ଝାଡଖଣ୍ଡ ଚାଇବାସାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର: ୪ ନକ୍ସଲ ନିହତ, ବିପୁଳ ମାରଣାସ୍ତ୍ର ଜବତ
ଝାଡ଼ଖଣ୍ଡ: ଓଡ଼ିଶା-ଝାରଖଣ୍ଡ ସୀମାନ୍ତ ଚାଇବାସାରେ ସୁରକ୍ଷାକର୍ମୀଙ୍କ ବଡ଼ ଧରଣର ଏନକାଉଣ୍ଟର। ଝାରଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ଚାଇବାସାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ଜଣ ନକ୍ସଲ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଜୋନାଲ୍ କମାଣ୍ଡର, ଜଣେ ସବ୍-ଜୋନାଲ୍ କମାଣ୍ଡର ଓ ଜଣେ ଏରିଆ କମାଣ୍ଡର ଥିବା ଜଣାପଡ଼ିଛି। ସେହିପରି ଜଣେ ଏରିଆ କମାଣ୍ଡରଙ୍କ ସମେତ ଦୁଇ ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି। ଏନକାଉଣ୍ଟର ସ୍ଥଳରୁ ରାଇଫଲ୍ ସମେତ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏହା ଝାଡ଼ଖଣ୍ଡ ପୁଲିସ୍ […]
ଝାଡ଼ଖଣ୍ଡ: ଓଡ଼ିଶା-ଝାରଖଣ୍ଡ ସୀମାନ୍ତ ଚାଇବାସାରେ ସୁରକ୍ଷାକର୍ମୀଙ୍କ ବଡ଼ ଧରଣର ଏନକାଉଣ୍ଟର। ଝାରଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ଚାଇବାସାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ଜଣ ନକ୍ସଲ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଜୋନାଲ୍ କମାଣ୍ଡର, ଜଣେ ସବ୍-ଜୋନାଲ୍ କମାଣ୍ଡର ଓ ଜଣେ ଏରିଆ କମାଣ୍ଡର ଥିବା ଜଣାପଡ଼ିଛି। ସେହିପରି ଜଣେ ଏରିଆ କମାଣ୍ଡରଙ୍କ ସମେତ ଦୁଇ ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି। ଏନକାଉଣ୍ଟର ସ୍ଥଳରୁ ରାଇଫଲ୍ ସମେତ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏହା ଝାଡ଼ଖଣ୍ଡ ପୁଲିସ୍ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି।
ସୂଚନାନୁସାରେ, ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନରେ ଥିଲେ। ଏହି ସମୟରେ ଲୁଚି ବସିଥିବା ନକ୍ସଲମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଗୁଳି ବିନିମୟରେ ସେନାମାନେ ମଧ୍ୟ ପାଲଟା ଜବାବ ଦେଇଥିଲେ। ଫଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ନକ୍ସଲ ନିହତ ହେଲେ। ତେବେ ମୃତ୍ୟୁ ସଂଖ୍ୟା ବଢିବାର ସମ୍ଭାବନା ରହିଛି। ବର୍ତ୍ତମାନ ଉକ୍ତ ଅଞ୍ଚଳରେ ଜୋରଦାର ସର୍ଚ୍ଚ ଅପରେସନ ଚାଲିଛି।