ବଢୁଛି ପ୍ରଦୂଷଣ: ବିଶ୍ବର ୫୦ଟି ପ୍ରଦୂଷିତ ସହର ମଧ୍ୟରେ ଭାରତର ରହିଛି ୩୯ଟି ସହର

The Sakala Picture
Published On

ନୂଆଦିଲ୍ଲୀ: ବିଶ୍ୱରେ ଦ୍ରୁତ ଗତିରେ ବଢ଼ିବାକୁ ଲାଗିଛି ପ୍ରଦୂଷଣ । ଏହାରି ଭିତରେ ୨୦୨୨ ପାଇଁ ବିଶ୍ୱର ସବୁଠୁ ପ୍ରଦୂଷିତ ସହରର ତାଲିକା ପ୍ରକାଶ ପାଇଛି। ଏହି ତାଲିକାର ସବୁଠାରୁ ଉପରେ ଥିବା ୫୦ଟି ସହର ମଧ୍ୟରେ ଭାରତର ୩୯ଟି ସହର ରହିଛି। ସ୍ୱିସ୍ କମ୍ପାନୀ ଜାରି କରିଥିବା ରିପୋର୍ଟ ଅନୁଯାୟୀ ଭାରତକୁ ବିଶ୍ୱର ୮ମ ପ୍ରଦୂଷିତ ଦେଶ ବୋଲି କୁହାଯାଇଛି। ପ୍ରଦୂଷିତ ୧୦୦ ସହର ମଧ୍ୟରୁ ଭାରତର ୬୫ଟି ସହର ରହିଛି। ସେହିପରି ଟପ୍ ୧୦ […]

ନୂଆଦିଲ୍ଲୀ: ବିଶ୍ୱରେ ଦ୍ରୁତ ଗତିରେ ବଢ଼ିବାକୁ ଲାଗିଛି ପ୍ରଦୂଷଣ । ଏହାରି ଭିତରେ ୨୦୨୨ ପାଇଁ ବିଶ୍ୱର ସବୁଠୁ ପ୍ରଦୂଷିତ ସହରର ତାଲିକା ପ୍ରକାଶ ପାଇଛି। ଏହି ତାଲିକାର ସବୁଠାରୁ ଉପରେ ଥିବା ୫୦ଟି ସହର ମଧ୍ୟରେ ଭାରତର ୩୯ଟି ସହର ରହିଛି। ସ୍ୱିସ୍ କମ୍ପାନୀ ଜାରି କରିଥିବା ରିପୋର୍ଟ ଅନୁଯାୟୀ ଭାରତକୁ ବିଶ୍ୱର ୮ମ ପ୍ରଦୂଷିତ ଦେଶ ବୋଲି କୁହାଯାଇଛି। ପ୍ରଦୂଷିତ ୧୦୦ ସହର ମଧ୍ୟରୁ ଭାରତର ୬୫ଟି ସହର ରହିଛି। ସେହିପରି ଟପ୍ ୧୦ ସବୁଠୁ ପ୍ରଦୂଷିତ ସହର ମଧ୍ୟରୁ ଭାରତର ୬ଟି ସହର ରହିଛି। ୧୩୮ଟି ଦେଶର ଡାଟା ଆଧାରରେ ଏହି ରିପୋର୍ଟ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ସ୍ୱିସ୍ ଆଇକ୍ୟୁଏୟାର ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ମୁତାବକ, ବିଶ୍ୱର ସବୁଠୁ ପ୍ରଦୂଷିତ ସହରର ମାନ୍ୟତା ପାଇଛି ପାକିସ୍ତାନର ଲାହୋର। ଏହା ତାଲିକାର ସବୁଠୁ ଶୀର୍ଷରେ ରହିଛି। ସେହିପରି ଦ୍ୱିତୀୟ ସ୍ଥାନରେ ରହିଛି ଚୀନର ହୋଟାନ, ୩ୟ ସ୍ଥାନରେ ରହିଛି ରାଜସ୍ଥାନର ଭିୱଣ୍ଡି ଓ ଚତୁର୍ଥରେ ଦିଲ୍ଲୀ। ତେଣୁ ରିପୋର୍ଟ ମୁତାବକ ଭିୱଣ୍ଡି ହେଉଛି ଭାରତର ସବୁଠାରୁ ପ୍ରଦୂଷିତ ସହର। ୫ମ ସ୍ଥାନରେ ପାକିସ୍ତାନର ପେଶାୱାର ଥିବା ବେଳେ ଷଷ୍ଟରେ ବିହାରର ଦରଭଙ୍ଗା ଓ ସପ୍ତମ ସ୍ଥାନରେ ଆସୋପୁର ରହିଛି।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ଦେଶର ମହାନଗରଗୁଡ଼ିକ ମଧ୍ୟରୁ ରାଜଧାନୀ ଦିଲ୍ଲୀକୁ ସବୁଠାରୁ ପ୍ରଦୂଷିତ ସହରର ମାନ୍ୟତା ମିଳିଛି। ସମଗ୍ର ବିଶ୍ୱରେ ଦିଲ୍ଲୀ ହେଉଛି ୪ ନଂ ସବୁଠାରୁ ପ୍ରଦୂଷିତ ସହର। ଦିଲ୍ଲୀ ତଳକୁ ରହିଛି କୋଲକାତା ଓ ଏହି ସହରର ବିଶ୍ୱ ରାଙ୍କ ୯୯ ରହିଛି। ୩ୟ ସ୍ଥାନରେ ରହିଛି ମୁମ୍ବାଇ, ଏହାର ରାଙ୍କ ରହିଛି ୧୩୭।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗାଇଡଲାଇନ ଅନୁସାରେ ବାର୍ଷିକ ହାରାହାରି ପିଏମ ୨.୫ ସ୍ତର ୫ କିମ୍ୱା ଏଠାରୁ କମ ରହିବା ଦରକାର । କିନ୍ତୁ ଭାରତର ବାର୍ଷିକ ହାରାହାରି ପିଏମ ୨.୫ ସ୍ତର ୨୦୨୨ରେ ୫୩.୩ ରହିଥିଲା, ଯାହା ସୁରକ୍ଷିତ ସୀମାଠାରୁ ୧୦ ଗୁଣା ଅଧିକ ଥିଲା । ତେବେ ୨୦୨୧ର ହାରାହାରି ସ୍ତର ୫୮.୧ଠାରୁ କମ ରହିଛି । ରାଜସ୍ଥାନର ଭିୱାଡି ଭାରତରୁ ସବୁଠୁ ପ୍ରଦୂଷିତ ସହର, ଏଠାରେ ବାର୍ଷିକ ପିଏମ ୨.୫ ସ୍ତର ୯୨.୭ ରହିଥିଲା । ରିପୋର୍ଟରେ ସାମିଲ ୬୦ ପ୍ରତିଶତ ଭାରତୀୟ ସହରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାର୍ଗଦର୍ଶିକା ତୁଳନାରେ ବାର୍ଷିକ ପିଏମ ୨.୫ ସ୍ତର ସାତ ଗୁଣା ଅଧିକ ରେକର୍ଡ କରାଯାଇଛି । ବିଶ୍ୱର ୧୦ ସବୁଠୁ ପ୍ରଦୂଷିତ ସହର ସୂଚୀର ପ୍ରଥମ ସ୍ଥାନରେ ଚାଡ ରହିଛି ।  ଦ୍ୱିତୀୟରେ ଇରାକ୍, ତୃତୀୟରେ ପାକିସ୍ତାନ, ଚତୁର୍ଥରେ ବାହାରିନ, ପଞ୍ଚମରେ ବାଂଲାଦେଶ, ଷଷ୍ଠରେ ବୁରକିନା ଫାସୋ, ସପ୍ତମରେ କୁଏତ, ଅଷ୍ଟମରେ ଭାରତ, ନବମରେ ଇଜିପ୍ଟ, ଦଶମ ସ୍ଥାନରେ ତାଜିକିସ୍ତାନ ରହିଛି।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର