ମନୋରଞ୍ଜନ
ଓଡ଼ିଶା
ଥାଇଲାଣ୍ଡର ଏକ ଚାଇଲ୍ଡ ଡେ-କେୟାର୍ ସେଣ୍ଟର୍ରେ ଆଖିବୁଜା ଗୁଳିଚାଳନା; ୨୨ ଶିଶୁଙ୍କ ସମେତ ୩୪ ମୃତ
ବ୍ୟାଙ୍କକ: ଥାଇଲାଣ୍ଡର ଏକ ଚାଇଲ୍ଡ ଡେ କେୟାର ସେଣ୍ଟରରେ ଆଖିବୁଜା ଗୁଳିବର୍ଷଣରେ ପ୍ରାୟ ୩୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨୨ ଜଣ ଶିଶୁ ଅଛନ୍ତି। ଗୁରୁବାର ଥାଇଲାଣ୍ଡର ଉତ୍ତର -ପୂର୍ବର ଏକ ରାଜ୍ୟରେ ଏହି ଦୁଃଖଦ ଘଟଣା ଘଟିଛି। ଆକ୍ରମଣକାରୀ ଜଣକ ଜଣେ ପୂର୍ବତନ ପୋଲିସ ଅଧିକାରୀ ବୋଲି ଜଣେ ପୋଲିସ ମୁଖପାତ୍ର କହିଛନ୍ତି। ଆକ୍ରମଣ କରି ସେ ଫେରାର ହୋଇଯାଇଥିଲା। ତାଙ୍କୁ ଗିରଫ କରିବା ପାଇଁ ବ୍ୟାପକ ଧରପଗଡ ଆରମ୍ଭ ହୋଇଛି । […]
ବ୍ୟାଙ୍କକ: ଥାଇଲାଣ୍ଡର ଏକ ଚାଇଲ୍ଡ ଡେ କେୟାର ସେଣ୍ଟରରେ ଆଖିବୁଜା ଗୁଳିବର୍ଷଣରେ ପ୍ରାୟ ୩୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨୨ ଜଣ ଶିଶୁ ଅଛନ୍ତି। ଗୁରୁବାର ଥାଇଲାଣ୍ଡର ଉତ୍ତର -ପୂର୍ବର ଏକ ରାଜ୍ୟରେ ଏହି ଦୁଃଖଦ ଘଟଣା ଘଟିଛି। ଆକ୍ରମଣକାରୀ ଜଣକ ଜଣେ ପୂର୍ବତନ ପୋଲିସ ଅଧିକାରୀ ବୋଲି ଜଣେ ପୋଲିସ ମୁଖପାତ୍ର କହିଛନ୍ତି। ଆକ୍ରମଣ କରି ସେ ଫେରାର ହୋଇଯାଇଥିଲା। ତାଙ୍କୁ ଗିରଫ କରିବା ପାଇଁ ବ୍ୟାପକ ଧରପଗଡ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଅଞ୍ଚଳକୁ ସିଲ୍ କରିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ଏହି ଘଟଣା ପରେ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ
ବନ୍ଧୁକଧାରୀଜଣକ ଆଗରୁ ପୁଲିସ ଅଧିକାରୀ ଥିଲେ। ନିକଟ ଅତୀତରେ ତାଙ୍କୁ ବରଖାସ୍ତ କରାଯାଇଥିଲା ବୋଲି ଥାଇଲାଣ୍ଡ୍ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ତେବେ ଗୁଳିକାଣ୍ଡର ଉଦ୍ଦେଶ୍ୟ ବିଷୟରେ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ।






