କ୍ଷମତା ଯୁଦ୍ଧ: ଇମ୍ରାନ ବନାମ ସରକାରଙ୍କ ଲଢ଼େଇରେ ଭୁସୁଡ଼ୁଛି ଦେଶର ଅର୍ଥନୀତି

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏକ ବସର ଟାୟାର ଫାଟିଯିବା କାରଣରୁ ତାହା ଅନିୟନ୍ତ୍ରିତ ହୋଇ ଅନ୍ୟ ଏକ ବସ୍ ସହ ଧକ୍କା ହୋଇଥିଲା । ଯାହାଫଳରେ ବସରେ ଯାତ୍ରା କରୁଥିବା ୪୦ ଜଣ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁସାରେ ଦୁର୍ଘଟଣାର ଶିକାର ହୋଇଥିବା ଉଭୟ ବସ୍‌ରେ ୧୨୫ ଜଣ ଯାତ୍ରୀ ଥିଲେ, ଯେଉଁଥିରୁ ୪୦ ଜଣକ ମୃତ୍ୟୁଛି । ଅଧିକାରୀଙ୍କ କହିବା ଅନୁଯାୟୀ ଘଟଣା ସ୍ଥାନୀୟ ସମୟ ରବିବାର ସକାଳ ୩.୧୫ରେ ହୋଇଥିଲା।

ଆହୁରି ପଢ଼ନ୍ତୁ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ: ଇରାନ ବିରୋଧରେ ପୁଣି ହୋଇପାରେ ସାମରିକ କାର୍ଯ୍ୟାନୁଷ୍ଠାନ

ଏହି ଘଟଣାକୁ ରାଷ୍ଟ୍ରପତି ମ୍ୟାକି ସାଲ୍‌ ଦୁଃଖପ୍ରକାଶ କରିଛନ୍ତି, ଏବଂ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହା ସହ ସୋମବାରଠାରୁ ତିନିଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସ୍କୁଲରେ ଚାଞ୍ଚଲ୍ୟ: ସ୍କୁଲ ପରିସରରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର