ଭାଇରାଲ ହେପାଟାଇଟିସ୍‌କୁ ନେଇ ‘ହୁ’ ର ଚେତାବନୀ, ଦିନକୁ ଯାଉଛି ୩,୫୦୦ ଜଣଙ୍କ ଜୀବନ

The Sakala Picture
Published On

ନୂଆଦିଲ୍ଲୀ: ଭାଇରାଲ ହେପାଟାଇଟିସ୍‌ ରୋଗ ଦିନକୁ ଦିନ ଘାତକ ହେବାରେ ଲାଗିଛି। ଏହି ରୋଗୀସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତଦନୁସାରେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏବେ ଏହାକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଚେତାବନୀ ଜାରି କରିଛି। ଏହି ସଂକ୍ରାମକ ରୋଗ ବିଶ୍ବରେ ଦିନକୁ ୩, ୫୦୦ ଲୋକଙ୍କ ଜୀବନ ନେଉଛି। ବର୍ଷକୁ ପ୍ରାୟ ୧୩ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି। ‘ଡବ୍ଲ୍ୟୁଏଚ୍‌ଓ ୨୦୨୪ ଗ୍ଲୋବାଲ ହେପାଟାଇଟିସ ରିପୋର୍ଟ’ରେ କୁହାଯାଇଛି ଯେ […]

ନୂଆଦିଲ୍ଲୀ: ଭାଇରାଲ ହେପାଟାଇଟିସ୍‌ ରୋଗ ଦିନକୁ ଦିନ ଘାତକ ହେବାରେ ଲାଗିଛି। ଏହି ରୋଗୀସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତଦନୁସାରେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏବେ ଏହାକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଚେତାବନୀ ଜାରି କରିଛି। ଏହି ସଂକ୍ରାମକ ରୋଗ ବିଶ୍ବରେ ଦିନକୁ ୩, ୫୦୦ ଲୋକଙ୍କ ଜୀବନ ନେଉଛି। ବର୍ଷକୁ ପ୍ରାୟ ୧୩ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି। ‘ଡବ୍ଲ୍ୟୁଏଚ୍‌ଓ ୨୦୨୪ ଗ୍ଲୋବାଲ ହେପାଟାଇଟିସ ରିପୋର୍ଟ’ରେ କୁହାଯାଇଛି ଯେ ୨୦୧୯ରେ ଏହି ରୋଗରେ ୧୧ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହି ସଂଖ୍ୟା ୨୦୨୨ରେ ୧୩ ଲକ୍ଷରେ ପହଞ୍ଚି ଯାଇଛି। ୧୮୭ ଦେଶକୁ ନେଇ ହୋଇଥିବା ସର୍ଭେରୁ ଏହି ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ ୮୩ ପ୍ରତିଶତଙ୍କ ମୃତ୍ୟୁ ‘ହେପାଟାଇଟିସ୍‌ ବି’ ଏବଂ ୧୭ ପ୍ରତିଶତ ‘ହେପାଟାଇଟିସ ସି’ ଯୋଗୁଁ ହୋଇଛି।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ବିଶ୍ବ ହେପାଟାଇଟିସ ଶିଖର ସମ୍ମିଳନୀରେ ଜାରି ରିପୋର୍ଟରେ କୁହାଯାଇଛି ଯେ ହେପାଟାଇଟିସ ବି ଏବଂ ସି ସଂକ୍ରମଣ ଯୋଗୁଁ ବିଶ୍ବରେ ଦିନକୁ ୩,୫୦୦ ଲୋକଙ୍କ ମୃତ୍ୟୁ ହେଉଛି। ଏହି ସଂକ୍ରମଣର ଦୁଇ ତୃତୀୟାଂଶ ମାମଲା ବାଂଲାଦେଶ, ଚୀନ୍‌, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ନାଇଜେରିଆ, ପାକିସ୍ତାନ, ଫିଲିପିନ୍ସ, ରୁଷ୍‌ ଏବଂ ଭିଏତନାମରୁ ଆସୁଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

ଚିନ୍ତା ପ୍ରକଟ କଲା ‘ହୁ’ ମୁଖ୍ୟ 

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଛି ଯେ, ୨୦୨୫ ସୁଦ୍ଧା ଉପରୋକ୍ତ ୧୦ ଦେଶରୁ ସଂକ୍ରମଣକୁ ନିୟନ୍ତ୍ରଣ, ନିଦାନ ଏବଂ ଉପଚାର ଲାଗି ସାର୍ବଜନୀନ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ପଡିବ। ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ମୁକାବିଲା ବ୍ୟବସ୍ଥାକୁ ସାକାର ଭାବେ କାର୍ଯ୍ୟକାରୀ କରିବାକୁ ହେବ। ‘ହୁ’ର ମହାନିର୍ଦ୍ଦେଶ ଡ.ଟେଡ୍ରୋସ ଅଧନୋମ ଘେବ୍ରିୟସସ ମଧ୍ୟ ହେପାଟଇଟିସ ମାମଲା ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏହାର ମୁକାବିଲା କରିବାକୁ ନେଇ ସେ ଦେଶମାନଙ୍କୁ ଆଶ୍ବାସନା ଦେଇଛନ୍ତି। ଏଥିପାଇଁ ‘ହୁ’ ପ୍ରତିବଦ୍ଧ ବୋଲି କହିଛନ୍ତି।

ଭାଇରାଲ ହେପାଟାଇଟିସ୍‌ କ’ଣ

ଆମେରିକାର ସେଣ୍ଟର ଫର୍‌ ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ (ସିଡିସି) ଅନୁଯାୟୀ ଯକୃତରେ ପ୍ରଦାହକୁ ହେପାଟାଇଟିସ କୁହାଯାଇଥାଏ। ଯକୃତରେ ପ୍ରଦାହ କିମ୍ବା କ୍ଷତି ହେଲେ ଏହାର କାର୍ଯ୍ୟ ପ୍ରଭାବିତ ହୋଇପାରେ। ମଦ, ବିଷାକ୍ତ ଖାଦ୍ୟ କିମ୍ବା କିଛି ଔଷଧ କାରଣରୁ ହେପାଟାଇଟିସ ହୋଇପାରେ। ତେବେ ସାଧାରଣତଃ ଭୂତାଣୁ ଯୋଗୁଁ ଏହି ରୋଗ ହୋଇଥାଏ। ହେପାଟାଇଟିସରେ ସଂକ୍ରମିତ ଅନେକ ଲୋକଙ୍କଠାରେ ଏହାର ଲକ୍ଷଣ ଦେଖାଯାଇ ନ ଥାଏ। ଏଥିଯୋଗୁଁ ଏହି ରୋଗକୁ ଚିହ୍ନଟ କରିବାରେ ସମସ୍ୟା ସୃଷ୍ଟି ହୋଇଥାଏ। କିନ୍ତୁ ଲକ୍ଷଣ ଦେଖା ଦେଉଥିବା ରୋଗୀଙ୍କଠାରେ ଜ୍ବର, ଥକାପଣ, ଭୋକ ନ ଲାଗିବା, ବାନ୍ତି, ପେଟ ଦରଜ, ଗାଢ଼ ରଙ୍ଗର ପରିସ୍ରା, ବୃକକରେ ଦରଜ ଏବଂ ଜଣ୍ଡିସ ଆଦି ହୋଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର